ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଭରହେଡ଼ ଟେଙ୍କ କାମ ପ୍ରାରମ୍ଭରୁ ନିମ୍ନ ମାନର କାମ ଅଭିଯୋଗ  

ଓଭରହେଡ଼ ଟେଙ୍କ କାମ ପ୍ରାରମ୍ଭରୁ ନିମ୍ନ ମାନର କାମ ଅଭିଯୋଗ  

ସରକାର ବକ୍ସି ଜଗବନ୍ଧୁ ପାନୀୟ ଜଳ ପ୍ରକଳ୍ପ (ବସୁଧା) ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଓଭର ହେଡ଼ ଟେଙ୍କ ନିର୍ମାଣ କରି ପାନୀୟ ଜଳ ସମସ୍ୟା କୁ ଦୂର କରିବା ପାଇଁ ଲୋକଙ୍କ ଘରକୁ ଘର ମଧୁର ପାନୀୟ ଜଳ ପହଞ୍ଚାଇବା ହେଉଛି ବସୁଧା ଯୋଜନା ର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ। ଏହି ଯୋଜନା ମାଧ୍ୟମରେ ଧର୍ମଗଡ ବ୍ଲକ ର ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତରେ କୋଟି କୋଟି ଟଙ୍କା ବ୍ୟୟ କରି ଓଭର ହେଡ଼ ଟାଙ୍କି ନିର୍ମାଣ କରି ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ର ବ୍ରାହ୍ମଣ ଛେଣ୍ଡିଆ ଗାଁ ଏବଂ ଚିଲିଚିଲା ଗାଁ ର କିଛି ଘର କୁ ପାଇପ ଯୋଗେ ପ୍ରତି ଘରକୁ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା ରହିଛି । ହେଲେ ଆରମ୍ଭ ରୁ ନିମ୍ନ ମାନର କାର୍ଯ୍ୟ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଚିଲିଚିଲା ଛକ ନିକଟରେ ଓଭର ହେଡ଼ ଟ୍ୟାଙ୍କ ନିର୍ମାଣ କାର୍ଯ୍ୟ ଚାଳୁଥିବା ବେଳେ ଓଭର ହେଡ଼ ଟେଙ୍କ ପାଇଁ ବେଡ଼ ପ୍ରସ୍ତୁତ ସମୟରେ ଆଣ୍ଠୁଏ କାଦୁଅ ରେ ଚିପ୍ସ ଦେଇ କାର୍ଯ୍ୟ ଆରମ୍ଭ କରୁଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ତେବେ କାର୍ଯ୍ୟ ଆରମ୍ଭ ରୁ ନିମ୍ନ ମାନର କାମ ହେଉଥିବା ବେଳେ ପରେ କଣ ହେବ ବୋଳି ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଠିକାଦାର ଙ୍କ ଲାଭଖୋର ମନୋବୃତ୍ତି ଏବଂ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି କାର୍ଯ୍ୟ ସମ୍ପାଦନ ହେଉଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।ଏପରିକି ଏହାର ସଫଳତା କୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏହା ସହ କାର୍ଯ୍ୟ ସ୍ଥଳୀ ରେ ସୂଚନା ଫଳକ ନ ଥିବାରୁ ମଧ୍ୟ ଲୋକେ ନିର୍ମାଣ କାର୍ଯ୍ୟ ର ସ୍ୱଚ୍ଛତା କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କ ରେ ଧର୍ମଗଡ ଉପଖଣ୍ଡ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ବିକେତା ମାଝୀ ଙ୍କୁ ପଚାରିବାରୁ ପ୍ରକଳ୍ପ ଟି ବ୍ରାହ୍ମଣ ଛେଣ୍ଡିଆ ତେଲ ନଦୀ ରୁ ଇଣ୍ଟେକ ୱେଲ ମାଧ୍ୟମରେ ପାଣି ଉଠାଇ ଚିଲିଚିଲା ଛକ ଠାରେ ଓଭର ହେଡ଼ ଟ୍ୟାଙ୍କ ମାଧ୍ୟମରେ ପାଇପ ଯୋଗେ ବ୍ରାହ୍ମଣ ଛେଣ୍ଡିଆ ଗାଁ କୁ ଏବଂ ଚିଲିଚିଲା ଛକ ର କିଛି ଘର କୁ ପାନୀୟ ଜଳ ଯୋଗାଣ ହେବ କିନ୍ତୁ ଏହାର ଅଟକଳ ମୂଲ୍ୟ ର ପରିମାଣ ଜାଣି ନାହିଁ ବୋଲି ପ୍ରକାଶ କରିଥିବା ବେଳେ ଜେଇ ସରୋଜ ମାଝୀ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ମୋତେ ନ ଜଣାଇ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ସେ କହିଛନ୍ତି। ତେବେ ଏ ଦିଗରେ କଳାହାଣ୍ଡି ଜିଲ୍ଲାପାଳ ଓ ଧର୍ମଗଡ ଉପଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି। 

ଢଗ ନାଏକ ଙ୍କ ରିପୋର୍ଟ୍ 

 

Related posts

ବଲାଙ୍ଗିର ସହର ରେ ଥିବା ବନ୍ଧ ଜଳାଶୟ ଗୁଡ଼ିକ ହେବ ପ୍ରାକୃତିକ ଉପାୟରେ ପୁନରୁଦ୍ଧାର

Sunil Chandra Nayak

ହିମାଦ୍ରୀଙ୍କୁ ମିଳିଲା ପତଞ୍ଜଳି ଯୋଗ ସମିତିର ସୋସିଆଲ ମିଡ଼ିଆ ପ୍ରଭାରୀ ଦାୟିତ୍ୱ

masiha

ଗାନ୍ଧୀ ଜୟନ୍ତୀ ପାଇଁ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା

masiha

Leave a Comment

error: Content is protected !!