ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାପଡାହାଣ୍ଡି ବ୍ଳକ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର ଦେବସ୍ମୀତା 

ପାପଡାହାଣ୍ଡି ବ୍ଳକ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର ଦେବସ୍ମୀତା 

ନବରଙ୍ଗପୁର:(୨/୫) (ରବି ନାରାୟଣ ମହାନ୍ତି)- ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଗତ ଶିକ୍ଷା ବର୍ଷ ୨୪/୨୫ ମାଟ୍ରିକ ପରୀକ୍ଷା ଫଳାଫଳ ବାହାରିଛି | ଏହି ପରୀକ୍ଷାରେ ପାପଡାହାଣ୍ଡି ବ୍ଲକ ରୁ ଦେବସ୍ମିତା ସ୍ୱାଇଁ ୯୦ ପ୍ରତିଶତ ମୋଟ ୫୪୪ ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି | ସେ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୈଦଲପୁର ସ୍ଥିତ ସରକାରୀ ନୂଆ ଉଚ୍ଚ ବିଦ୍ୟାଳୟ ଠାରେ ଅଧ୍ୟୟନ କରୁଥିଲେ | ଦେବସ୍ମିତା ବ୍ଲକ ଟପ୍ପର ହୋଇଥିବା ଖବର ପ୍ରସାରିତ ହେବା ପରେ ଏ ଅଞ୍ଚଳ ଖୁସିର ଲହରୀ ଖେଳି ଯାଇଥିଲା | ପ୍ରକାଶ ଥାଉକି ଗତ ବର୍ଷ ମଧ୍ୟ ଏହି ବିଦ୍ୟାଳୟ ର ଓମଯାଦ ବ୍ଲକ ଟପର ହୋଇଥିଲେ | ଦେବସ୍ମିତା ଙ୍କ ମାଆ ସାଇନରା ମହାନ୍ତି ଜଣେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷୟତ୍ରୀ ଅଛନ୍ତି | ବାପା ଦେବରାଜ ସ୍ୱାଇଁ ମଧ୍ୟ ଜଣେ ଶିକ୍ଷକ ଭାବେ ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି | ଉକ୍ତ ଝିଅ ଦେବସ୍ମୀତା ଶିକ୍ଷା କ୍ଷେତ୍ରରେ ଉତ୍ତରୋତ୍ତର ଉନ୍ନତି କରୁ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି l 

Related posts

ତିରି‍ଂ ଥାନା ! ବଡଡାଳିମା ଗାଁରେ ସାପ କାମୁଡ଼ାରେ ଦେଢ଼ ବର୍ଷର ଶିଶୁକନ୍ୟା ମୃତ

masiha

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୯ତମ ଵାଷିକ ଉତ୍ସବ

Sunil Chandra Nayak

ନନ୍ଦାହାଣ୍ଡି ବ୍ଲକର ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କ ପରିଦର୍ଶନ 

Sunil Chandra Nayak

Leave a Comment

error: Content is protected !!