ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସହରାଞ୍ଚଳ ରେ ଗଡ଼ିଲା ସୁଭଦ୍ରା ଯୋଜନା ସଚେତନତା ରଥ

ରାଇରଙ୍ଗପୁର ସହରାଞ୍ଚଳ ରେ ଗଡ଼ିଲା ସୁଭଦ୍ରା ଯୋଜନା ସଚେତନତା ରଥ

ଯୋଜନା ସମ୍ପର୍କିତ ଭ୍ରମ ଓ ଭ୍ରାନ୍ତ ଦୂର କରି ଲୋକଙ୍କୁ ସଠିକ ତଥ୍ୟ ପ୍ରଦାନ କରି ଶତ ପ୍ରତିଶତ ହିତାଧିକାରୀ ଙ୍କୁ ସଂଯୁକ୍ତ କରିବା ଲକ୍ଷ୍ୟ: ମାନ୍ୟବର ସାଂସଦ, ମୟୁରଭଞ୍ଜ 

 ମୟୂରଭଞ୍ଜ -୧୧.୦୯ ( ମସିହା): ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ଯୋଜନା ସୁଭଦ୍ରାର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ଇତିମଧ୍ୟରେ ଆରମ୍ଭ ହୋଇସାରିଛି । ଏହି ଯୋଜନା ସମ୍ପର୍କିତ ଲୋକଙ୍କ ଭିତରେ ରହିଯାଇଥିବା ଭ୍ରମ ଓ ଭ୍ରାନ୍ତ ଧାରଣାକୁ ଦୂର କରି ହିତାଧିକାରୀଙ୍କୁ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସଚେତନ କରିବା ତଥା କୌଣସି ହିତାଧିକାରୀ ଯେପରି ଏହି ଯୋଜନାରୁ ବଂଚିତ ନ ହୁଅନ୍ତି ସେହି ଲକ୍ଷ୍ୟ ନେଇ ସମଗ୍ର ରାଜ୍ୟରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । 

ଏହି ପରିପ୍ରେକ୍ଷୀରେ ରାଇରଙ୍ଗପୁର ପୌରପାଳିକା ତରଫରୁ ସହର ର ସମସ୍ତ ୧୫ଗୋଟି ୱାର୍ଡ ର ପୌରାଞ୍ଚଳର ଅଧିବାସୀଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିବା ଉଦେଶ୍ୟ ରେ ଆଜି ପୂର୍ବାହ୍ନ ରେ ରାଇରଙ୍ଗପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୟୁରଭଞ୍ଜ ର ମାନ୍ୟବର ଲୋକ ସଭା ସାଂସଦ ଶ୍ରୀଯୁକ୍ତ ନବ ଚରଣ ମାଝୀ ସବୁଜ ପତାକା ପ୍ରଦର୍ଶନ କରି ଆନୁଷ୍ଠାନିକ ଭାବେ ଏହି ସୁସଜ୍ଜିତ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ପୌରପାଳିକା ର ଉପାଧ୍ୟକ୍ଷl ଶ୍ରୀମତୀ ମମିତା ଚୌଧୁରୀ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ବିଭିନ୍ନ ୱାର୍ଡ ର ପlରିଷଦବୃନ୍ଦ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ର ମା ଭଉଣୀ ମାନେ ଉପସ୍ଥିତ ଥିଲେ । 

ଏହି ଅବସରରେ ମାନ୍ୟବର ସାଂସଦ ତାଙ୍କ ବିବୃତି ରେ କହିଥିଲେ କି ଏହି ଯୋଜନା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କ ମହିଳା ମାନଙ୍କ ପ୍ରତି ଥିବା ସମ୍ମାନ ଓ ସେମାନଙ୍କ କଲ୍ୟାଣ ତଥା ସେମାନେ ସ୍ୱୟଂ ସ୍ୱାବଲମ୍ବୀ ହେବା ସହିତ ତାଙ୍କର ପରିବାର ସ୍ୱାବଲମ୍ବୀ ହେବାର ପ୍ରତିବଦ୍ଧତାର ପ୍ରମାଣ.।

ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଚାଲିଥିବା ଆବେଦନର କୌଣସି ଶେଷ ତାରିଖ ନାହିଁ, ସମସ୍ତ ଯୋଗ୍ୟା ମା ଓ ଭଉଣୀ ମାନଙ୍କୁ ଏହି ଯୋଜନାର ଲାଭ ନିଶ୍ଚୟ ମିଳିବ ବୋଲି କହିଥିଲେ.ଏହି ଯୋଜନା ରେ ପ୍ରତ୍ୟେକ ହିତାଧିକାରୀ ଙ୍କୁ ବର୍ଷକୁ ୨ ଟି କିସ୍ତି ରେ ୫ ହଜାର ଲେଖାଏଁ ୧୦ ହଜାର ଏବଂ ପାଞ୍ଚ ବର୍ଷ ରେ ମୋଟ ୫୦ ହଜାର ଟଙ୍କା ମିଳିବ । ଆବେଦନ ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ଏବଂ ଏହା ସମ୍ପୂର୍ଣ୍ଣ ଦେୟ ମୁକ୍ତ ଅଟେ. ଯଦି ଆବେଦନ ସମୟ ରେ କୌଣସି କ୍ଷେତ୍ରରେ କାହା ଦ୍ୱାରା ଦେୟ ଦାବି କରାଯାଏ ତେବେ ପ୍ରଶାସନ ତରଫରୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ.।

ସୂଚନା ଥାଉକି, ଏହି ସଚେତନତା ରଥ ସେପ୍ଟେମ୍ବର ୧୧ ତାରିଖ ଦିନ ରାଇରଙ୍ଗପୁର ପୌରାଞ୍ଚଳ ର ୧ ରୁ ୮ ନମ୍ବର ୱାର୍ଡ ଏବଂ ୧୨ ତାରିଖରେ ୯ ରୁ ୧୫ ନମ୍ବର ୱାର୍ଡ ପରିଭ୍ରମଣ କରି ଲୋକଙ୍କୁ ସଚେତନ କରିବ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗରରେ ରକ୍ତଦାନ ଶିବିର 

masiha

କୋକସରା କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବାରିପଦା ଠାରେ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୫ ପାଳିତ

Sunil Chandra Nayak

Leave a Comment

error: Content is protected !!