ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଣିମୁଣ୍ଡା ଗାଁରେ ବୈଠକୀ ସଂକୀର୍ତ୍ତନ ସଂଗମ

ନର୍ଲା (ମ.ନି.ସ) ହରିରାମ, ନାମଯଜ୍ଞରେ ସଂକୀର୍ତ୍ତନ ଏକ ଆଧ୍ୟାତ୍ମିକ ଚେତନାର ଧାରା ଅଟେ। ତେବେ ବର୍ତ୍ତମାନ ସମୟରେ ନାମ ସଂକୀର୍ତ୍ତନରେ ଆଧୁନିକତା ନାମରେ ବିଭିନ୍ନ ଅପ ସଂସ୍କୃତି ପ୍ରବେଶ କରୁଛି। ବିଭିନ୍ନ ହିନ୍ଦୀ ସିନେମାର ନୃତ୍ୟକୁ ନେଇ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରାଯାଉଛି। ଯାହା ଆମ ସଂସ୍କୃତି ପରମ୍ପରାରେ ଏ ସବୁ ନାହିଁ। ଏହି ଅପସଂସ୍କୃତିକୁ ଦୂରେଇବା ପାଇଁ ଅଖିଳ ଭାରତୀୟ ସଂସ୍କାର ଭାରତୀ ସଂଗଠନ ଆଗେଇ ଆସିଛି। ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ପାଣିମୁଣ୍ଡା ଗାଁରେ ୨୦ ଗୋଟି ସଂକିର୍ତ୍ତନ ମଣ୍ଡଳୀକୁ ନେଇ କଳାହାଣ୍ଡି ଜିଲ୍ଲା ସଂସ୍କାର ଭାରତୀ ସଂସ୍କାରଧର୍ମୀ ବୈଠକୀ ସଂକୀର୍ତ୍ତନ ସଂଗମ କାର୍ଯ୍ୟକ୍ରମ କରିଛି। ଏଥିରେ ଅତିଥି ଭାବେ ରାଜ୍ୟ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ସରପଂଚ ବୈଦେହୀ ମାଝୀ, ପ୍ରଭାସ ଚନ୍ଦ୍ର ମିଶ୍ର, ହରେକୃଷ୍ଣ ଭୋଇ, କ୍ଷୀରୋଦ ପାତ୍ର, ତପନ କୁମାର ଭୋଇ, ହୃଷିକେଶ ଗଡତିଆ ସହ ସଂସ୍କାର ଭାରତୀ ପରିବାର ସଦସ୍ୟ ଯୋଗ ଦେଇଥିଲେ। ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା କରିଥିଲେ ଶିକ୍ଷାବିତ ମଧୂସୁଦନ ରାଉତ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଦୁର୍ନୀତି ନିବାରଣ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ଶପଥପାଠ ଅନୁଷ୍ଠିତ    

Sunil Chandra Nayak

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ଶତ ବାର୍ଷିକୀ ସମାରୋହ ପାଳିବ 

Sunil Chandra Nayak

ବେହେରା ଲଖିରାମ ଅଗ୍ରଓ୍ୱାଲ ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ ରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!