ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଲିତ

ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଲିତ

ତେନ୍ତୁଳି ଖୁଣ୍ଟି ୨୧/୦୧/୨୫ //  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ବିଜ୍ର।ଗୁଡ଼ା ସ୍ଥିତ ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କରୁଣାକର ନାୟକଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପାଲକା ରବୀନ୍ଦ୍ର ଯୋଗଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ସମ୍ପ୍ରସାରଣ ଅଧିକାରୀ ଭରତ ସାହୁ ଯୋଗ ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ନିବେଦିତା ବିଶ୍ଵାଳ, ବିଦ୍ୟାଳୟ ପରିଚାଳନ ସଭାପତି ହେମନ୍ତ ଭତରା ମଞ୍ଚାସିନ ଥିଲେ। ବିଦ୍ୟାଳୟ ର ସମସ୍ତ ଛାତ୍ରୀ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ନିବେଦିତ ସିଂ ମଂଚ ପରିଚାଳନା କରିଥିଲେ। ଶିକ୍ଷକ ମନୋଜ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟ କ୍ରମ ଶେଷରେ ଶିକ୍ଷକ କାହ୍ନୁ ଚରଣ ପଟ୍ଟନାୟକ ଧନ୍ୟବାଦ୍ ସହ ଶେଷ ହୋଇଥିଲା। ବିଦ୍ୟାଳୟ ର ସମସ୍ତ କର୍ମଚାରୀ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ ଅଭିଭାବକ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଟ୍ରାଫିକ ବିଭାଗ କୋଅପରେଟିଭ ରେ ଅନିୟମିତା ଅଭିଯୋଗ

Sunil Chandra Nayak

ସ୍ଵଭାବକବି ଗଙ୍ଗାଧର ମେହେରଙ୍କୁ ଭକ୍ତିପୁତ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ରାଇପାହଡରେ ବିକାଶର ନୂଆ ପଦକ୍ଷେପ: କଫି ଚାଷ, ଘର ଓ ସଡକ ଯୋଜନା ସୀମାନ୍ତ ରାଇପାହଡ ଗାଁରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ , ଜୀବନଜୀବିକା ପାଇଁ କଫି ଚାରା ରୋପଣ କରାଯିବାକୁ ନିଷ୍ପତ୍ତି

Sunil Chandra Nayak

Leave a Comment

error: Content is protected !!