ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଟଣାଗଡ ରେ ଆଦିବାସୀଙ୍କ ମହାମେଳି 

ପାଟଣାଗଡ ରେ ଆଦିବାସୀଙ୍କ ମହାମେଳି 

 ବଲାଙ୍ଗୀର // ଆଦିବାସି ନିଜର ଅଧିକାରକୁ ଦାବୀ କରି ଆଜି ପାଟଣାଗଡ଼ ରେ ଆଦିବାସୀ ମାନଙ୍କର ଏକ ମହାମେଳୀ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ଠାରେ ସଶସ୍ତ୍ର ଆଦିବାସୀ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ସହରର ମୂଖ୍ୟ ରାସ୍ତା ଉପରେ ବିଭିନ୍ନ ଶ୍ଳାଗାନ ମାନ ଦେଇ ଗଡ଼ଭିତର ଯାତ୍ରା ପଡ଼ିଆ କୁ ପହଞ୍ଚିଥିଲେ। ବ୍ଳକ ସଭାପତି ଭୂବନେଶ୍ଵର କୁଅଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ମୂଖ୍ୟ ଅତିଥି, ପଶ୍ଚିମ ଓଡ଼ିଶା ର ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ବାଳକୃଷ୍ଣ ଶବର , ଜିଲ୍ଲା ଆଦିବାସୀ କଲ୍ୟାଣସଂଘ ସଭାପତି ଶ୍ୟାମ ସୂନ୍ଦର ଭୋଇ , ହେମେନ୍ଦ୍ର ନାଥ ହସିଂବା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। । ପ୍ରାରମ୍ଭରେ ଆଦିବାସୀ ଦେବାଦେବୀ ଓ ଅସ୍ତ୍ରଶସ୍ତ୍ର କୁ ପୂଜାର୍ଚ୍ଚନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥଲା। ଏଥିରେ ଆଦିବାସୀ ପରମ୍ପରା ,ଶିକ୍ଷା, ସ୍ଵାସ୍ଥ୍ୟ ହକ ଅଧିକାର ଉପରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପରେ ଏକ ୩୧ ଦଫା ସମ୍ବଳିତ ଦାବି ପତ୍ର ମୂଖ୍ୟ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର ଙ୍କୁ ପ୍ରଦାନ କରିଥିଲେ। ଦାବୀ ଗୁଡ଼ିକ ମଧ୍ୟରେ ଆଦିବାସୀ ଜାତି ଗତ ପ୍ରମାଣ ହାତେଇ ବିଭିନ୍ନ ସରକାରୀ ଓ ବେସରକାରୀ ଚାକିରି କରୁଥିବା କୁଲି ସଂପ୍ରଦାୟ କୁ ତୁରନ୍ତ ଚାକିରୀରୁ ବହିସ୍କାର ଓ ଜାତିଗତ ପ୍ରମାଣପତ୍ର ଦେବା ବନ୍ଦକରିବା ,ଜଙ୍ଗଲ ଜମିପଟ୍ଟା ଓ ଭୂମିହୀନ ମାନଙ୍କୁ ଘରଡିହ ପ୍ରଦାନ କରିବା, ନକଲି ଆଦିବାସୀ ହଟାଇବା, ରାସନ୍ କାର୍ଡ ପ୍ରଦାନ କରିବା, ସେବାଶ୍ରମ, କନ୍ୟାଶ୍ରମ, ଅନ୍ୱେଷା ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ବିକାଶ , ଖାଲି ପଡିଥିବା ପଦବୀ ପୂରଣ କରିବା, ଦାଦନ ସମସ୍ୟା ର ସ୍ଥାୟୀ ସମାଧାନ ସହ ଦାଦନ ଶ୍ରମିକ ମୃତ ବରଣ ଘଟଣା ରେ ସଂପୃକ୍ତ ସର୍ଦ୍ଧାର କୁ ଗିରଫ କରିବା , ଗନ୍ଧମାର୍ଦ୍ଦନ କୁ ଜାତୀୟ ସମ୍ପତ୍ତି ଭାବେ ଘୋଷଣା