ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଣ୍ଡପାଟ ଅଞ୍ଚଳ ବେହେରା କୁ ବ୍ଲକ ଦାବି ତେଜିଲା

ଦଣ୍ଡପାଟ ଅଞ୍ଚଳ ବେହେରା କୁ ବ୍ଲକ ଦାବି ତେଜିଲା

କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳ କୁ ବ୍ଲକ ଦାବି ନେଇ ବେହେରା ଗ୍ରାମର ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଘନଶ୍ୟାମ ପଟେଲ ଙ୍କ ଅଧ୍ୟକ୍ଷତା ରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହି ଅଞ୍ଚଳର ୧୧ ଗୋଟି ଗ୍ରାମ ପଞ୍ଚାୟତ ର ପଞ୍ଚାୟତ ପ୍ରତିନିଧି,ବୁଦ୍ଧିଜୀବୀ,ଓ ସାଧାରଣ ଜନତା ଉପସ୍ଥିତ ରହିଥିଲେ।ଦଣ୍ଡ ପାଟ ଅଞ୍ଚଳ ରେ କୋକସରା ବ୍ଲକ ର ଡାଳଗୁମା, ମୂଷାପାଲି ,ଖୁଣ୍ଟିଆ, ସାନ ପୋଡାଗୁଡ଼ା, ଗୋତ ମୁଣ୍ଡା,ଡହଗାଁ ର ସବୁ ଗ୍ରାମ ତଥା ମହିମା ଓ ମୋଟର ର ଅର୍ଦ୍ଧାଧିକ ଗ୍ରାମ ସେହି ପରି ଧର୍ମଗଡ ବ୍ଲକ ର ଜୟନ୍ତ ପୁର,ବେହେରା,ଧଅଁର ପୁର,ତେଣ୍ଡାପାଲି,ଛଞ୍ଚାଣ ବାହାଲି, ପର୍ଲା,କଦଳୀ ମୁଣ୍ଡା, ଘୁମର ଓ ଗଡିଆ ଜୋର ଗ୍ରାମ ପଞ୍ଚାୟତ ଆସିଥାଏ। ସଂପୂର୍ଣ୍ଣ ଭାବେ ୧୬ ଟି ପଞ୍ଚାୟତ ଓ ୨ଟି ପଞ୍ଚାୟତ ର ଅର୍ଦ୍ଧାଧିକ ଗ୍ରାମ ଦଣ୍ଡପାଟ ବୋଲି ବିବେଚନା କରାଯାଇଥାଏ ।କଳାହାଣ୍ଡି ର ଉପାନ୍ତ ଅଞ୍ଚଳ କୁହା ଯାଉଥିବା ଦଣ୍ଡ ପାଟ ଅଞ୍ଚଳ ଉଭୟ ସରକାରୀ ଏବଂ ପ୍ରଶାସନିକ ସ୍ତରରେ ଅବହେଳିତ ହୋଇ ରହିଛି। ବିଭିନ୍ନ ପଞ୍ଚାୟତ ଏବଂ ଗ୍ରାମ ବ୍ଲକ ସଦରମହକୁମାଠାରୁ ପ୍ରାୟ ୩୦ ରୁ ୪୦ କିମି ଦୂରରେ ରହୁଥିବାରୁ ଗମନାଗମନ ଓ ଅନ୍ୟାନ କ୍ଷେତ୍ରରେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସବୁ ପଞ୍ଚାୟତ ର କେନ୍ଦ୍ର ସ୍ଥଳୀ ହେଉଛି ବେହେରା ଗ୍ରାମ। ବେହେରା ରେ ବ୍ଲକ ଗଠନ କରାଯିବାକୁ ଏହି ସଭା ରେ ସର୍ବସମ୍ମତି କ୍ରମେ ଦାବି ଉପସ୍ଥାପନା କରାଯାଇଥିଲା। ବିଜୁପଟ୍ଟନାୟକ ଙ୍କ ମୁଖ୍ୟମନ୍ତ୍ରୀ କାଳରୁ ଦଣ୍ଡପାଟ କୁ ବ୍ଲକ କରାଯିବାକୁ ଦାବି ହୋଇ ଆସୁଛି। ଚଳିତ ଲୋକପ୍ରିୟ ସରକାର ବ୍ଲକ ପୁନର୍ଗଠନ ପାଇଁ ବିଚାର କରୁଥିବା ଜାଣିବାକୁ ପାଇ ପୁଣି ଥରେ ଦଣ୍ଡପାଟ ବ୍ଲକ ର ସ୍ବପ୍ନ ଅଞ୍ଚଳ ବାସୀ ଙ୍କ ମନରେ ଉଜ୍ଜୀବିତ ହୋଇଛି।ଏ ନେଇ ରାଜ୍ୟ ସରକାରଙ୍କ ଠାରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଦଣ୍ଡପାଟ ବ୍ଲକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ସଭାପତି ଘନଶ୍ୟାମ ପଟେଲ, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ଉପ ସଭାପତି ହେମନ୍ତ ମାଝୀ,ଗୌଲୋଚନ ଗୋପାଳ, ଟିକମନ୍ ବାରିକ,ଗଣେଶ୍ୱର ବେମାଲ ,ସମ୍ପାଦକ ପ୍ରଶାନ୍ତ ତିୱାରୀ, ସହ ସମ୍ପାଦକ ଅକ୍ଷୟ ନାଏକ , ଧର୍ମବ୍ରତ ପଣ୍ଡା,ଭିକାରୀ ନିଏଲ୍, ଜଗତ ଶ୍ୟାମ ଯୁଏଡ , କୋଷାଧ୍ୟକ୍ଷ ଲଲିତ ବାଣୁଆ ଓ କ୍ଷୀର ସିନ୍ଧୁ ବାଗ ,ଉପଦେଷ୍ଟା ଭାବରେ ଚିତ୍ତରଞ୍ଜନ ପୁଝାରୀ,ବଳରାମ ପୁଝାରୀ ,ଧର୍ମାନନ୍ଦ ସେଠିଆ,ମଣି ଭଦ୍ର ନାଏକ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରା ଯାଇ ଥିଲା।ବୈଠକରେ ଅଞ୍ଚଳର ର ମାନ୍ୟଗଣ୍ୟ ବ୍ୟକ୍ତି ,ବୁଦ୍ଧିଜୀବୀ,ଯୁବା ଗୋଷ୍ଠୀ ସାମିଲ ହୋଇ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

 

Related posts

କାହା ସ୍ବାର୍ଥ ରେ ମେଗା ଜଳ ଯୋଗାଣ ଓ ମେଗା ଜଳ ସେଚନ ପ୍ରକଳ୍ପ ?

masiha

ଆଜି ଦିବସର ଅନୁଚିନ୍ତା : ୧ ଫେବୃଆରୀ : ବିଶ୍ୱ, ଭାରତ ଓ ଓଡ଼ିଶାର ଐତିହାସିକ ସ୍ମୃତିରେ ଦିନଟିର ମହତ୍ତ୍ୱ

Sunil Chandra Nayak

ଦୁର୍ଘଟଣା ଗ୍ରସ୍ତ ଆହତଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା – ମାନବିକତା ଦେଖାଇଲା ସୁବ୍ରତ ହସ୍ପିଟାଲ 

masiha

Leave a Comment

error: Content is protected !!