ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ତହସିଲ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବେଲ ସର୍ବତ ବଣ୍ଟନ 

ରାଇରଙ୍ଗପୁର ତହସିଲ ପକ୍ଷରୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବେଲ ସର୍ବତ ବଣ୍ଟନ 

 ମୟୂରଭଞ୍ଜ- ୩୦/୦୪ // ଆଜି ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ତଥା ଅକ୍ଷୟ ତୃତୀୟା ।ଏହି ଅବସରରେ ଧାର୍ମିକ ଦିବସରେ ରାଇରଙ୍ଗପୁର ତହସିଲଦାର ପକ୍ଷରୁ ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତହସିଲ ପରିସରରେ ଏକ ବେଲ ପଣା ସରବତ ବିତରଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି ।ବୈଷୟିକ ମାସ ଡ଼ହ ଡ଼ହ ଖରାରେ ଶିଖୁଛନ୍ତି ସମସ୍ତେ । ଥଣ୍ଡା ପାଣି ପାଇଁ ସମସ୍ତେ ଡହଳ ବିକଳ । ରାଇରଙ୍ଗପୁର ସହରକୁ ସରକାରୀ ଓ ବେସରକାରୀ କାମରେ ଆସୁଥିବା ତୃଷାର୍ତ୍ତ ଲୋକଙ୍କ ପାଇଁ ଥଣ୍ଡା ମାଟି ହାଣ୍ଡି ପାତ୍ରରେ ବେଲ ପଣା ବ୍ୟବସ୍ଥା କରାଯାଇ ବଣ୍ଟନ କରାଯାଇଥିଲା ।ଏହା ପୂର୍ବରୁ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ତହସିଲ ତରଫରୁ ଅଭିଯୋଗ କରିବାକୁ ଆସିଥିବା ବ୍ୟକ୍ତିଙ୍କୁ ଦହି ସରବତ ବଣ୍ଟନ କରାଯାଇଥିଲା ।ପରେ ଲେମ୍ବୁ ସରଵତ ବଣ୍ଟନ କରାଯାଇଥିଲା । ତହସିଲଦାରଙ୍କ ନିଆରା ଜନକଲ୍ଯାଣ କାର୍ଯ୍ୟକ୍ରମକୁ ତୃଷାର୍ତ୍ତ ଲୋକେ ଭୁରି ଭୁରି ପ୍ରଶଂସା କରିଛନ୍ତି ।ଏହି ସେବା ମୂଳକ କାର୍ଯ୍ୟକ୍ରମରେ ୟେଭେନ୍ଯୁ ସୁଫରଭାଇଜର ନିହାର କୁମାର ପାତ୍ର, ବିଭାଗୀୟ ଅଧିକାରୀ ଜନ୍ମେଜୟ ବଳ,ଆରଆଇ ନମିତା ସେଠୀ,ଆରଆଇ ସ୍ମିତା ମହାକୁଡ,ଏଅଆରଆଇ ହୀରାମଣି ମୁର୍ମୁ,ଡିଇଓ ଦୀପା ସା଼ହୁ,ସିପିକା ମହାନ୍ତ, ରଞ୍ଜନ ଦଣ୍ଡପାଟ,ସୁନିଲ ପାତ୍ର,ଗଗନ ବିହାରୀ ନାଏକ,ବୁଦ୍ଧିଆ ସିଂ,ଆମଜାଦ ଅଲ୍ଲୀ, ନଗେନ୍ଦ୍ର ନାଥ ପରମାଣିକ, ତ୍ରିଲୋଚନ ମହାନ୍ତ,ସୁବାଷିନୀ ମୁଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପାଣିରେ ବୁଡି ଯୁବକ ମୃତ

masiha

ରାଇରଙ୍ଗପୁର ଅନ୍ତଃନିବେଶୀ ସାଧନ କେନ୍ଦ୍ରରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ନିମନ୍ତେ ସହାୟକ ଉପକରଣ ବିତରଣ

Sunil Chandra Nayak

ନିଟ୍ ପେପର ଲିକ୍ ଓ ଛାତ୍ର ଆତ୍ମହତ୍ୟା ଘଟଣାରେ ଉତ୍ତରଦାୟୀ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବିରେ ଓ ଦିଲ୍ଲୀରେ ଆନ୍ଦୋଳନର ଛାତ୍ରଛାତ୍ରୀ ଓ ବିଶିଷ୍ଟ ସାମାଜିକ କର୍ମୀ ସୋନମ୍ ଔଙ୍ଗଚୁଙ୍ଗ ଙ୍କ ଉପରେ ପୋଲିସ ଜୁଲମ ବିରୁଦ୍ଧରେ ରାଉରକେଲା ରେ ସି ପି ଆଇ ଏମ୍ ର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!