ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଚେଇପାଳ ବାକ୍ରାସାହି ପଡାଗ୍ରାମ ରେ ୧୫ ପରିବାର ପିଇବା ପାଣି ପାଇଁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ 

କୁଚେଇପାଳ ବାକ୍ରାସାହି ପଡାଗ୍ରାମ ରେ ୧୫ ପରିବାର ପିଇବା ପାଣି ପାଇଁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ 

 ମୟୂରଭଞ୍ଜ – ୩/୦୪ // ଚଇତ୍ର ମାସ ଆରମ୍ଭରୁ ଗରମରେ ଲୋକେ ଆଉଟୁ ପାଉଟୁ । ଗଡିଆ ପୋଖରୀ ସୁଖି ଗଲାଣି ।ଗଛଲତା ମରିବାକୁ ବସିଲାଣି ।ପାଣି ପାଇଁ ଚାରିଆଡେ ହା ହା କାର ।ପାହାଡିଆ ଦୁର୍ଗମ ଅଂଚଳରେ ପିଇବା ପାଣି ସମସ୍ୟା ନ କହିଲେ ଚଳେ । ସରକାର ବିମଣ୍ଡିତ ପିଟୁଛନ୍ତି ହର ଘର ଜଲ୍ । କିନ୍ତୁ ଅସାଧୁ ଠିକାଦାର ବିଭାଗୀୟ ଯନ୍ତ୍ରୀ ଓ ସ୍ଥାନୀୟ ଜନପ୍ରତିନିଧି ଯୋଗୁଁ ଲୋକେ ପାଣି ଟୋପେ ପାଇବା ପାଇଁ ଡହଳ ବିକଳ ।କିଏ ଦୂରଦୂରାନ୍ତରୁ ପାଣି ଆଣୁଛନ୍ତି ତ କିଏ ଚୁଆ ପାଣି ଉପରେ ଭରସା ରଖିଛନ୍ତି ।ଏଭଳି ବିକଳ ଦୃଶ୍ୟ ଦେଖିବାକୁ ମିଳୁଛି ମୟୂରଭଞ୍ଜ ଜିଲ୍ଲାର ପଛୁଆ ଅଂଚଳ ଯାମଦା ବ୍ଳକ ର ହେଁସଡା ପଞ୍ଚାୟତର କୁଚେଇପାଳ ଗ୍ରାମର ହାମଲେଟ( ପଡା) କୁଚେଇପାଳ ବକ୍ରାସାହି । ଏଠାରେ ୪୨ ପରିବାର ବସବାସ କରୁଛନ୍ତି । ପଡ଼ାକୁ ଜଳ ଜୀବନ ଜରିଆରେ ସୋଲାର ପମ୍ପ ଲଗାଯାଇଛି ।୨ ଟି ୫୦୦୦ ଲିଟର ପାଣି ଟାଙ୍କିର ବ୍ୟବସ୍ଥା କରାଯାଇଛି । କିନ୍ତୁ ସ୍ଥାନୀୟ ପ୍ରତିନିଧି, ଠିକାଦାର ଓ ଯନ୍ତ୍ରୀଙ୍କ ଅଣଦେଖା ଓ ଚଞ୍ଚକତା ଯୋଗୁଁ ୧୫ ପରିବାର ଘରକୁ ପାଣି କନକ୍ସେନଦିଆ ଯାଇନାହିଁ ‌।ଉପର ପଟେ ଏବଂ ତଳ ପଟେ ପାଣି କନେକ୍ସନ ଦିଆଯାଇଛି ଅପରପକ୍ଷରେ ମଝି ରେ ୧୫ ଟି ଘରକୁ ପାଣି କଲେକ୍ସନ ଦିଆ ଯାଇନାହିଁ । ତେଣୁ ୧୫ ପରିବାର ପାଣି ଟୋପେ ପାଇବା ପାଇଁ ଡହଳ ବିକଳ ହେଉଛନ୍ତି । ସରକାରଙ୍କ ହର ଘର ଏବଂ ଯୋଜନା ଠିକାଦାର , ବିଭାଗୀୟ ମନ୍ତ୍ରୀ ଏବଂ ଜନପ୍ରତିନିଧି ପଣ୍ଡ କରି ଦେଉଛନ୍ତି ।ଯାହାଫଳରେ ସରକାର ବଦନାମ ହେଉଛନ୍ତି ‌।ପିଇବା ପାଣି କନେକ୍ସନ ଏହି ୧୫ ଟି ପରିବାରକୁ ତୁରନ୍ତ ଯୋଗାଇବା ପାଇଁ ପିଇବା ପାଣି ଯୋଗାଣରୁ ବଂଚିତ ଲୋକେ ରାହୁଲ ପିଙ୍ଗୁଆ, ଘନଶ୍ୟାମ ପିଙ୍ଗୁଆ, ରୁପା କାଣ୍ଡେଙ୍କାଲ,ସଭା ବାର୍ଦା,ରୁପଲାଲ ପିଙ୍ଗୁଆ,କୁମାର ସାନୁ ପିଙ୍ଗୁଆ,ଫିଙ୍ଗି କାଣ୍ଡେକାଲ ପ୍ରମୁଖ ଆସି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନଙ୍କୁ ଲିଖିତ ଅନୁରୋଧ କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ପରିବେଶ ଦିବସ -୨୦୨୬ ପାଳିତ

ଜି୨୦ ଅନ୍ତର୍ଗତ ସିଭିଲ ୨୦ର କାର୍ଯ୍ୟକାରୀ ଗୋଷ୍ଠୀରେ ଯୋଗଦେଲେ ମହେନ୍ଦ୍ର

Sunil Chandra Nayak

ମିଲେଟ ମିଶନ ହେଲା ଶ୍ରୀ ଅନ୍ନ ଅଭିଯାନ ଯୋଜନା….. ସ୍ୱାବଲମ୍ବୀ ହେଉଛନ୍ତି ଚାଷି,ବଦଳୁଛି ଆର୍ଥିକ ସ୍ଥିତି

masiha

Leave a Comment

error: Content is protected !!