ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଭାଗୀୟ ଅଧ୍ୟାପକ ସମୁହଙ୍କ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର

ରାଉରକେଲା/ ସେକ୍ଟର ୪ସ୍ଥିତ ରାଉରକେଲା କଲେଜ,ରାଉରକେଲା ବିଭାଗୀୟ ଅଧ୍ୟାପକ ସମୁହଙ୍କ ବାର୍ଷିକୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ବାର୍ ଆସୋସିଏସନ୍ ର ବରିଷ୍ଠ ଆଇନଜୀବୀ ଅରିନ୍ଦମ ଦତ୍ତ ମୁଖ୍ୟ ଅତିଥି, ଅନୁଷ୍ଠାନର ଉପସଭାପତି ତଥା ବରିଷ୍ଠ ଅଧ୍ୟାପିକା ଡଃ ଅଞ୍ଜନା ମୈତ୍ର ସିହ୍ନା ସମ୍ମାନିତ ଅତିଥି ଓ ଅଧ୍ୟାପକ ରଶ୍ମିରଂଜନ ରାଉତ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ଦତ୍ତ ଆଲୋଚନାଚକ୍ର ” ସାଧାରଣ ନ୍ୟାୟିକ ପ୍ରସଙ୍ଗରେ ପ୍ରଶିକ୍ଷକ ବିକାଶ କାର୍ଯ୍ୟକ୍ରମ-୨୦୨୨” ସଂପର୍କୀତ ଭାରତୀୟ ସମ୍ବିଧାନ, ଆଇନ, ଇଛାପତ୍ର, ଉତ୍ତରାଧିକାରୀ ଅଧିକାର ଓ ଦାୟିତ୍ୱ ତଥା ବିଭିନ୍ନ ଆଇନ ସଂପର୍କରେ ତର୍ଜମା ଓ ଆଲୋଚନା କରିଥିଲେ । ଏହା ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ଡଃ ମୈତ୍ର ସିହ୍ନା ଅତିଥିଙ୍କ ପରିଚୟ ପ୍ରଦାନ ଓ ଅନ୍ୟତମ ଅତିଥି ଶ୍ରୀ ରାଉତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ଦିବଙ୍ଗତ ଡଃ ଆର୍.ଆର୍.ପାଣିଗ୍ରାହୀଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଓ ଅଧ୍ୟାପିକା ସର୍ବଶ୍ରୀ କରୁଣାକର ପାଟ୍ଟଶାଣୀ, ତପସ୍ବିନୀ ମିଶ୍ର,ରଶ୍ମିପ୍ରଭା ମଥାନ, ଡଃ ରବିନ୍ଦ୍ର କୁମାର ଜେନା, ଭାରତୀ ବରୁଆ, ବୈଜୟନ୍ତୀ ବାରିକ, ମନୋଜ କୁମାର ଦଳାଇ,ଅନୁପ ଏକ୍କା, ତରଣୀ ନାୟକ, ଅଜିତ ବେକ୍,ଅନିଲ କୁମାର ରାମ, ସୌରଭ ଜୈନ, ଜିତେନ୍ଦ୍ର ଡାକୁଆ, ରାଜଦୀପ ସୋରେଙ୍ଗ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ବନ୍ଦନା ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ

Sunil Chandra Nayak

ଅବସରପ୍ରାପ୍ତ ଥାନା ସବ୍ ଇନ୍ସପେକ୍ଟର ଙ୍କ ଦେହାନ୍ତ

Sunil Chandra Nayak

ୱାଇଏମଏଫଆଇ ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!