ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାରମ୍ବାର ପ୍ରଚାର ପ୍ରସାର ପରେ ବି କୁମ୍ଭକର୍ଣ୍ଣ ନିଦ୍ରାରେ ଅଧିକାରୀ ଓ ଡବଲ ଇଞ୍ଜିନ ସରକାର

ବାରମ୍ବାର ପ୍ରଚାର ପ୍ରସାର ପରେ ବି କୁମ୍ଭକର୍ଣ୍ଣ ନିଦ୍ରାରେ ଅଧିକାରୀ ଓ ଡବଲ ଇଞ୍ଜିନ ସରକାର

ଖଇରା,୨୩/୦୨/୨୫ – କଥାରେ ଅଛି ବିପଦ ଏକା ଆସେନି ଯେତେବେଳେ ଆସେ ସାଙ୍ଗସାଥି ନେଇ ଆସେ । ଏଭଳି ଘଟଣାର ଦୃଶ୍ୟ ଏ ସମାଜରେ ଦୈନିକ ପ୍ରାୟ ଦେଖିବାକୁ ମିଳୁଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ତ ବିପଦ ଅଛି ହେଲେ ମଣିଷ ବା ପ୍ରଶାସନ ଦ୍ବାରା ଯେଉଁ ବିପଦ ସୃଷ୍ଟି କରାଯାଏ ତାହା ଅତ୍ୟନ୍ତ ନିନ୍ଦନୀୟ ଅଟେ ।

         ଜନସାଧାରଣଙ୍କ ଯାତାୟତ କିପରି ବିପଦ ମୁକ୍ତ ହେବ ସେଥିପାଇଁ ସରକାର କୋଟି କୋଟି ଅର୍ଥ ବ୍ୟୟବରାଦ କରି ନୂତନ ଓ ଚଉଡା ରାସ୍ତା ନିର୍ମାଣ କରୁଛନ୍ତି ଏବଂ ପୁରୁଣା ରାସ୍ତାକୁ ପ୍ରଶସ୍ତି କରଣ କରୁଛନ୍ତି କିନ୍ତୁ ଜନସାଧାରଣଙ୍କ ଜୀବନ ପ୍ରତି ଧ୍ଯାନ ଦେଉ ନାହାନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ସୋର-ଖଇରା -କୁପାରି ୫୭ ନମ୍ବର ରାଜ୍ୟ ରାଜପଥ ଏକ ଉଦାହରଣ । ଏହି ରାସ୍ତାରେ ଅସଂଖ୍ୟ ମାଳମାଳ ରଙ୍ଗ ବିହୀନ ହମ୍ପସ୍ । ରାଜ୍ୟର ବିଭିନ୍ନ ସ୍ଥାନକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଏବେ ଏତେ ପରିମାଣରେ ବିପଦ ପୂର୍ଣ୍ଣ ସାଜିଛି ଯାହା ତୁଳନା କରି ହେବନାହିଁ । ଉକ୍ତ ରାସ୍ତାରେ ହମ୍ପସ୍ ନିର୍ମାଣ ପାଇଁ ସରକାରୀ ନିୟମ ଅଛି କି ନାହିଁ ଜଣା ନାହିଁ ହେଲେ ଏପରି ରଙ୍ଗ ବିହୀନ ହମ୍ପସ୍ ତିଆରି କରି ଲୋକଙ୍କ ଜୀବନ ସହିତ ଖେଳ ଖେଳିବା ଠିକ୍ କି ? ଅନେକ ସମୟରେ ହମ୍ପସ୍ ଜନିତ ଦୁର୍ଘଟଣା ମଧ୍ୟ ଦୃଷ୍ଟି ଗୋଚର ହେଉଛି । ଅନେକ ଯାନବାହନ ମଧ୍ୟ ରଙ୍ଗ ବିହୀନ ହମ୍ପସ୍ କୁ ଜାଣି ନପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । 

          ବାଇକ୍ ଆରୋହୀଙ୍କ କଥା ନ କହିବା ଭଲ । ଦୃତଗତିରେ ଯାଉଥିବା ବାଇକ୍ ଆରୋହୀ ହମ୍ପସ୍ ଜାଣି ପାରୁ ନଥିବାରୁ ବାଇକ୍ ପଛରେ ବସିଥିବା ବ୍ଯକ୍ତିଙ୍କର ପ୍ରାଣ ମଧ୍ୟ ଚାଲି ଯାଉଛି । ଖଇରା ବ୍ଲକ ଖଇରା ବଜାର ବଣପାରିଆ ଛକ ଠାରୁ ଆଳଦା ଛକ ପର୍ଯ୍ୟନ୍ତ ମାଳମାଳ ରଙ୍ଗ ବିହୀନ ହମ୍ପସ୍ ଯାହାକି ନୂଆ ପୁରୁଣା ଆରୋହୀଙ୍କ ପାଇଁ ଅତ୍ୟନ୍ତ ବିପଦ ପୂର୍ଣ୍ଣ ଓ ଦୁର୍ଘଟଣା ଯୁକ୍ତ । ଏ ବିଷୟରେ ମତାମତ ନେବାପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରାଯାଉଥିଲେ ମଧ୍ୟ କୌଣସି କାରଣରୁ ସମ୍ଭବ ହୋଇ ପାରି ନାହିଁ । ରଙ୍ଗ ବିହୀନ ହମ୍ପସ୍ ଉଠାଯାଉ ନଚେତ୍ ହମ୍ପସ୍ ରଙ୍ଗ କରାଯାଉ ବୋଲି ବହୁ ବୁଦ୍ଧିଜୀବୀ ମାନେ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି । ଗଣମାଧ୍ୟମରେ ବାରମ୍ବାର ପ୍ରଚାର ପ୍ରସାର ହୋଇ ଆସୁଥିଲେ ମଧ୍ୟ ନା କର୍ଣ୍ଣପାତ କରୁଛି ବିଭାଗୀୟ ଅଧିକାରୀ ନା ଗୁରୁତ୍ୱ ଦେଉଛି ଡବଲ ଇଞ୍ଜିନ ସରକାର । ଏ ସରକାର ଜୀବନ ରକ୍ଷାର ସରକାର ନା ଜୀବନ ନେବାର ସରକାର ବିଚାର କରନ୍ତୁ ଆପଣ ମାନେ । ତେଣୁ ତୁରନ୍ତ ରଙ୍ଗ ବିହୀନ ହମ୍ଫସ୍ ପ୍ରତି ସରକାର ଧ୍ଯାନ ଦିଅନ୍ତୁ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କର୍ଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଜୁନାଗଡ଼ରେ ସ୍ୱର୍ଗତ ମାଳତୀ ନାଏକଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର 

Sunil Chandra Nayak

Leave a Comment

error: Content is protected !!