ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ବଜାର ରାସ୍ତା କଡରେ ଥିବା ବିଦ୍ୟୁତ୍ ଖୁଣ୍ଟ ସାଜିଛି ବାଧକ 

ଡାବୁଗାଁ ବଜାର ରାସ୍ତା କଡରେ ଥିବା ବିଦ୍ୟୁତ୍ ଖୁଣ୍ଟ ସାଜିଛି ବାଧକ 

ଡାବୁଗାଁ, ୧୨/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ବଜାରରେ ଡିସେମ୍ବର ମାସ ରେ ନୂତନ ବିଦ୍ୟୁତ୍ ଖୁଣ୍ଟ ପୋତିବା ପାଇଁ ଡାବୁଗାଁ ବିଦ୍ୟୁତ ବିଭାଗ ପକ୍ଷର ଡାବୁଗାଁ ମୂଖ୍ୟ ରାସ୍ତା ଉପରେ କିଛି ଖୁଣ୍ଟ ପୋତା ଯାଇଥାନ୍ତା । ସେଥି ମଧ୍ୟରୁ କିଛି ଖୁଣ୍ଟ ପୋତାଯାଇଥିବା ବେଳେ କିଛି ଖୁଣ୍ଟ ରାସ୍ତା କଡରେ ପଡ଼ିରହିଛି । ତେଣୁ ରାସ୍ତା ରେ ଯାଉଥିବା ଗାଡି ର ଚକ ବାଜି ଚକାରେ ପମ୍ପଚୋର ହୋଇଯାଉଥିବା ଦେଖିବାକୁ ମିଳିଛି । ଖୁଣ୍ଟ ଗୁଡ଼ିକ ପିଚୁ ରାସ୍ତା କୁ ଲାଗି ରହିଥିବାରୁ ଗାଡି ପାର୍କିଂ ମଧ୍ୟ ହୋଇପାରୁନାହିଁ । ଯାହା ଦ୍ଵାରା ଗାଡି ଗୁଡି ରାସ୍ତା ଉପରେ ପାର୍କିଂ କରୁଛନ୍ତି ଯାହାକି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି | ମୂଖ୍ୟ ରାସ୍ତା ଉପରେ ଯଦି ଏପରି ଖୁଣ୍ଟ ଗୁଡ଼ିକ ମନଇଛା ପଡ଼ି ରହିଥାଏ ତାହେଲେ ରାସ୍ତା ରେ ଯିବା ଅସିବା ରେ ବହୁତ ଅସୁବିଧା ହେଉଛି ବୋଲି ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜକୁ ପ୍ରାୟ ୩ ମାସ ହେବ ଠିକାଦାର ଖୁଣ୍ଟ ଗୁଡିକ ରାସ୍ତା ଉପରେ ପକାଇ ଚାଲି ଯାଇଛି | ଏପରି ଭାବରେ ଡାବୁଗାଁ ବିଦ୍ୟୁତ୍ ବିଭାଗ ର ସମସ୍ତ କର୍ମଚାରୀ ଏପଟେ ସବୁବେଳେ ଯିବା ଆସିବା କରନ୍ତି ତେଣୁ ସେମାନେ ଏହି ଅସୁବିଧା ଦେଖି ମଧ୍ୟ କଣ ପାଈଁ ଖୁଣ୍ଟ କୁ ଏଠାରୁ ଉଠାଉ ନାହାଁନ୍ତି ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି । ବିଦ୍ୟୁତ ବିଭାଗ ଅଧିକାରୀ ମାନଙ୍କୁ ଅଭିଯୋଗ କାଲେ ମଧ୍ୟ କଉସୀ ସୁଫଳ ମିଳୁ ନାହିଁ | ଏନେଇ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ ଙ୍କୁ ଯୋଗାଯୋଗ କରିବାରୁ ଖୁଣ୍ଟ ଗୁଡିକୁ ଶୀଘ୍ର ଉକ୍ତ ସ୍ଥାନରୁ ଏକ ଖାଲି ସ୍ଥାନକୁ ହଟାଇ ଦିଆଯିବ ବୋଲି କହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଡାବୁଗାଁ ବ୍ଲକ ରୁ ୧୦ ଜଣ ସୁଭଦ୍ରା ହିତାଧିକାରୀ ଭୁବନେଶ୍ଵର ଗଲେ 

masiha

ମହୁଲଡିହାରେ ଆନ୍ତଃ ରାଜ୍ୟ ଦୀପକ କୁମାର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଜତ ଜୟନ୍ତୀ ଶୁଭାରମ୍ଭ

masiha

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ: ଉଦ୍ଘାଟନ ର ମାସେ ପରେ ବି ଶୌଚାଳୟ ରେ ଝୁଲୁଛି ତାଲା

Sunil Chandra Nayak

Leave a Comment

error: Content is protected !!