ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଜାମଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଲାଞ୍ଜିଗଡ,୦୪/୦୪(ମନିସ) ଲାଞ୍ଜିଗଡ ବ୍ଲକ କଦମ୍ବଗୁଡ଼ା ପଞ୍ଚାୟତ ଜାମଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷାଧିକାରୀ ଋଷିଆ ମେହେର, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ ଶିକ୍ଷା ସଂଯୋଜକ ସୁଢଳଦେବ ମୁଣ୍ଡ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାରତଭୂଷଣ ସାହୁ, କ୍ଳଷ୍ଟର ସଂଯୋଜକ କୁମାର ଗୌରବ ପରିଡ଼ା ମଞ୍ଚାସୀନ ଥିଲେ। ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ନରେନ୍ଦ୍ର ପଟ୍ଟନାୟକ, ସମାଜସେବୀ ହରିଶଙ୍କର ପାତ୍ର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆ, ସାମ୍ବାଦିକ ସୁଶୀଲ କୁମାର ବାଗ, ଗୋପାଳଦାସ ମହାନନ୍ଦ, କଦମ୍ବଗୁଡା ସରପଞ୍ଚ ସନ୍ତୋଷ ମାଝୀ, ପୂର୍ବତନ ସମିତିସଭ୍ୟ ସରୋଜ ପ୍ରଧାନ, ଗୌନ୍ତିଆ ଡମ୍ବରୁଧର ଗଉଡ଼ ପ୍ରମୁଖ ମଞ୍ଚାସୀନ ଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଲିଙ୍ଗରାଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହକୁ ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଗୁଣନିଧି ଛତ୍ରିଆ, ଗୌର ମାଝୀ, ସୁରେଶ ମହାରଣାଙ୍କ ସହିତ ଶିକ୍ଷକ କବିରାଜ ଶବର, ରିଙ୍କୁ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ଏବଂ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ବାଦଲ ଫଟା ବର୍ଷାରେ ସହରବାସୀ ଵେହାଲ

masiha

ନୂଆପଡ଼ାରେ ଜିଲ୍ଲା ସମବାୟ ବିକାଶ ଓ ରବି ଧାନ ସଂଗ୍ରହ କମିଟି ବୈଠକ , ମେ ୨୦ ରୁ ଧାନ କ୍ରୟ ଆରମ୍ଭ ହେବ 

masiha

ରାଜନଗରରେ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ପକ୍ଷରୁ “ସମ୍ବିଧାନ ଦିବସ” ପାଳିତ

masiha

Leave a Comment

error: Content is protected !!