ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୋଳ ବିମାନରେ ଦୋଳ ଗୋବିନ୍ଦ

ଦୋଳ ବିମାନରେ ଦୋଳ ଗୋବିନ୍ଦ

ସ୍ଥାନୀୟ ବ୍ରାହ୍ମଣ ସାହି ରାଧକାନ୍ତ ମନ୍ଦିରରେ ଆରମ୍ଭ ହୋଇଯାଇଛି ରଙ୍ଗର ପର୍ବ ହୋଲି। ଉତ୍ସବ ମୁଖରିତ ହୋଇ ଉଠିଛି ଉକ୍ତ ଅଞ୍ଚଳ।

ଫଗୁ ଦଶମୀ ଠାରୁ ହୋଲି ପର୍ୟ୍ୟନ୍ତ ଦୋଳ ବିମାନରେ ବିରାଜମାନ କରି ନଗର ପରିକ୍ରମା କରନ୍ତି ଦଳ ଗୋବିନ୍ଦ। ୧୩ତାରିଖ ରୀତିନୀତି ଅନୁସାରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମୋଘା ପୋଡ଼ି ତଥା ହୋଲିକା ଦହନ ପାଳନ କରାଯାଇଥାଏ। ୧୪ତାରିଖରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନୂତନ ପାଞ୍ଜି ପାଠ ହେବ। ୧୫ତାରିଖରେ ରାଧାକାନ୍ତ ମନ୍ଦିରରେ ହୋଲି ମହା ଆଡ଼ମ୍ବରରେ ପାଳିତ ହୋଇଥାଏ ବୋଲି ସୁଚନା ଦେଇଛନ୍ତି ରାଧାକାନ୍ତ ମନ୍ଦିର ମୁଖ୍ୟ ପୂଜକ ଶ୍ରୀ ଗୋପିନାଥ ପାଳ। ଫଗୁ ଦଶମୀ ଠାରୁ ପ୍ରତ୍ୟେକ ସନ୍ଧ୍ୟା ସମୟରେ ଧୂପ ଦୀପ ଆଳତୀ ପରେ ଦୋଳ ବିମାନ ଦୋଳ ଗୋବିନ୍ଦ ନଗର ପରିକ୍ରମା କରନ୍ତି। ଦ୍ୱାରେ ଦ୍ୱାରେ ଦୋଳ ଗୋବିନ୍ଦଙ୍କ ଆଳତୀ ଧୂପ ଦୀପ ନବୈଦ୍ୟ ପ୍ରଦାନ କରାଯାଇଥାଏ। ଏଥିସହ ସ୍ଥାନୀୟ ମହିଳା ମାନେ ଖୁସିରେ ସଙ୍କୀର୍ତ୍ତନ କରି ଦୋଳ ଗୋବିନ୍ଦଙ୍କୁ ପରିକ୍ରମା କରାଉଥିବା ଦେଖିବାକୁ ମିଳିଛି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

 

Related posts

ନରେନ୍ଦ୍ରପୁର ଠାରେ ବିଶ୍ୱ ମହିଳା ଦିବସ ପାଳିତ 

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଉଦ୍ ଯାପିତ 

Sunil Chandra Nayak

କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ର ମଅନୁଷ୍ଠିତ

masiha

Leave a Comment

error: Content is protected !!