ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉପଲକ୍ଷେ  ମା ଭଣ୍ଡାରଘରଣୀ ଙ୍କ ପୀଠରୁ ମଶାଲ ଯାତ୍ରା।

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉପଲକ୍ଷେ

 ମା ଭଣ୍ଡାରଘରଣୀ ଙ୍କ ପୀଠରୁ ମଶାଲ ଯାତ୍ରା।

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉପଲକ୍ଷେ ଭବାନିପାଟଣା ଅଭିମୁଖେ ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମାଁ ଭଣ୍ଡାରଘରଣୀ ଙ୍କ ପୀଠରୁ ମଶାଲ ଯାତ୍ରା ଆରମ୍ଭ ହୋଇଯାଇଛି। ଏହା ଆସନ୍ତା ୧୪ ତାରିଖ ଦିନ ଭବାନିପାଟଣା ପହଞ୍ଚିବା ନେଇ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଉପସ୍ଥିତ ରହି ଉତ୍ସାହିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଶ୍ରୀକାନ୍ତ ଶତପଥୀ, ସହକାରୀ ଜିଲ୍ଲାପାଳ ମନମଥ ବେହେରା, ବିଷ୍ଣୁ ଅଗ୍ରୱାଲ, ହିମାଂଶୁ ପଣ୍ଡା, ଅପ୍ରେଶ ସ୍ୱାଇଁ, ସାମ୍ବାଦିକ ଇଙ୍ଗିତ ପଣ୍ଡା, ବ୍ରଜେଶ ପଣ୍ଡା,ତେଜନ ଦୁର୍ଗା ,ସ୍ୱେଚ୍ଛାସେବୀ ସୁଧୀର ଗୋପାଳ ସମେତ ନେହେରୁ ଯୁବ କେନ୍ଦ୍ର ସେଚ୍ଛାସେବୀ ରୁଦ୍ର ମହାରଣା ଟିମ୍,ଏସ.ଏ.କେ ର ଅଙ୍କିତ ସେଠୀ ମା ଡୁମେର୍ ମୁଡେନ୍ ଯୁବକ ସଂଘ କାଙ୍କେରୀ ର ଜୟନ୍ତ ଡ. ମାଝୀ, ଗୋବିନ୍ଦ ସାହୁ,ରୋହନ ଜଗତ, କ୍ରୀଷ୍ଣା ତାଣ୍ଡି ପ୍ରମୁଖ ସାହାଯ୍ୟ ସହଯୋଗ କରୁଥିବା ବେଳେ ଉକ୍ତ ମଶାଲ ଯାତ୍ରା କୁ କାଙ୍କେରୀ ଯୁବକ ସଂଘ ସଭାପତି ତଥା ଟିମ୍ ଏସ.ଏ.କେ ଜିଲ୍ଲା କାର୍ଯ୍ୟକାରୀ ସଭାପତି, ଜାତୀୟ ସ୍ବେଚ୍ଛାସେବୀ ଶ୍ରୀ ମହେଶ୍ୱର ସୁନାନୀ ପରିଚାଳନା କରୁଛନ୍ତି ।ମଶାଲ ଯାତ୍ରା କୁ ବଣ୍ଡାକୁଟୁରା କର୍ତ୍ତବ୍ୟ ଠାରେ ବୀରବାଦ୍ୟ ଘୁମୁରା ସହ ଭବ୍ୟ ସ୍ଵାଗତ କରାଯାଇଥିଲା। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟରେ ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ତରଫରୁ ନୂତନ ଉଦ୍ୟୋଗ କର୍ମଶାଳା

Sunil Chandra Nayak

ସାମ୍ବିଧାନିକ ମୁଲ୍ୟବୋଧ ଏବଂ ନାଗରିକ ସମାଜ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

ନାକେ ଦମ କରିସାରିଲେଣି ୩୫ଟିକିଆ ହାତୀ ପଲ

masiha

Leave a Comment

error: Content is protected !!