ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୁଭାରମ୍ଭ ହେଲା ଡିଫାଇନ୍ କଳାହାଣ୍ଡିର ସଦସ୍ୟତା ଅଭିଯାନ

ଶୁଭାରମ୍ଭ ହେଲା ଡିଫାଇନ୍ କଳାହାଣ୍ଡିର ସଦସ୍ୟତା ଅଭିଯାନ

କଳାହାଣ୍ଡି ଜିଲ୍ଲାବାସୀଙ୍କ ବିଶ୍ୱାସ ଓ ନିଷ୍ଠାକୁ ପୁଞ୍ଜି କରି ସମସ୍ତଙ୍କୁ ଏକାଠି କରିବା ଓ ସେମାନଙ୍କ ଆସ୍ଥାକୁ ସମ୍ମାନ ଦେଇ ଏକ ସଶକ୍ତ କଳାହାଣ୍ଡି ଜିଲ୍ଲା ଗଠନ କରିବାର ସ୍ୱପ୍ନ ଦେଖିଥିବା ଡିଫାଇନ୍ କଳାହାଣ୍ଡି ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ଆଜି ତାହାର ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଏହି ସଦସ୍ୟ ସଂଗ୍ରହ ଅଭିଯାନ କାର୍ଯକ୍ରମ ଆଜି ଅପରାହ୍ନ ରେ ସ୍ଥାନୀୟ ଭବାନୀପାଟଣା ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ସଦସ୍ୟ ସଂଗ୍ରହ ଅଭିଯାନ କାର୍ଯକ୍ରମ ରେ ଡିଫାଇନ କଳାହାଣ୍ଡି ର ଅଧ୍ୟକ୍ଷ ମଧୁ ମହାନ୍ତି ଯୋଗ ଦେଇଥିଲେ । ଏହି ଅଭିଯାନ ଆଜି ଠାରୁ ଆରମ୍ଭ ହୋଇ ଥିବା ବେଳେ ଆସନ୍ତା ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବା ସହ 1 ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କୁ ଡିଫାଇନ କଳାହାଣ୍ଡି ର ସଦସ୍ୟ କରିବା ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ଡିଫାଇନ କଳାହାଣ୍ଡି ର ଏକ ମାତ୍ର ଉଦ୍ଦେଶ୍ଵ କଳାହାଣ୍ଡି ଜିଲ୍ଲାର ବିକାଶ , କଳାହାଣ୍ଡି ରେ ତ ଅନେକ ସମସ୍ୟା ରହିଛି କିନ୍ତୁ ମୁକ୍ଷ ସମସ୍ୟା ହେଲା ବେକାରୀ ସମସ୍ୟା ଓ ଦୂତୀଅ ହେଲା ମଦ , ଆଜି ଯୁବକ ଯୁବତୀ ମାନେ ପାଠ ପଢ଼ି କି ବେକାରୀ ରହୁ ଥିବା ବେଳେ ମଦ ମାଧ୍ୟମରେ ପରିବାର ମଧ୍ୟ ଉଜୁଡ଼ି ଯାଉଛି । ଘରର ମୁଖିଆ ଯାହା ଉପାର୍ଜନ କରୁଛି ତାହା ମଦ ପିଇ ସର୍ବସ୍ବାନ୍ତ ହେଉଛନ୍ତି । ଜିଲ୍ଲାରେ ଚାଷୀ ମାନଙ୍କ ସମସ୍ୟା ମଧ୍ୟ ଲାଗି ରହିଛି ତେଣୁ ଚାଷୀ ମାନଙ୍କ ସହ ମଧ୍ୟ ଆମେ ଅଛୁ ବୋଲି କହିବା ସହ ଜିଲ୍ଲାରେ ଲାଗି ରହି ଥିବା ବିଭିନ୍ନ ସମସ୍ୟା ସହ ଡିଫାଇନ କଳାହାଣ୍ଡି ଅଛି ବୋଲି ଡିଫାଇନ କଳାହାଣ୍ଡି ର ଅଧ୍ୟକ୍ଷ ମଧୁ ମହାନ୍ତି ପ୍ରକାଶ କରିଥିଲେ । ଏହି ସଦସ୍ୟ ସଂଗ୍ରହ ଅଭିଯାନ ରେ ଭବାନୀପାଟଣା ସହର ଓ ଆଖପାଖ ଅଂଚଳର ହଜାର ହଜାର ଯୁବକ ଯୁବତୀ ମହିଳା ପୁରୁଷ ଯୋଗ ଦେଇଥିଲେ ।

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମକ୍ ଡ୍ରିଲ୍ କରିବା ନିର୍ଦ୍ଦେଶ କୁ ସ୍ବାଗତ କଳା ABVP 

masiha

ଟ୍ରକକୁ ଧକ୍କାଦେଇ ବାଇକ ଚାଳକ ମୃତ

masiha

ଶ୍ରୀ ଅରବିନ୍ଦଙ୍କର ଦେହାଶ ପ୍ରତିଷ୍ଠାର ଏକବିଂଶତମ ବାର୍ଷିକୋତ୍ସବ 

masiha

Leave a Comment

error: Content is protected !!