ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏ ଟି ଏମ ଅଚଳ ହୋଇ ଦଶ ଦିନ ହେଲା ଲୋକେ ଅନ୍ତସନ୍ତ ପଇସା ଉଠାଣ ପାଇଁ 

ଏ ଟି ଏମ ଅଚଳ ହୋଇ ଦଶ ଦିନ ହେଲା ଲୋକେ ଅନ୍ତସନ୍ତ ପଇସା ଉଠାଣ ପାଇଁ 

ବନ୍ଧୁଗାଁ ତା, ୨୪/୦୯/୨୪,ବନ୍ଧୁଗାଁ ବ୍ଲକର ଜଗନ୍ନାଥ ମନ୍ଦିର ନିକଟରେ କୋରାଯାଇଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଙ୍କ ମାଧ୍ୟମରେ ହୋଇଥିବା ଏ ଟି ଏମ. ଆଜକୁ ପ୍ରାୟ ୧୧ ଦିନ ହବ ଅଚଳ ହୋଇ ପଡିଛି I ଲୋକେ ଏହି ଏ ଟି ଏମ ଉପରେ ଭରସା କରି ଟଙ୍କା ଉଠାଇବା ପାଇଁ ବହୁ ଦୂର ଦୂରନ୍ତାରୁ ଆସି ନିରାସ ହୋଇ ଫେରି ଯାଉଛନ୍ତି I ଏହି ବିଷୟ ବ୍ୟାଙ୍କ ବାଲାଙ୍କ କାନକୁ ଯାଇଛି କି ନାହିଁ ଏପର୍ଯ୍ୟନ୍ତ ଜାଣିବାକୁ ମିଳି ନାହିଁ I ଖବର ଲେଖୁବା ଭିତରେ ବ୍ୟାଙ୍କ କର୍ମଚାରିଙ୍କ ନିକଟକୁ କଲକରି ଜାଣିବା ପାଇଁ ଯୋଗାଯୋଗ କରିଥିଲି କିନ୍ତୁ ଯୋଗାଯୋଗ ହୋଇ ପାରିନଥିବାରୁ କୌଣସି ପ୍ରତିକ୍ରିୟା ମିଳି ପାରିଲା ନାହିଁ I ଯଦି ବ୍ୟାଙ୍କ ବାଲା ଏଟିଏମ ଅଚଳ ବିଷୟରେ ଜାଣିଛନ୍ତି ମାନେ କାହିଁକି ଏହାକୁ ଠିକ କରିବାରେ ଡେରି ହେଉଅଛି I ଲୋକେ ବନ୍ଧୁଗାଁରେ ହୋଇଥିବା ଏ ଟି ଏମ ରେ ଟଙ୍କା ନଥିବାରୁ ବର୍ତ୍ତମାନ ବ୍ଲକରେ ରହିଥିବା ଏଚ. ଡ଼ି. ଏଫ. ସି ବ୍ୟାଙ୍କ ଯଡ଼ିତ ଏ.ଟି.ଏମରୁ ଟଙ୍କା ଉଠାଇ ଥିବାର ଦେଖିବାକୁ ମିଳିଛି I ବେଙ୍କ କୋର୍ତ୍ୟୁପକ୍ଷ ଯଦି ବନ୍ଧୁଗାଁ ଗ୍ରାମରେ ହୋଇଥିବା ଏ ଟି ଏମ ରେ ନିତି ଟଙ୍କା ରଖନ୍ତେ ତାହା ହେଲେ ଅଞ୍ଚଳ ବାସି ଖୁସି ବ୍ୟକ୍ତ ହୋଇଥାନ୍ତେ ବଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲିଟିଛି I ବର୍ତମାନ ଏହି ଏଟିଏମ ରୁ ଟଙ୍କା ଉଠାଣ ପାଇଁ ବହୁ ଦୂର ଦୂରରୁ ଆସିଥାନ୍ତି କିନ୍ତୁ ଏଟିଏମ ଅଚଳ ହବା ସହ ସଫା ସୁତୁରା ମଧ୍ୟ ଗୋଟିଏ ଦିନ ବି ସଫା ହୋଇନପାରି ଅଳିଆ ଆବର୍ଜନା ଜମି ରହୁଛି I ଉକ୍ତ ଏଟିଏମ ସୋଫେଇ ପାଇଁ ଓ ଏହାର ଧ୍ୟାନ ରଖିବା ଜଣଙ୍କୁ ରଖଯାଇଅଛି କିନ୍ତୁ ସେଇ ବ୍ୟକ୍ତି କିଏ ମାସିକ ବେତନ ପାଉଛନ୍ତି କିନ୍ତୁ ସୋଫେଇ କରିବାର ନାମ ହିଁ ନାହିଁ ବଲି ଅଞ୍ଚଳ ବାସି ଦାବି କରିଛନ୍ତି I ଯେଉଁ ବ୍ୟକ୍ତି ଏହି ଏଟିଏମ ସୋଫେଇ ଓ ଏହାର ଧ୍ୟାନ ରଖିବା ପାଇଁ ସରକାର ମାସିକ ବେତନ ଦେଉଛନ୍ତି ଏହାର କାମରେ ନଆସିବା ବ୍ୟକ୍ତି କୁ ବାହାର କୋରାଯାଉ ଓ ଅନ୍ୟ ଏକ ଭଲ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଉ ବଲି କିଛି ଲୋକ ମତ ପ୍ରକାଶ କରିଥିବାର ଦେଖିବାକୁ ମିଳିଛି I

  ସଞ୍ଜୀବ କୁମାର ବାଙ୍ଗାରୀ ବନ୍ଧୁଗାଁ ରିପର୍ଟର

Related posts

ବନମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷ ରୋପଣ

ଶ୍ରୀ ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ଧୁମ ଧାମ ରେ ପାଳିଲେ ଗୁଡିଘାଟ ଗ୍ରାମବାସୀ 

masiha

କଳାହାଣ୍ଡି କୃଷି କାର୍ଯ୍ୟାଳୟର ଡ଼କ୍ୟୁମେଣ୍ଟାରୀ ନିର୍ମାଣ ପାଇଁ ବିଜ୍ଞାପନ କାହା ସ୍ୱାର୍ଥରେ ?

Sunil Chandra Nayak

Leave a Comment

error: Content is protected !!