ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଝାଡ଼ଖଣ୍ଡ ମୁକ୍ତିମୋର୍ଚା କାର୍ଯ୍ଯାଳୟ ଠାରେ ସମ୍ବିଧାନ ଦିବସ ପାଳିତ 

ରାଇରଙ୍ଗପୁର ଝାଡ଼ଖଣ୍ଡ ମୁକ୍ତିମୋର୍ଚା କାର୍ଯ୍ଯାଳୟ ଠାରେ ସମ୍ବିଧାନ ଦିବସ ପାଳିତ 

 ମୟୂରଭଞ୍ଜ :- ୨୬୵୧୧ ( ମସିହା)ଆଜି ଅପରାହ୍ନ ଘଟିକାରେ ରାଇରଙ୍ଗପୁର ମୁର୍ମୁ ଛକ ନିକଟ ରେ କାର୍ଯ୍ଯାଳୟ ଠାରେ ରାଇରଙ୍ଗପୁର ଓ ସାରସକଣା ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ମାନେ ସମ୍ବିଧାନ ଦିବସ ରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ବାବା ସାହେବ ଡ: ଆମ୍ବେଦକର ଙ୍କ ଫୋଟଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଆଗାମୀ ଦିନରେ ଭାରତ ବର୍ଷର ସମ୍ବିଧାନ କୁ କିପରି ସୁରକ୍ଷିତ ନେଇ ଅନୁସୂଚୀତ ଜାତି , ଅନୁସୂଚୀତ ଜନଜାତି ପଛୁଆବର୍ଗ ଓ ଲଖ୍ଯାଲଘୁ ତଥା ଜନସାଧାରଣ ମାନେ ମଧ୍ଯ ଚିନ୍ତାର କାରଣ ଅସ୍ପଷ୍ଟ ଚିତ୍ର କୁ ଦର୍ଶାଇଥିଲେ । କାରଣ ଭାରତ ହେଉଛି ଧର୍ମନିରପେକ୍ଷ ରାଷ୍ଟ୍ର ଏହି ଧର୍ମନିରପେକ୍ଷ ରାଷ୍ଟ୍ର ରେ ସମ୍ବିଧାନ କୁ ହତ୍ଯା କରାଯିବାର ଯେଉଁ ଷଡଯନ୍ତ୍ର ଚାଲିଛି ତାହାକୁ ଆମେ ସଫଳ କରାଇ ଦେବୁନାହିଁ ବୋଲି ତୁଙ୍ଗନେତା ଘନଶ୍ୟାମ ପିଙ୍ଗୁଆ କହିଥିଲେ ।। ତେଣୁ ଏହି ସମ୍ବିଧାନ ର ୭୫ ତମ ଦିବସ ପାଳନ ଅବସର ରେ ଆମେ ସପଥ ପାଠ କରୁଛୁ ସମ୍ବିଧାନ ଦିବସ କୁ କୋଣ ଅନୁକୋଣ ରେ ଜନସାଧାରଣ ଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଚେଷ୍ଟା କରିବୁ ଏବଂ ତାହାର ପ୍ରଚାର ପ୍ରସାର ରେ କେବେ ପଛଘୁଞ୍ଚା ଦେବୁ ନାହିଁ ।। କାର୍ଯ୍ୟକ୍ରମ ରେ ସାଲୁ କିସ୍କୁ , ଘନଶ୍ୟାମ ପିଙ୍ଗୁଆ , ସନ୍ତୋଷ କୁମାର ମୁର୍ମୁ , ଉଦୟନାଥ ସୋରେନ , କୃଷ୍ଣ ଚନ୍ଦ୍ର କାରୁଆ , ଚନ୍ଦ୍ର ମୋହନ ପିଙ୍ଗୁଆ , ଚନ୍ଦନ ମୁର୍ମୁ , କିତାରମ୍ ଆଲଡା , ସାଲଖାନ୍ ହେମ୍ବ୍ରମ ଓ ରାମକୃଷ୍ଣ ବେଶ୍ରା ପ୍ରମୁଖ ଉପସ୍ଥିତ ଥିଲେ ।।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ ଗୃହରେ ୧୧୦ ଜଣ ଜନଜାତି ଉତ୍ସାହୀ ଯୁବ ଉଦ୍ୟୋଗୀମାନଙ୍କୁ ବିଧାୟକଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ଜନଜାତି ଜିବୀକା ମିଶନ୍ ଯୋଜନାରେ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ 

masiha

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

masiha

ସରକାର ଙ୍କ ଉପରେ ତାତିଲେ : ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଙ୍ଘ

Sunil Chandra Nayak

Leave a Comment

error: Content is protected !!