ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷକ ସଚେତନତା ଶିବିର 

କୃଷକ ସଚେତନତା ଶିବିର 

ଡାବୁଗାଁ, ୧୯/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜବାଗୁଡା ପଞ୍ଚାୟତ ର ଜବାଗୁଡା ଓ ଧୁଡୁକାଡଙ୍ଗରୀ ଗ୍ରାମରେ ମୃତ୍ତିକା ସଂରକ୍ଷଣ ଜଳ ବିଭାଜିକା ବିଭାଗ ତରଫରୁ କୃଷକ ସଚେତନତା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବୃଷ୍ଟି ପୁଷ୍ଟ ଅଞ୍ଚଳ ଉନ୍ନୟନ ଯୋଜନା (ଆର.ଏ.ଡି)- ୨୦୨୪-୨୫ ମାଧ୍ୟମରେ ମୃତ୍ତିକା ସଂରକ୍ଷଣ ଜଳ ବିଭାଜିକା ବିଭାଗ, କୃଷି, ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଉଦ୍ୟାନ ବିଭାଗ ର ମିଳିତ ଆନୁକୁଲ୍ୟ ରେ କୃଷକ ମାନଙ୍କୁ ସମସ୍ତ ବିଭାଗର ଯୋଜନା ଗୁଡିକ ଉପରେ ଚାଷୀ ମାନଙ୍କୁ ଉପସ୍ଥିତ ଅଧିକାରୀ ମାନେ ସରଳ ଭାବେ ବୁଝାଇଥିଲେ | ଏଥିରେ ନବରଙ୍ଗପୁର ମୃତ୍ତିକା ସଂରକ୍ଷଣ ବିଭାଗ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସନ୍ତୋଷ କୁମାର ବିଶ୍ଵାଳ, ଡାବୁଗାଁ ମୃତ୍ତିକା ସଂରକ୍ଷଣ ରେଞ୍ଜ ଅଧିକାରୀ ଗୌତ୍ତମ ସେଠୀ, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା, ପ୍ରାଣୀ ଚିକିତ୍ସକ ଏନ. ଲୋକ ନାଥ ରେଡ୍ଡୀ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ସଙ୍ଗୀତା ସାମଲ, ସ୍ଥାନୀୟ ୱାର୍ଡ ସଭ୍ୟ ଓ ଚାଷୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡବ୍ଲ୍ୟୁ ଓ ଡି ସି ଅଧ୍ୟକ୍ଷ ଓ ସି ଓ ଙ୍କ ଥୁଆମୂଳ ରାମପୁର ବ୍ଳକ ଗସ୍ତ

Sunil Chandra Nayak

ସିଆରପିଫ ୨୧୬ ବାଟାଲିୟନ ଯବାନ ମାନଙ୍କ ଦ୍ୱାରା ସିଭିକ ଆକ୍ସନ କାର୍ଯ୍ୟକ୍ରମ 

Sunil Chandra Nayak

କେରଳ ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ ଧୂମଧାମରେ ପାଳିତ 

masiha

Leave a Comment

error: Content is protected !!