ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ବ୍ଲକ ଅନ୍ତର୍ଗତ ପୁଜାରୀଗୁଡା ଠାରେ ସଟ ସର୍କିଟ ରୁ ନିଆ ଲାଗି ଫାଟିଲା ଗ୍ୟାସ୍ ସିଲିଣ୍ଡର୍

ଉମରକୋଟ ବ୍ଲକ ଅନ୍ତର୍ଗତ ପୁଜାରୀଗୁଡା ଠାରେ ସଟ ସର୍କିଟ ରୁ ନିଆ ଲାଗି ଫାଟିଲା ଗ୍ୟାସ୍ ସିଲିଣ୍ଡର୍

ନବରଙ୍ଗପୁର:(୪|୨)(ରବିନାରାୟଣମହାନ୍ତି) ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ପୂଜାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଆଜି ଦିନ ୧୧ ଟା ସମୟରେ ମେଡିକାଲ ଗୋଦାମ ଗୃହ ରେ ହଠାତ୍ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ସେଠାରେ ଦୁଇଟି ପୂର୍ଣ ଅକ୍ସିଜେନ ଗ୍ୟାସ୍ ସିଲିଣ୍ଡର୍ ସହ ଅଳ୍ପ କେତଟି ଖାଲି ସିଲିଣ୍ଡର ରହିଥିଲା । ଅଗ୍ନି କାଣ୍ଡ ଯୋଗୁଁ ସେହି ଦୁଇଟି ସିଲିଣ୍ଡର ଫାଟି ଯିବା ଫଳରେ ଗୋଦାମ ଗୃହ ସମ୍ପୂର୍ଣ ଜଳି ଯିବା ସହ ଘର ର ଛାତ ଉଡ଼ି ଯାଇଛି । ଗୋଦାମ ଗୃହ ପାର୍ଶ୍ଵ ରେ ପ୍ରସୂତି ଗୃହ ରହିଅଛି । କିନ୍ତୁ ନିଆଁ ଲାଗିବା ପରେ ପ୍ରସୂତି ଙ୍କୁ ସେଠାରୁ ତୁରନ୍ତ ସ୍ଥାନାନ୍ତରିତ କରାଯାଇଥିଲା । ଭାଗ୍ୟ ବଶତଃ ଏହି ଅଗ୍ନିକାଣ୍ଡ ରେ କୌଣସି ମୃତାହତ ହୋଇ ନ ଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡ ହୋଇଥିବା ଖବର ପାଇ ସ୍ବାସ୍ଥ୍ୟ ବିଭାଗ କତ୍ତୃପକ୍ଷ ତୁରନ୍ତ ଉମରକୋଟର ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ତୁରନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ନିଆଁକୁ ଆୟତ କରିବାକୁ ସକ୍ଷମ ହୋଇଥିଲେ । ସିଲିଣ୍ଡର ଖାଲି ଥିବା କଥା ଡାକ୍ତର କହିଥିବା ବେଳେ ଏହି ଘଟଣା ରେ କେହି ଦାୟୀ ନୁହଁନ୍ତି ଏବଂ କାହା ଅବହେଳା ଯୋଗୁଁ ଏହି ଅଘଟଣ ଘଟିନି ବୋଲି କହିଛନ୍ତି । 

( ମ ନି ସ ) 

Related posts

ଜଳ ବିଭାଜିକାରେ ଅନିମିୟତା ଅଭିଯୋଗ   

Sunil Chandra Nayak

ଜିଲ୍ଳା କିନ୍ନର ସଙ୍ଘ କୁ ତ୍ରିପାଠୀ ପରିବାର ପକ୍ଷରୁ ଆର୍ଥିକ ସହାୟତା

Sunil Chandra Nayak

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

Leave a Comment

error: Content is protected !!