ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବ୍ଲକ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ସ୍ଥାନ ପରିଭ୍ରମଣ

ଜୁନାଗଡ଼ ବ୍ଲକ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ସ୍ଥାନ ପରିଭ୍ରମଣ

ଜୁନାଗଡ଼,୨୪/୩(ମନୀସ) ସରକାରଙ୍କ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଜୁନାଗଡ଼ ବ୍ଲକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ତରଫରୁ ବିଭିନ୍ନ ସ୍ଥାନ ପରିଭ୍ରମଣ କରି ନିଜ ଅନୁଭୂତି ବାଣ୍ଟିଥିଲେ।ଜୁନାଗଡ଼ ବ୍ଲକର ୧ରୁ୮ମ ଶ୍ରେଣୀ ର ୨୦୦ ଛାତ୍ରଛାତ୍ରୀ ବିଇଓ ତପନ କୁମାର ମାଝୀ, ଏବିଇଓ ସୁଶାନ୍ତ କୁମାର ଠାକୁର, ଙ୍କ ନେତୃତ୍ୱରେ ଗାଇଡ଼ ଟିଚର, ବିଆରସିସି,ସିଆରସିସି ଏବଂ ଅଫିସ ଷ୍ଟାଫ ସହିତ ୩ଗୋଟି ବସ ଯୋଗେ ନବରଙ୍ଗପୁର, ଜୟପୁର, କୋରାପୁଟ,ଅଭମୁଖେ ଯାତ୍ରା କରିଥିଲେ।ପ୍ରଥମେ ଜୁନାଗଡ଼ ମା ଲଙ୍କେଶ୍ୱରୀ ମନ୍ଦିରରେ ପୂଜାର୍ଚନା କରି ଯାତ୍ରା ଆରମ୍ଭ କରିଥିଲେ ଏବଂ କୁସୁମଖୁଣ୍ଟି ଶିବ ମନ୍ଦିର ଠାରେ ଜଳଯୋଗ କରିଥିଲେ ।ପରେ ଆମ୍ପାନୀ ବୁଢାରାଜା ମନ୍ଦିର ଓ ପାପଡାହାଣ୍ଡି ଡିଅରପାର୍କ ପରିଦର୍ଶନ କରିଥିଲେ।ନବରଙ୍ଗପୁର ଚରକ ବନରେ ମଧ୍ୟାନ ଭୋଜନ ସାରି ପାଳିଟେକ୍ନିକ କଲେଜ ପରିଦର୍ଶନ କରିଥିଲେ।ଏହାପରେ ସେମାନେ ଜୟପୁର, କୋରାପୁଟ ଯାଇ ପୁଣି ଜୁନାଗଡ଼ ଫେରିଥିଲେ।ଛାତ୍ର ଛାତ୍ରୀ ମାନଙ୍କୁ ପେଡ ଓ ପେନ ଦିଆଯାଇଥିଲା ସେଥିରେ ସେମାନେ ନିଜର ଅନୁଭୂତି ଲେଖିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟଳୟ ସମ୍ମୁଖରେ ଗ୍ରାମ୍ୟ କୃଷି କର୍ମଚାରୀ ଧାରଣା

masiha

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ବିଶିଷ୍ଟ ସମାଜସେବୀ ମାଳତୀ ଚୌଧୁରୀ ଓ ପାହାଡ଼ ରାଣୀ କଳ୍ପନା ଦାଶଙ୍କ ଜନ୍ମ ମାସ ଉପଲକ୍ଷେ ମାସିକ ସାହିତ୍ୟ ଆସର- ୨୦୨୬ ଅନୁଷ୍ଠିତ 

Sunil Chandra Nayak

ରାଉରକେଲା ଜିଲ୍ଲା ବିଜେପି ପକ୍ଷରୁ ସାଂସଦ ଖେଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!