ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଗାଁ ଠାରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଝରିଗାଁ ଠାରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ 

    ନବରଙ୍ଗପୁର( ତା୨୫/୦୯)(ରବିନାରାୟଣମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମାର ବୈଠକ ଗୃହ ଠାରେ ଝରିଗାଁ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ପ୍ରକଳ୍ପ ସ୍ତରୀୟ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |ଝରିଗାଁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବିରାଜ ମୋହିନୀ ପାଙ୍ଗିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତା କୁମାର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଲେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସୌରଭ ରଞ୍ଜନ ବେହେରା,ନବରଙ୍ଗପୁର ଏସ ବି ଆଇ ବ୍ୟାଙ୍କର ଫିଲ୍ଡ ଅଫିସର ମନୋଜ ପୂଜାରୀ,ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଗୋପାଳ କୃଷ୍ଣ ପାଢ଼ୀ,ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବି ପି ଏମ ପ୍ରିୟଙ୍କା ଶୀଲ ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସିନ ରହିଥିଲେ |ବ୍ଲକର ମଣ୍ଡଳ ପରିଦର୍ଶିକା ମାନଙ୍କ ମଧ୍ୟରେ ଟୁନିଦେଇ ଜେନା, ପ୍ରଣୀତା ପାଣିଗ୍ରାହୀ, ତୁଳସା ଦେଇ, ମଞ୍ଜୁରୀ ଘୋଷ, ଗଙ୍ଗାରାଣୀ ସରକାର, ସଂଗୀତା ରଥ ଏବଂ ମିଥିଲା ଦେଇ ଉପସ୍ଥିତ ରହିଥିଲେ |ମଞ୍ଚାସିନ ଅତିଥିମାନେ ପୋଷଣ ଉପରେ ନିଜ ନିଜ ଅବିଭାଷଣ ରଖିବା ସହ ସମସ୍ତ ପ୍ରସୂତି , ଗର୍ଭବତୀ ଏବଂ ଜନସାଧାରଣଙ୍କୁ ସଚେତନ କରି ଝରୀଗାଁ ଅଞ୍ଚଳରୁ କୁପୋଷଣ ଦୂର କରିବାକୁ ସମସ୍ତେ ପ୍ରତିଶୃତି ବଦ୍ଧ ରହିବାକୁ ଅନୁରୋଧ କରିଥିଲେ |ବିଭିନ୍ନ ପଂଚାୟତରୁ ଆସିଥିବା ଅଙ୍ଗନବାଡି କର୍ମୀମାନେ ବାଡ଼ିରେ ମିଳୁଥିବା ବିଭିନ୍ନ ପନିପରିବା ଓ ଫଳମୁଲରେ ବିଭିନ୍ନ ପ୍ରକାର ଆକୃତି ସବୁ ତିଆରି କରି ପ୍ରଦର୍ଶନୀ କରିଥିଲେ |ଶେଷରେ ଶ୍ରୀମତୀ ପାଙ୍ଗି ସମସ୍ତଙ୍କୁ ଧନ୍ୟବାଦ ଜଣେଇ କାର୍ଯ୍ୟକ୍ରମଟିକୁ କରିଥିଲେ |

ମସିହା ନିୟୁଜ ସର୍ଭିସ୍ 

Related posts

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଙ୍କ ଉଦ୍ୟମ ରେ ଜିଲ୍ଲା ଶିକ୍ଷାବ୍ୟବସ୍ଥା ସୁଧୃଢ଼ ହେବା ରେ ଲାଗିଛି

Sunil Chandra Nayak

ଜାତୀୟ ରାଜପଥରେ ପଡିଲା ଗଛ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Sunil Chandra Nayak

ବହୁପୁରାତନ କିଶୋର କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!