ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷକ ସଚେତନତା ଶିବିର 

କୃଷକ ସଚେତନତା ଶିବିର 

ଡାବୁଗାଁ, ୧୯/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜବାଗୁଡା ପଞ୍ଚାୟତ ର ଜବାଗୁଡା ଓ ଧୁଡୁକାଡଙ୍ଗରୀ ଗ୍ରାମରେ ମୃତ୍ତିକା ସଂରକ୍ଷଣ ଜଳ ବିଭାଜିକା ବିଭାଗ ତରଫରୁ କୃଷକ ସଚେତନତା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବୃଷ୍ଟି ପୁଷ୍ଟ ଅଞ୍ଚଳ ଉନ୍ନୟନ ଯୋଜନା (ଆର.ଏ.ଡି)- ୨୦୨୪-୨୫ ମାଧ୍ୟମରେ ମୃତ୍ତିକା ସଂରକ୍ଷଣ ଜଳ ବିଭାଜିକା ବିଭାଗ, କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଦ୍ୟାନ ବିଭାଗ ର ମିଳିତ ଆନୁକୁଲ୍ୟ ରେ କୃଷକ ମାନଙ୍କୁ ସମସ୍ତ ବିଭାଗର ଯୋଜନା ଗୁଡିକ ଉପରେ ଚାଷୀ ମାନଙ୍କୁ ଉପସ୍ଥିତ ଅଧିକାରୀ ମାନେ ସରଳ ଭାବେ ବୁଝାଇଥିଲେ | ଏଥିରେ ନବରଙ୍ଗପୁର ମୃତ୍ତିକା ସଂରକ୍ଷଣ ବିଭାଗ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ କୁମାର ବିଶ୍ଵାଳ, ଡାବୁଗାଁ ମୃତ୍ତିକା ସଂରକ୍ଷଣ ରେଞ୍ଜ ଅଧିକାରୀ ଗୌତ୍ତମ ସେଠୀ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା, ପ୍ରାଣୀ ଚିକିତ୍ସକ ଏନ. ଲୋକ ନାଥ ରେଡ୍ଡୀ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ସ୍ଥାନୀୟ ୱାର୍ଡ ସଭ୍ୟ ଓ ଚାଷୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଵହଳଦା ଥାନା ; ଜାତୀୟ ରାଜପଥ ୨୨୦ ନମ୍ବର ନିମିଡିହି ଛକରେ ବାଛୁରିକୁ ଧକ୍କା ଦେଇ ଅଜଣା ଯୁବକ ଗୁରୁତର

Sunil Chandra Nayak

କୋମନା ବ୍ଲକ ବିଜା ଖମନ ଜଙ୍ଗଳ ରେ  ଭାଲୁ ଆକ୍ରମଣ ରେ ୪ ଜଣ ବନ୍ କର୍ମଚାରୀ ଗୁରୁତର ଆହାତ, ଆହତ ଙ୍କୁ ନୂଆପଡ଼ା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି

Sunil Chandra Nayak

ବେତନଟୀ ! ଜାତୀୟ ରାଜପଥ ୧୮ ନମ୍ବର ରେ ମର୍ମନ୍ତୁଦ ଦୁର୍ଘଟଣା! ଟ୍ରଲର ସହ ପିଟି ହେଲା ତିର୍ଥଯାତ୍ରୀ ସ୍କ୍ରୋପିଅ; ୬ ଜଣ ଗୁରୁତର

Leave a Comment

error: Content is protected !!