ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ଆସିକା, ୨୪/୧/୨୫ // ଧରାକୋଟ ନିକଟସ୍ଥ ମୁଣ୍ତମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗତ 15 ତାରିଖ ଠାରୁ ଆରମ୍ଭ ହୋଇଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଅଧ୍ୟକ୍ଷ ଦିଗାମ୍ବର ବିଶୋଇ ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଧରାକୋଟ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ ସୁଜିତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମ ର ନିୟମାବଳୀ ଓ ଏହାର ଉପଯୋଗୀତା ବିଷୟରେ ଅବଗତ କରାଇବା ସହ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ବରିଷ୍ଠ ଅଧ୍ୟାପକ ଶଙ୍କର ସାହୁ ଏହାର ପରିଚାଳନା କରିଥିବା ବେଳେ ଆତ୍ମ ସୁରକ୍ଷା ତାଲିମ ଶିବିର ର ସଂଜୋଜିକା ତଥା ଶିକ୍ଷା ବିଭାଗର ଅଧ୍ୟାପିକା ବବିତା ରାଣୀ ସାବତ ଶେଷରେ ଧନ୍ୟବାଦ ଅର୍ପଣ କରିବା ପରେ ଶିବିର ଉଦଯାପିତ ହୋଇଥିଲା ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ମେଗା ଜଳ ଯୋଗାଣ ପ୍ରକଳ୍ପ :କାର୍ଯ୍ୟକାରୀ ନ ହୋଇଣୁ ମରାମତି ର ଆବଶ୍ୟକତା ପଡ଼ିଲାଣି ସଫଳତା ସନ୍ଦେହାସ୍ପଦ

masiha

ବାସନ୍ତୀ କଲୋନୀ ଚିଲଡ୍ରେନ ପାର୍କ ଅବହେଳିତ ଅବସ୍ଥାରେ 

masiha

ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!