ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ଘଟକୁରି ସେବା ସମବାୟ ସମିତି ରେ ଖୋଲିଲା ମଣ୍ଡି 

ଆସିକା ଘଟକୁରି ସେବା ସମବାୟ ସମିତି ରେ ଖୋଲିଲା ମଣ୍ଡି 

ଆସିକା ୦୩/୧/୨୫ // ଚାଷୀଙ୍କ ଦ୍ୱାରା ବହୁ ପ୍ରତିକ୍ଷୀତ ଅମଳ ଧାନକୁ ଦେବା ପାଇଁ ଆସିକା ବ୍ଲକ ପଂଚାୟତ ର ଘଟକୁରି ସେବା ସମବାୟ ସମିତି ଠାରେ ଖୋଲିଲା ମଣ୍ଡି l ଏହି ସେବା ସମିତି ରେ ଧାନ ଦେବାପାଇଁ ୨୦୩ ଜଣ ଚାଷୀ ପଞ୍ଜିକୃତ ହୋଇଥିବା ବେଳେ ୭୦୦୦ କୁଇଣ୍ଟାଲ ଧାନ ସଂଗ୍ରହ କରିବା ଲକ୍ଷ ଧାର୍ଯ୍ୟ ହୋଇଥିବା ଉପ ଜିଲ୍ଲାପାଳ ଅନିଲ ସେଠୀ ପ୍ରକାଶ କରିଛନ୍ତି l ସେହିଭଳି ଧାନ ଏଫ କ୍ୟୁ ମାନ ରେ କୋହଳ ପାଇଁ କମିଟି ଗଠନ ହୋଇଛି l ତତ ସଙ୍ଗେ ବୀମା କରିବା ସକାଶେ ଶେଷ ଦିନ ରହିଥିବା ଯୋଗୁଁ ଆଜିହିଁ ଚାଷୀ ସମୃକ୍ତ ରାଜସ୍ବ କାର୍ଯାଳୟ ରେ ପହଂଚି ବୀମା ଭୁକ୍ତ ହେଲେ କ୍ଷତି ମିଳିବ ବୋଲି ବିଧାୟକ ସରୋଜ କୁମାର ପାଢ଼ୀ ପ୍ରକାଶ କରିଛନ୍ତି l 

 ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢ଼ୀ, ଭଞ୍ଜନନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ,ଅତିରିକ୍ତ ଉପ ଜିଲ୍ଲାପାଳ ବିଶ୍ୱରଂଜନ କଁଅର, ମଣ୍ଡି ର ନୋଡାଲ ଅଧିକାରୀ ଆସିକା ତହସିଲଦାର ସଂଗୀତା ସେନ, ଭାରପ୍ରାପ୍ତ ବି ଡି ଓ ସାଗରୀକା ଷଡ଼ଙ୍ଗୀ, ଆତ୍ମା ର ଅଧକ୍ଷ ବିଜୟ ସ୍ୱାଇଁ,ସମବାୟ ନିରୀକ୍ଷକ ତୁଳସୀ ରାଣୀ ପଣ୍ଡା,ବରିଷ୍ଠ ସମାଜସେଵୀ ଭଗବାନ ସାହୁ, ସନ୍ଦୀପ ପାଢ଼ୀ, ସଙ୍ଗୀତ ପାଢ଼ୀ ଓ ଶଙ୍କର ସେଠି, କୃଷି ଅଧିକାରୀ ବାସୁଦେବ ସାହୁ, ଯୋଗାଣ ନିରୀକ୍ଷିକା ଶର୍ମିଷ୍ଠା ଦଳବେହେରା,ଘଟକୁରୀ ସେବା ସମିତି ସଭାପତି ଯୋଗେନ୍ଦ୍ର ନାହାକ, ସେବା ସମିତିର ସମ୍ପାଦକ ସୂର୍ଯ୍ୟକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ l ଉଦଘାଟନ ପୂର୍ବରୁ ବିଧାୟକ ସରୋଜ ପାଢ଼ୀ ମଣ୍ଡି କେନ୍ଦ୍ର ର ଅବ୍ୟବସ୍ତା ନେଇ କ୍ଷୁବ୍ଧ ପ୍ରକାଶ କରି ସମ୍ପୃକ୍ତ ଅଧିକାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇ ଥିବା ଜଣା ପଡିଛି l

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

କଳିକା କେନ୍ଦ୍ରର ତ୍ରିଦିବସୀୟ କର୍ମୀ ସମ୍ମିଳନୀ

Sunil Chandra Nayak

ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ସୁଧୀର ରଞ୍ଜନ ଗୋପାଳ

masiha

ନିଜ ସୁରକ୍ଷା ପାଇଁ କବିରାଜମାନେ ସାଜିଛନ୍ତି ନକଳି ସାମ୍ବାଦିକ 

masiha

Leave a Comment

error: Content is protected !!