ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ   ତେରେସିଂହା ଗ୍ରାମ ପଞ୍ଚାୟତ ପୁରସ୍କୃତ

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ 

 ତେରେସିଂହା ଗ୍ରାମ ପଞ୍ଚାୟତ ପୁରସ୍କୃତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ସ୍ଥାନୀୟ ଟାଉନ ହଲ୍‌ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ପାଳିତ ହୋଇଥିଲା l ଏଥିରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମ ପଞ୍ଚାୟତ କୁ ପୁରସ୍କୃତ କରାଯାଇଥିଲା l ଜିଲ୍ଲାର ଏ, ବି, ସି ଗ୍ରେଡ ତାଲିକାରେ ଥିବା ପଞ୍ଚାୟତଗୁଡ଼ିକୁ ପୁରସ୍କୃତ କରାଯାଇ ଥିବା ବେଳେ ଏ ଗ୍ରେଡ଼ ରେ ତେରେସିଂହା ଗ୍ରାମ ପଞ୍ଚାୟତରୁ ସରପଞ୍ଚ ପ୍ରମୋଦ ସୁନା ଉପସ୍ଥିତ ରହି ପୁରସ୍କାର ରାଶି ବାବଦକୁ ୭ଲକ୍ଷ ୭୨ହଜାର ୯ଶହ ୪୬ଟଙ୍କାର ଚେକ୍ ଓ ମାନପତ୍ର ଗ୍ରହଣ କରିଥିଲେ l ତେରେସିଂହା ଗ୍ରାମ ପଞ୍ଚାୟତ ପୁରସ୍କାର ପାଇଥିବା ଜାଣି ଗ୍ରାମବାସୀ ମାନେ ସରପଞ୍ଚ ଶ୍ରୀ ସୁନା ଙ୍କୁ ଅଭିନନ୍ଦନ ଜଣାଉ ଥିବା ଦେଖିବାକୁ ମିଳୁଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମଙ୍ଗଳପୁର ତୈଳିକ ବୈଶ୍ୟ ସମାଜର ୨ୟ ବାର୍ଷିକ ବୋଇତ ବନ୍ଦାଣ ଉତ୍ସବ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

ଆନନ୍ଦ ଉତ୍ସବ ଅବସରରେ ଶାସ୍ତ୍ରୀୟ ନୃତ୍ୟରେ ପ୍ରକମ୍ପିତ ହେଲା ରବୀନ୍ଦ୍ର ମଣ୍ଡପ

masiha

Leave a Comment

error: Content is protected !!