କରିବା ସହ ସ୍ଥାୟୀ ସୁରକ୍ଷା କରିବା, ବଲାଙ୍ଗୀର କୁ ଆଦାନୀ କମ୍ପାନୀକୁ ଆସିବାକୁ ଅନୁମତି ଦିଆନଯିବା, ଆଦାନୀ କିଣିଥିବା ଜମିକୁ ବାତିଲ କରିବା, ଜିଲ୍ଲା ସମ୍ପୁର୍ଣ୍ଣ ଦେଶି ମଦ ଭାଟି ବନ୍ଦ କରିବା, ଜିଲ୍ଲା କୁ ମଦ ମୁକ୍ତ ଘୋଷଣା କରିବା, ଆଦିବାସୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ହତ୍ୟା ମାମଲା ରେ ଅଭିଯୁକ୍ତ ତୁରନ୍ତ ଗିରଫ କରିବା, ଏସସି ଏସଟି ନିବାରଣ ଆଇନ ରେ ଦୀର୍ଘ ଦିନରୁ ପଡିରହିଥିବା କ୍ଷତି ପୂରଣ ତୁରନ୍ତ ପ୍ରଦାନ କରିବା, ସ୍ଵାସ୍ଥ୍ୟ ଭିତ୍ତିଭୂମି ର ସୁଦୃଢ ସଙ୍ଗେ ଜିଲ୍ଲାର ପ୍ରତ୍ୟେକ ପିଏସସି ,ସିଏଚସି,ଏସଡିଏଚ୍ ରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ କରିବା, ଅଣ ଆଦିବାସୀମାନେ ଆଦିବାସୀ ଜମି ଜବରଦଖଲ ଉଚ୍ଛେଦ କରିବା, ନୂଆପଡ଼ା ଭାୟା ପାଟଣାଗଡ଼ ନୂତନ ରେଳ ଲାଇନର ଯଥା ଶୀଘ୍ର କାର୍ଯ୍ୟକ୍ଷମ କରାଇବା,କ୍ରତ୍ରିମ ଜଙ୍ଗଲ ନଷ୍ଟ ରୋକିବା, ହରିଶଙ୍କର ଓ ପଦ୍ମପୁର ରାସ୍ତା ର ଉଭୟ ପାଶ୍ୱର୍ରେ ଥିବା ଶତାୟୁ ବୃକ୍ଷ କାଟିବା ଦୂର୍ନିତୀ ର ସିବିଆଇ ତଦନ୍ତ କରିବା,କେନ୍ଦୁପତ୍ର କେରିପିଚ୍ଛା ୨.୫୦ ଟଙ୍କା ବୃଦ୍ଧି ସହ ତୋଲାଲି ଙ୍କୁ ମୃତ କାଳିନ ସହାୟତା ରାଶି ପ୍ରଦାନ କରିବା, ଝିଅ ବିବାହ ସହାୟତା ରାଶି, ପାଟଣାଗଡ଼ ବିଡି କାରଖାନା ପ୍ରତିଷ୍ଠା ସ୍ଥାପନ କରିବା,୨୦୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବନ୍ଦ କରିବା ଆଦି ରହିଛି,।ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ । ଆଦିବାସୀ ମହାମେଳୀରେ ୫ ହଜାରରୁ ଉର୍ଦ୍ଧ୍ଵ ମହିଳା ପୁରୁଷ ସାମିଲ ହୋଇଛନ୍ତି । ଏଥିରେ ବେଲପଡା ସଭାପତି ରସିକ ଧରୁଆ , ଏନ୍ ଏ ସି ସଭାପତି ଚନ୍ଦ୍ରମଣି ଶବର ,ମିର୍ଦ୍ଧା,ମଞ୍ଚାସିନ ଥିଲେ। ଏଥିରେ ଯୁଗ୍ମ ସଂପାଦକ ଗିରିରାଜ ଭୋଇ, ଲଲିତ ମଲ୍ଲିକ,ଘନ ଭୋଇ,ଚୁଡ଼ାମଣି ଧରୁଆ, ପିଣ୍ଟୁ ବୁଡେକ, ହୃଷୀକେଶ ଭୋଇ ପ୍ରମୁଖ ସହଯୋଗ କରିଥିଲେ। ଗିରିରାଜ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ କେନ୍ଦ୍ରାପଡା

masiha

ୟୁରୋପର ଡେନମାର୍କ ରେ ବିଶେଷ ସତସଙ୍ଗର ଆୟୋଜନ 

masiha

ଉପାନ୍ତ ଅଞ୍ଚଳରେ ଉତ୍କଟ ପାଣି ସମସ୍ୟା, ବାଲିଚୁଆଁ ହିଁ ପିଇବା ଭରଷା 

Sunil Chandra Nayak

Leave a Comment

error: Content is protected !!