ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଶିଶୁ ଦିବସ -୨୦୨୪ ପାଳିତ

ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳରେ ଶିଶୁ ଦିବସ -୨୦୨୪ ପାଳିତ

 ଢେଙ୍କାନାଳ(ମ ସୀ ହା )ଆଜି ସ୍ଥାନୀୟ ଶତାୟୁ ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ଶିଶୁ ଦିବସ ପାଳନ ଅବସରରେ ଅଟଳ ଟିଙ୍କରିଁ ଦିବସ -୨୦୨୪ ମଧ୍ୟ ପାଳିତ ହୋଇ ଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ମାର୍ଗଦର୍ଶନରେ ମୁଖ୍ୟଅତିଥି ଭାବରେ ଆମ ବିଦ୍ୟାଳୟର ପ୍ରାକ୍ତନ ବରିଷ୍ଠ ଶିକ୍ଷକ,୧୯୮୦ ମସିହା ପ୍ରାକ୍ତନ ଛାତ୍ର,ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ପୁରସ୍କାରପ୍ରାପ୍ତ, ଜାତୀୟ ତଥା ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ତଥା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାରପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ଆଜିର ଶିଶୁମାନେ ଆସନ୍ତା କାଲିର ନାଗରିକ ଓ ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତିରେ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ନିର୍ଭର କରିଥାଏ ବୋଲି ଦୃଢ଼ ମତପୋଷଣ କରିଥିଲେ। ଡା. ମିଶ୍ର ଶିଶୁ ଦିବସର ଲକ୍ଷ୍ୟ,ଉଦ୍ଦେଶ୍ୟ ତଥା ଆଭିମୁଖ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରିବା ସଙ୍ଗେ ସଙ୍ଗେ ଶିକ୍ଷୟିତ୍ରୀ ,ଶିକ୍ଷକମାନେ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରି ମଣିଷ ତିଆରି କାରଖାନାରେ ମଣିଷ ତିଆରି କରି,ଦେଶ ଗଠନରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରମୁଖ ଭୁମିକା ନିର୍ବାହ କରୁଥିବା ସମସ୍ତଙ୍କୁ ପ୍ରଣାମ ଜଣାଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିର ସଫଳ ରୂପାୟନ କରିବାକୁ ସମସ୍ତେ ଆଗେଇ ଆସିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର ଏହି ଶିଶୁ ଦିବସ ଉତ୍ସବରେ ସଭାପତିତ୍ବ କରି ସ୍ଵାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ଓ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ଶିଶୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ୍ ଅଫିସର ଧ୍ୟାନଚାନ୍ଦ ମିଶ୍ର,ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ବିଦ୍ୟାଳୟର ସଂସ୍କୃତି ବିଭାଗର ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କ ମିଳିତ ମାର୍ଗଦର୍ଶନରେ,ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ, କିରଣମୟୀ ମାହାଳିକ,କଲ୍ୟାଣୀ ବଡ଼ଜେନା,କିରଣ କଣ୍ଟା,ଭୂପେନ୍ଦ୍ର ସିଂ ମାଝୀ,ସପର୍ଯ୍ୟା ଶୁଭଶ୍ରୀ ମିଶ୍ର,ଅନୁପମା ପଣ୍ଡା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା, ଡେପୁଟେସନରେ ଥିବା ବରିଷ୍ଠ ଶିକ୍ଷୟିତ୍ରୀ ସୁନୀତା ନାଥ,ସ୍ମିତା ପଟ୍ଟନାୟକ,ଅନିତା ସାହୁ କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ,ଭୋକେଶନାଲ ଦାୟିତ୍ୱରେ ଥିବା ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ଚତୁର୍ଥ ଶ୍ରେଣୀ କର୍ମଚାରୀ ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ କର୍ମଚାରୀ ବୃନ୍ଦ ଓ ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୂଖ୍ୟ ଅତିଥି,ସମ୍ମାନିତ ଅତିଥିଙ୍କ ସମେତ ଉପସ୍ଥିତ ସମସ୍ତେ ପ୍ରାକ୍ତନ ପ୍ରଧାମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଫଟୋରେ ପୁଷ୍ପ ମାଲ୍ୟାର୍ପଣ,ଧୂପ ଦୀପ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ଛାତ୍ର-ଛାତ୍ରୀମାନେ ପ୍ରାର୍ଥନା ସଙ୍ଗୀତଗାନ କରିଥିଲେ।ଛାତ୍ରୀ- ଛାତ୍ରମାନଙ୍କ ମଧ୍ୟରେ ପିନାକୀ ପ୍ରିତମ ଛୋଟରାୟ,ଦେବୀଦତ୍ତ ଶତପଥୀ,ଶୁଭ୍ରାଂଶୁ ଶେଖର ସାହୁ,ଆଶୁତୋଷ ତ୍ରିପାଠୀ,ଦୁର୍ଗା ପ୍ରସାଦ ମିଶ୍ର ଓ ଶିକ୍ଷୟିତ୍ରୀ ଶିକ୍ଷକମାନେ ପରେପରେ ଆଜିର ଶିଶୁ ଦିବସର ଆଭିମୁଖ୍ୟ ଓ ନେହେରୁଙ୍କ ଜୀବନାଦର୍ଶ ସମସ୍ତଙ୍କ ଜୀବନକୁ ଅନୁପ୍ରାଣିତ କରିପାରିବ ବୋଲି ଦୃଢ଼ ମତପୋଷଣ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ପ୍ରେରଣାରେ ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡଃ ଅନୁପମା ମିଶ୍ରଙ୍କ ମିଳିତ ମାର୍ଗଦର୍ଶନରେ ଓ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ମିଳିତ ସହଯୋଗିତାରେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଡଃ ଅନୁପମା ମିଶ୍ର ସ୍ୱାଗତ ଭାଷଣ, କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା,କାର୍ଯ୍ୟକ୍ରମର ସଫଳ ପରିଚାଳନା,କାର୍ଯ୍ୟକ୍ରମ ସଂଯୋଜନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ ବିଦ୍ୟାଳୟର ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ସୁମଧୁର ଉଦଯାପନୀ ସଙ୍ଗୀତ ଗାନ କରାଯିବା ପରେ ସମସ୍ତଙ୍କୁ ଚକ୍ଲେଟ୍ ବଣ୍ଟନ କରାଯାଇଥିଲା

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ନନ୍ଦନକାନନରେ ସିଂହୀ ରେବା ଠାରୁ ଜନ୍ମିତ ତିନି ଶାବକଙ୍କ ହେଲା ନାମକରଣ

masiha

ବିଭିନ୍ନ ଦାବି ନେଇ କଲା ବ୍ୟାଞ୍ଚ ପିନ୍ଧିଲେ ପିଇଓ ସଂଘ

Sunil Chandra Nayak

ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ଇ. ମହାକୁଡ

masiha

Leave a Comment

error: Content is protected !!