ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ରେ ସୁଭଦ୍ରା ସଚେତନତା କୁ ନେଇ ପଦଯାତ୍ରା 

ଧର୍ମଗଡ ରେ ସୁଭଦ୍ରା ସଚେତନତା କୁ ନେଇ ପଦଯାତ୍ରା 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ସୁଭଦ୍ରା ସଚେତନତା କୁ ନେଇ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ବିଡ଼ିଓ ଶରତ କୁମାର ପାତ୍ର, ସହକାରୀ ତହସିଲଦାର ଅଜିତ କୁମାର ମହନ୍ତ, ସିଡିପିଓ, ଛୀଲିପା ସରପଞ୍ଚ ବିଭୁ ଦତ୍ତ ପ୍ରଧାନୀ, ବିଏସଏସଓ ଦମୟନ୍ତୀ ନାଏକ ସମେତ ସମସ୍ତ ଅଙ୍ଗନବାଡି କର୍ମି, ଏମବିକେ, ସିଆରପି ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ହାତରେ ପ୍ଲା କାର୍ଡ ଧରି ଧର୍ମଗଡ ଆଇସିଡିଏସ କାର୍ଯ୍ୟାଳୟ ଠାରୁ ଧର୍ମଗଡ ତିନିଛକ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ପଦଯାତ୍ରା କରି ସୁଭଦ୍ରା ଯୋଜନା ଉପରେ ସାଧାରଣ ଜନତା କୁ ସଚେତନ କରିଥିଲେ।ମହିଳାମାନଙ୍କୁ ସଶକ୍ତ କରିବା ସହ ସେମାନଙ୍କର ଆର୍ଥିକ ଏବଂ ସାମାଜିକ ସ୍ତରରେ ସୁଧାର ଆଣିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ଦ୍ଵାରା ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ଅନ୍ତର୍ଗତ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ମହିଳାମାନଙ୍କୁ ସଶକ୍ତିକରଣ କରିବାରେ ଏହା ଏକ ନୂଆ ଦିଶା ପ୍ରଦାନ କରିବା ସହ ଓଡ଼ିଶାର ବିକାଶକୁ ଏକ ନୂଆ ଗତି ମଧ୍ୟ ପ୍ରଦାନ କରିବ ବୋଲି ବିଧାୟକ ଶ୍ରୀ ପଟ୍ଟଯୋଶୀ ପ୍ରକାଶ କରିଥିଲେ ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

୨ୟ ଅବିଭକ୍ତ ଜିଲ୍ଲା ପାୱାରଲିଫ୍ଟିଙ୍ଗ ଚାମ୍ପିଅନସିପ 

Sunil Chandra Nayak

“ଆମେ ଓଡିଆ”ତରଫରୁ “ଆମ ସଂସ୍କୃତି ଓ ଆମ ପରମ୍ପରା” ଉପରେ ଆଲୋଚନାଚକ୍ର ଓ ଆନ୍ତଃ ମହାବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

masiha

ହାତୀଗାଁ ରୁ କମକାଧଡ଼ଗି ରାସ୍ତା ଅତି ଶୋଚନୀୟ

Sunil Chandra Nayak

Leave a Comment

error: Content is protected !!