ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାରକଟା ଉପ୍ରା ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସ ପାଳିତ 

ଝାରକଟା ଉପ୍ରା ବିଦ୍ୟାଳୟରେ ଜାତୀୟ କୃମି ନାଶକ ଦିବସ ପାଳିତ 

 କଟକ : ବୟାଳିଶମୌଜା ଝାରକଟା ଉପ୍ରା ବିଦ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଇତି ମଧ୍ୟରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇ ଯାଇଛି l ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ମିନତି ସ୍ୱାଇଁ ଶରୀର ପାଇଁ କୃମିର ଅପକାରିତା ବିଷୟରେ ସୂଚନା ଦେବା ସହ କୃମି ଔଷଧର ସେବନ ବିଧି ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ l ଶିକ୍ଷୟିତ୍ରୀ ଅଳକା ନାୟକଙ୍କ ତତ୍ୱାବଧାନ ପରିଚାଳିତ ଏହି ଜାତୀୟ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ କୃମି ଔଷଧ ସେବନ କରିଥିଲେ l ଗୌରୀ ଦେଇ ଆଲୋକ କୁମାର ମହାପାତ୍ର ଓ ବିକାଶ କୁମାର ମହାରଣା ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ l 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଉଦଘାଟିତ

masiha

ରାଉରକେଲା ରୋଟାରୀ କ୍ଲବର ୬୯ତମ ପ୍ରତିଷ୍ଠା ଉତ୍ସବ

Sunil Chandra Nayak

ପୁଣି ବାଙ୍ଗାଲୋରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପୋଲିସର ଦ୍ୱାରସ୍ଥ ହେଲେ ପରିବାର

masiha

Leave a Comment

error: Content is protected !!