ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୀକ୍ଷିରାମ ମେହେର ଙ୍କ କବିତା ମୁଠାଏ ସପନ 

ମୁଠାଏ ସପନ 

 

ତୁମକୁ ନେଇ ମୁଁ ଲେଖିଥିଲି ସାଥି

ମୁଠାଏ ସପନ ଗାଥା,

ସେହି ସ୍ୱପ୍ନ ଆଜି ଭାଙ୍ଗିଦେଲ ତୁମେ

ହୋଇଗଲା ଆଜି ବ୍ୟଥା।

 

ହୃଦୟର କଥା ମନ ଅଭିଳାସା 

ପ୍ରକାଶ କରିଲି ସାଥି

ମନେ ମନେ କେତେ ଭଲ ପାଉଥିଲି

ହୋଇଗଲା ଆଜି ଇତି।

 

ମନ ପ୍ରାଣ ଦେଇ ହୃଦୟ ଭିତରେ

ରାଣୀ କରି ରଖିଥିଲି,

ସ୍ୱର୍ଗ ରାଇଜର ପରୀ ଟିଏ ଭାବି

ମେନେ ମନେ ଝୁରୁଥିଲି।

 

ମନର କଥାକୁ କହିବି କି ନାହିଁ

ଭାବି ଭାବି ଡରୁଥିଲି

ଭୟ ଥିଲା ଯାହା ଘଟି ଗଲା ତାହା

ତୁମ ଦୋଷୀ ହୋଇଗଲି।

 

କହିଦେଲେ କାଳେ ଭାଙ୍ଗି ଦେବ ମନ

ଥିଲା ମୋତେ ପୁରା ଜଣା 

କହିଦେଲି ବୋଲି ଭଲ ପାଏ ବୋଲି

କରୁଅଛ ଆଜି ଘୃଣା।

 

ଜାଣି ଜାଣି ମୁହିଁ ଅଜଣା ହୋଇଲି

କହୁ କହୁ କହିଦେଲି,

ଭଲ ପାଇବାର ଉଚିତ ପାଉଣା

ତୁମ ଠାରୁ ପାଇଗଲି।

 

ସହି ପାରିଲିନି ହୃଦୟ କୋହକୁ

ଯନ୍ତ୍ରଣାରେ ଜଳିଗଲି,

ଭୁଲ ବୁଝିବନି ମାନସୀ ଗୋ ମୋର

ଲେଖୁ ଲେଖୁ ଲେଖିଦେଲି।

ରୀକ୍ଷିରାମ ମେହେର,

ସାନପୋଡ଼ାଗୁଡା,

ଦେବସେନା ଜିଲ୍ଲା ଉପାଧ୍ୟକ୍ଷ,

କଳାହାଣ୍ଡି

Related posts

କର୍ଲାପାଟ – ବିଦ୍ୟୁତ ବିଭାଗ ର ଖେଳ ଉପଭକ୍ତା ଙ୍କ କାଳ

Sunil Chandra Nayak

ଶ୍ରୀମଦ୍ ଭଗବଦ୍ ଗୀତାର ପ୍ରଥମ ଅଧ୍ଯାୟର ସାରକଥା– ୧

Sunil Chandra Nayak

ବ୍ଳକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

Leave a Comment

error: Content is protected !!