ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇପ୍ସିତା ବିଶ୍ବାଳ ଙ୍କୁ କଳିଙ୍ଗ କନ୍ୟା ସମ୍ମାନ ….

ଇପ୍ସିତା ବିଶ୍ବାଳ ଙ୍କୁ କଳିଙ୍ଗ କନ୍ୟା ସମ୍ମାନ ….

 ରାଉରକେଲା: ଓଡ଼ିଶା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପ୍ରତିଭା ସମ୍ମାନ ଓଡ଼ିଶା ଟ୍ରଷ୍ଟ, ଭୁବନେଶ୍ବର ତରଫ ରୁ ରାଉରକେଲା ର ସମାଜସେବୀ ଇପ୍ସିତା ବିଶ୍ଵାଳ ଙ୍କୁ କଳିଙ୍ଗ କନ୍ୟା ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି। ଭୁବନେଶ୍ୱର ସ୍ଥିତ ଇଞ୍ଜିନିୟରିଙ୍ଗ୍ ଭବନ ରେ ଆୟୋଜିତ ଏକ ସ୍ବତନ୍ତ୍ର ସଭା ରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ୧୦୦ ଜଣ ମହିଳା ଙ୍କୁ ପୁଷ୍ପଗୁଛ, ଉପଢୌକନ, ମାନପତ୍ର ଓ କଳିଙ୍ଗ କନ୍ୟା ପୁସ୍ତକ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ଵ ବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଟ୍ରଷ୍ଟ ସଭାପତି ଡାକ୍ତର ଅଶୋକ ମହାପାତ୍ର ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରି ଥିଲେ। ୩୦ଟି ଜିଲ୍ଲା ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ରାଉରକେଲା ର ଇପ୍ସିତା ବିଶ୍ଵାଳ ଙ୍କୁ ଯୋଗ୍ୟ ବିବେଚିତ କରି ପୁରସ୍କୃତ କରାଯାଇଛି। ଇପ୍ସିତା ନିଜର ସଫଳତା ର ଶ୍ରେୟ ନିଜ ବାପା ମା ଙ୍କୁ ଦେଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣାରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

Sunil Chandra Nayak

ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବକୁ ସରପଞ୍ଚ ସଂଘର ବିରୋଧ, ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର

Sunil Chandra Nayak

ମୁଖ୍ୟମନ୍ତ୍ରୀ ବସ୍ ସେବା ସମ୍ପ୍ରସାରଣ ନେଇ ବୈଠକ

Sunil Chandra Nayak

Leave a Comment

error: Content is protected !!