ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ମାନଙ୍କ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ 

ବ୍ଲକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ମାନଙ୍କ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ 

ଡାବୁଗାଁ, ୧୦/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ରୀଛାତ୍ର ମାନଙ୍କୁ ନେଇ ବ୍ଲକ ସ୍ତରୀୟ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଡାବୁଗାଁ ବ୍ଲକ ଅଧୀନ ୮ ଟି କ୍ଲଷ୍ଟର ରୁ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମୋଟ ୬୦ ଜଣ ଛାତ୍ରୀ ଛାତ୍ର ଓ ଅବିଭାବକ ମାନଙ୍କୁ ନେଇ ଏକ ଶୈକ୍ଷିକ ପରିଭ୍ରମଣ ଯାଇଥିଲେ | ଏଥିରେ ସମସ୍ତ ଛାତ୍ରୀ ଛାତ୍ର ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟ ଠାରୁ ୫ ଟି ବୋଲେରୋ ଯୋଗେ ଯାଇ ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବପୀଠ ବୁଲି ଦେଖି ପ୍ରାକୃତିକ ପରବେଶ ର ମଜା ନେଇଥିଲେ | ଶୈକ୍ଷିକ ଓ ଭୌତିକ ବାତାବରଣ ସହ ଆକୃଷ୍ଟ, ସାମଗ୍ରିକ ବିକାଶ ଓ ପାଠ ପଢାରେ ଦିବ୍ୟାଙ୍ଗ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏହି ପରିଭ୍ରମଣ କାର୍ଯ୍ୟକ୍ରମ କରାଯାଇଥିଲା | ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଙ୍କ ତତ୍ଵାବଧାନରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ସନ୍ତୋଷ କୁମାର ସାହ, ଗୋଷ୍ଠୀ ସମ୍ବଳ ଶିକ୍ଷକ ଛନ୍ଦା ଚରଣ ମେହେର, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ, ସହାୟକ ଶିକ୍ଷକ ନିରାକାର ପ୍ରଧାନ, ନିମାଇଁ ପ୍ରଧାନ ଓ ପ୍ରତାପ ଦାଶ ଏବଂ ୬୦ ଜଣ ଛାତ୍ରୀ ଛାତ୍ର/ଅବିଭାବକ ମାନେ ପରିଭ୍ରମରେ ଯାଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଲ୍ଯାମ୍ପସରେ ମାଣ୍ଡିଆ ମଣ୍ଡି ଶୁଭ ଉଦଘାଟିତ

Sunil Chandra Nayak

ମେଧା ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

ଗୋଷ୍ଠୀ ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

masiha

Leave a Comment

error: Content is protected !!