ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ଆଜି ବ୍ଲକ ସ୍ତରୀୟ ପରବ ୨୦୨୪ ମହୋତ୍ସବ ଉଦ୍ଘାଟନ ହୋଇଯାଇଛି 

ବନ୍ଧୁଗାଁ ବ୍ଲକରେ ଆଜି ବ୍ଲକ ସ୍ତରୀୟ ପରବ ୨୦୨୪ ମହୋତ୍ସବ ଉଦ୍ଘାଟନ ହୋଇଯାଇଛି 

ବନ୍ଧୁଗାଁ ତା ୨୦:୧୧:୨୪,ବନ୍ଧୁଗାଁ ବ୍ଲକ ଠାରେ ଆଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟ ମିନି ଷ୍ଟାଡିଯମ ଠାରେ ଚଳିତ ବର୍ଷ ର ପରବ ୨୦୨୪ ମହତ୍ସବ ର ଶୁଭ ଉଦ୍ଧଘାଟନ ହୋଇଯାଇଛି I ସାନ ସରପଲି ମନ୍ଦିର ଠାରୁ କୋରାପୁଟିଆ ଢେମଶା ନାଚ ଗିତ ବଜା ବାଇଦ ସହ ନାଚି ନାଚି ମସାଲ ଯାତରା ମିନି ଷ୍ଟାଡିମ ପରବ ଖେଳ ମଞ୍ଚ ନିକଟକୁ ପହଞ୍ଚିବା ପରେ ପରବ ର କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ପତାକା ଉତ୍ତୋଳନ କରାଯାଇଥିଲା I ପରେ ଅତିଥି ମାନଙ୍କୁ ମଞ୍ଚକୁ ମଞ୍ଚାସିନ କରାଯାଇଥିଲା I ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲାର ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ଶ୍ରୀ ଝିନ ହିକକା ଓ ସାଂସଦ ପ୍ରତିନିଦି ଶ୍ରୀମତି କୌଶଲ୍ୟା ହିକକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା, ବ୍ଲକ ବିଡ଼ିଓ ଶ୍ରୀ ଅଭିନାସ ବିଶ୍ୱଜିତ ସେଠି, ବ୍ଲକ weo  ଚନ୍ଦନ କୁମାର ସ୍ୱାଇଁ, ବନ୍ଧୁଗାଁ ବ୍ଲକର ସାଂସଦ ପ୍ରତିନିଦି ଲଖମନ ଖୋସଲା, ବ୍ଲକର ବିଜେଡି ସଭାପତି ବାଲା ନାଗ, କଂଗ୍ରେସ ଦଳର ପୂର୍ବତନ ସଭାପତି ଡି. ଏଙ୍କାଟି, ବ୍ଲକ ତହସିଲଦାର ଶ୍ରୀମତି ସୋନାଲି ପାତ୍ର, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ରଶ୍ମିତା ସେଠି, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶ୍ରୀ ନିହାର ରଞ୍ଜନ ସରଙ୍ଗି ଓ ଜନ-୨ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମାଜି ହିମିରିକା, ଜିଲ୍ଲା ବିଜେପି ସମ୍ଫାଦକ ସରତ ପାତ୍ର ବ୍ଲକର ଶିଶୁବିକାଶ ଅଧିକାରୀ ଓ ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଏବଂ ସମସ୍ତ ଅଙ୍ଗନ ବାଡ଼ି କର୍ମୀ ଉପସ୍ଥିତ ରହିଥିଲେ I 

 ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା

Sunil Chandra Nayak

ମିଶନ ବାତ୍ସଲ୍ୟ ଯୋଜନା ଅଧୀନରେ ଅନାଥ ପିଲା ଏଵଂ ଏକକ ଅଭିଭାବକ ପିଲାଙ୍କ ସ୍ୱତନ୍ତ୍ର ଶିବିର ଆୟୋଜନ

Sunil Chandra Nayak

ଗୋଲାମୁଣ୍ଡା ଠାରେ ନିଖିଳ ଓଡିଶା ଏମଡିଏମ ପାଚିକା ଓ ସହାୟିକା ସଙ୍ଘ ର ବୈଠକ

Sunil Chandra Nayak

Leave a Comment

error: Content is protected !!