ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖରାଦିନ ଆରମ୍ଭ ରୁ ରାଇବୋଲ ଗ୍ରାମରେ ଦେଖାଦେଲାଣି ପିଇବା ପାଣି ର ସମସ୍ୟା 

ଖରାଦିନ ଆରମ୍ଭ ରୁ ରାଇବୋଲ ଗ୍ରାମରେ ଦେଖାଦେଲାଣି ପିଇବା ପାଣି ର ସମସ୍ୟା 

 କାମାକ୍ଷାନଗର (ମନିସ )10/2/25 // ଗାଁ ରେ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ରହିଛି ପାଣିଟାଙ୍କି l କିନ୍ତୁ ଅପରେଟର ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ପିଇବା ପାଣି ଟୋପାଏ ପାଉନାହାନ୍ତି କଙ୍କଡାହାଡ଼ ବ୍ଲକ ରାଇବୋଲ ଗ୍ରାମବାସୀ l ଖରାଦିନ ଆରମ୍ଭ ରୁ ଗାଁ ଲୋକେ ଭୋଗିଲେଣି ଜଳକଷ୍ଟ l ଯାହାକୁ ନେଇ ଗରା, ବାଲଟି ଧରି ପଞ୍ଚାୟତ କାର୍ଯ୍ୟାଳୟ ଘେରିବା ସହ ସରପଞ୍ଚ ଙ୍କୁ ଦାବି ଜଣାଇଲେ ମହିଳା l ସୂଚନା ଅନୁସାରେ ରାଇବୋଲ ଗ୍ରାମ ରେ ସରକାର ଙ୍କ ତରଫରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ପାଣିଟାଙ୍କି ନିର୍ମାଣ ସହ ସାହି, ସାହି ରେ ଟ୍ୟାପ ଲଗାଯାଇଛି l କିନ୍ତୁ ପାଣି ଯୋଗାଇବା କାର୍ଯ୍ୟ ରେ ନିୟୋଜିତ ଅପରେଟର ଠିକ ସମୟରେ ପାଣି ଯୋଗାଉ ନାହାନ୍ତି l କେତେବେଳେ ସକାଳୁ ଘଣ୍ଟାଏ ପାଣି ଚଲାଇ ବନ୍ଦ କରି ଦେଉଛନ୍ତି ତ ଅନ୍ୟ ସମୟରେ ଦିନ ଦିନ ଧରି ଲୋକ ମାନେ ପାଣି ଟୋପାଏ ପାଉନାହାନ୍ତି l ତେଣୁ ବାଧ୍ୟ ହୋଇ ଗ୍ରାମର ମହିଳା ମାନେ ଗରା, ବାଲଟି ଧରି ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଧାରଣା ରେ ବସିବା ସହ ସରପଞ୍ଚ ଙ୍କୁ ତୁରନ୍ତ ପାଣି ଯୋଗାଇବା ପାଇଁ ଦାବି କରିଛନ୍ତି l ତେବେ କିପରି ଲୋକମାନେ ସୁବିଧା ରେ ପାଣି ପାଇପାରିବେ ସେ ନେଇ ଶୀଘ୍ର ବ୍ୟବସ୍ଥା କରାଯିବାକୁ ସରପଞ୍ଚ ଶାନ୍ତନୁ ସାହୁ କହିଛନ୍ତି 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

6th Kalingawan Global Festival of Performing Arts to be held in Bhubaneswar.

masiha

ପୂର୍ବତନ ସରପଞ୍ଚ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରମଣି ସ୍ୱାଇଁଙ୍କ ପରଲୋକ : ଅଞ୍ଚଳର ଶିକ୍ଷାନୁଷ୍ଠାନ ସହିତ ବିଭିନ୍ନ ପ୍ରତିଷ୍ଠାନରେ ଶୋକସଭା 

masiha

ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର, ରାସ୍ତା ଖରାପ୍ ଯୋଗୁଁ ବାରମ୍ବାର ଘଟୁଛି ଦୁର୍ଘଟଣା   

Sunil Chandra Nayak

Leave a Comment

error: Content is protected !!