ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ତ୍ରୀଦିଵସୀୟ କୃଷିଯନ୍ତ୍ରପାତି ପ୍ରଦର୍ଶନୀ ମେଳା ଓ ବିକ୍ରୟ ଉଦଯାପିତ 

ରାଇରଙ୍ଗପୁର ରେ ତ୍ରୀଦିଵସୀୟ କୃଷିଯନ୍ତ୍ରପାତି ପ୍ରଦର୍ଶନୀ ମେଳା ଓ ବିକ୍ରୟ ଉଦଯାପିତ 

 ମୟୂରଭଞ୍ଜ- ୨୯/୧୧ ( ମସିହା)ରାଇରଙ୍ଗପୁର ସହର ଅନ୍ତର୍ଗତ ମହୁଲଡିହା ଖେଳ ପଡ଼ିଆରେ ତ୍ରୀଦିଵସୀୟ (୨୭,୨୮ ଏବଂ ୨୯)କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଓ ବିକ୍ରୟ ମେଳ ମହା ସମାରୋହରେ ଉଦଯାପିତ ହୋଇଯାଇଛି ।ଏହି ଉଦଯାପନୀ ଉତ୍ସବରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ଵିଜାତଳା ବ୍ଳକ ଅଧ୍ୟକ୍ଷ ରାଣୀ ମୁର୍ମୁ,ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମାଡ,ଵହଳଦା ବ୍ଳକ ଅଧ୍ୟକ୍ଷା ଦୀପାଞ୍ଜଳି ସିଂ,କୁସୁମି ବ୍ଳକ ଅଧ୍ୟକ୍ଷା ମାଧେ ପୂର୍ତ୍ତି, ବିଶୋଇ ବ୍ଳକ ଅଧ୍ୟକ୍ଷା ତୁଳସୀ ତିର୍କୀ ହାଁସଦା, ଯାତ୍ରା ବ୍ଳକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ, ରାଇରଙ୍ଗପୁର ଜିଲ୍ଲା ପରିଷଦ ସଦସ୍ୟ ସଚିଦାନନ୍ଦ ମହାନ୍ତ, ରାଇରଙ୍ଗପୁର କୃଷି ଅଧିକାରୀ ଲୋକନାଥ ମିଶ୍ର,ଵହଳଦା କୃଷି ଅଧିକାରୀ ଉତ୍ତମ ସୋ, ଯଶିପୁର କୃଷି ବୈଜ୍ଞାନିକ ପ୍ରଦୀପ ମହାନ୍ତି, ରାଇରଙ୍ଗପୁର ବ୍ଳକ କୃଷିଯନ୍ତ୍ରୀ, ମତ୍ସ୍ୟ ,ପଶୁ,ଆଇଟିଡିଏ, ଉଦ୍ୟାନ ,କୃଷି ବିଭାଗ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦଯାପନୀ ଉତ୍ସବର ଶୁଭାରମ୍ଭ କରିଥିଲେ । ଅତିଥିଗଣ କହିଥିଲେ କୃଷକ ହେଉଛନ୍ତି ଆମର ଅନ୍ନଦାତା । ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ କହିଥିଲେ ଜୟ ଯବାନ,ଜୟ କିଷାନ,ଜୟ ବିଜ୍ଞାନ । ଚାଷୀ ହସିଲେ ଦେଶ ହସିବ । କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ସଶକ୍ତିକରଣ ପାଇଁ ବହୁବିଧ ଯୋଜନା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାର ଚାଷୀମାନଙ୍କ ଉନ୍ନତି ପାଇଁ ପ୍ରତିଶ୍ରୁତିଵଦ୍ଧ ।କୃଷକମାନେ ଆଧୁନିକ କୃଷି ପ୍ରଣାଳୀ ଉପରେ ଅଧିକ ଜ୍ଞାନ,କୃଷି ଯନ୍ତ୍ରପାତି ବ୍ୟବହାର ଉପରେ ଜ୍ଞାନ,କୃଷି ଅଧିକାରୀଙ୍କ ଠାରୁ କୃଷିଭିତ୍ତିକ ଜ୍ଞାନ କୁ ନେଇ ନିଜେ ସଶକ୍ତ ହୋଇ କାର୍ଯ୍ୟ କ୍ଷେତ୍ରରେ ବ୍ୟବହାର କଲେ କୃଷି ଅଧିକ ଅମଳ କରିବା ସହ ଦୁଇ ପଇସା ଅଧିକ ରୋଜଗାରକ୍ଷମ ହୋଇ ଆର୍ଥିକ ସଶକ୍ତ ହୋଇ ପାରିବ । ବିଭିନ୍ନ ବିଭାଗର ଅଧିକାରୀମାନେ ସେମାନଙ୍କ ବିଭାଗର ସରକାର ଯୋଜନା, ସହାୟତା ଓ ବୈଷୟିକ ଜ୍ଞାନ ଉପରେ ଉପସ୍ଥିତ ଚାଷୀମାନଙ୍କୁ ଅବଗତ କରାଇଥିଲେ ।ଓଡ଼ିଶାର ଚାଷୀ ପାରଂପାରିକ ଧାନଚାଷ ସହିତ ବିରି,ମୁଗ,ଡାଲି,ଗହମ, ମତ୍ସ୍ୟ,ଛେଳି,ଗୋପାଳନ,କୁକୁଡ଼ା ,ଆମ୍ବ,ସପୁରୀ,ପନିପରିବା ଆଦି ଚାଷ ଉପରେ ଧ୍ୟାନ ଦେଇ ଅଧିକରୁ ଅଧିକ ଉପାର୍ଜନକ୍ଷମ ହେବା ପାଇଁ ପରାମର୍ଶ ଦେଇଥିଲେ । ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନ ଙ୍କ ସମେ ଜନପ୍ରତିନିଧି ମାନେ ପ୍ରଦର୍ଶନୀ ମେଳା ପରିଦର୍ଶନ କରିଥିଲେ । ମେଳାରେ ବହୁ ଚାଷୀ ଉପସ୍ଥିତ ରହି ନିଜ ମନ ପସନ୍ଦର କୃଷି ଯନ୍ତ୍ରପାତି କ୍ରୟ କରିଥିଲେ । ରାଇରଙ୍ଗପୁର କୃଷି ଅଧିକାରୀ,ଵହଳଦା କୃଷି ଅଧିକାରୀ ,୭ ଟି ବ୍ଳକର କୃଷି ଅଧିକାରୀ,କୃଷି ସାଥି ପ୍ରମୁଖ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଖଡ଼ିଆଳ ମହୋତ୍ସବ ୨୦୨୫ ପାଇଁ ଶୁଭସ୍ତମ୍ଭ ସ୍ଥାପନ

masiha

ବନ୍ଧୁଗାଁ ରେ ପାଞ୍ଚ ଦିନ ହେଲାଣି ବିଏସନାଲ ସେବା ଠପ୍

masiha

ପୂଜ୍ୟ ଯୋଗାଚାର୍ଯ୍ୟ ରାପର୍ତି ରାମ ପ୍ରଭୁ ଜୀ ମହାରାଜଙ୍କ ଶତ ବାର୍ଷିକ ଜନ୍ମ ଜୟନ୍ତୀ ଉତ୍ସବରେ ଆଧ୍ୟାତ୍ମିକ ସହ ବସ୍ତ୍ରଦାନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!