ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିବିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁର୍ନୀତି ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ 

ପିବିଏମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୁର୍ନୀତି ନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ   

     ଢେଙ୍କାନାଳ (ମନିସ)13/5/25 //  ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ପଳାଶୁଣି ବିଶ୍ଵ ମହିମା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଦୁର୍ନୀତିର ଚରମ ସୀମାରେ ରହିଥିବା ବେଳେ ଏହାକୁ ନେଇ ଛାତ୍ର ଛାତ୍ରୀ,ଅବିଭାବକ ଓ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଲିଖିତ ଆକାରରେ ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।ଅଭିଯୋଗ ନମ୍ବର ୧ — ୨୦୨୫ / ୨୬ ବର୍ଷ ପାଇଁ ଦ୍ଵିତୀୟ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଛାତ୍ର ଛାତ୍ରୀ ମାନଙ୍କର ରି – ଆଡ଼ମିଶନ ଫି ରାତିଅଧିଆ ବୃଦ୍ଧି କରିବା ବିନା କଲେଜ ପରିଚାଳନା କମିଟି ସଭାପତିଙ୍କ ଅନୁମୋଦନରେ । ପୂର୍ବରୁ ରି – ଆଡ଼ମିଶନ ଫି କଳା ଛାତ୍ର ଛାତ୍ରୀଙ୍କ ପାଇଁ ୩ ହଜାର ୫ ଶହ ଟଙ୍କା ଧାର୍ଯ୍ୟ ରହିଥିବା ବେଳେ ବିଜ୍ଞାନ ଛାତ୍ର ଛାତ୍ରୀଙ୍କ ପାଇଁ ୪ ହଜାର ଟଙ୍କା ଧାର୍ଯ୍ୟ ରହିଥିଲା । ବର୍ତ୍ତମାନ ପୂର୍ବ ନିର୍ଦ୍ଧାରିତ ଅନୁସାରେ ଧାର୍ଯ୍ୟ ରହିଥିବା ରି – ଆଡ଼ମିଶନ ଫି ବ୍ୟତୀତ ଟିୟୁସନ୍ ଫି ବାବଦ କଳା ଛାତ୍ର ଛାତ୍ରୀଙ୍କ ପାଇଁ ୧୨ ଶହ ଟଙ୍କା ରହିଥିବା ବେଳେ ବିଜ୍ଞାନ ଛାତ୍ର ଛାତ୍ରୀଙ୍କ ପାଇଁ ୨୪ ଶହ ଟଙ୍କା ଦେବାକୁ ଧାର୍ଯ୍ୟ ରହିଛି ।ଯାହା ଫଳରେ ଛାତ୍ର ଛାତ୍ରୀ ଓ ଅବିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେବା ସହ ଗରିବ ଶ୍ରେଣୀର ପରିବାର ଉପରେ ମୁଣ୍ଡ ଉପରେ ଲଳିତା ବିଡ଼ା ସଦୃଶ ସମସ୍ୟା ସୃଷ୍ଟି ହେଉଛି ।ବିଦ୍ୟାର୍ଥୀଙ୍କ ଠାରୁ ଟିୟୁସନ୍ ଫି ଆଦାୟ ନ କରିବାକୁ ସରକାରଙ୍କ ନିର୍ଦ୍ଦେଶ ଥିବା ବେଳେ କିନ୍ତୁ ଏହି ଅନୁଷ୍ଠାନରେ କିପରି ମନଇଛା ଅର୍ଥ ଆଦାୟ କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି (୨) ବାୟୋମେଟ୍ରିକ ଉପସ୍ଥାପନ ଉପରେ ଅନିୟମିତତା — ସରକାରଙ୍କ ନିୟମାନୁସାରେ ବାୟୋମେଟ୍ରିକ୍ ଉପସ୍ଥାପନ ବାଧ୍ୟତାମୂଳକ ଥିବା ବେଳେ କିନ୍ତୁ ଏହି ଅନୁଷ୍ଠାନରେ ଅଧିକାଂଶ ଅଧ୍ୟାପକ ଓ କର୍ମଚାରୀ ଅନୁପସ୍ଥିତ ଥାଇ ମଧ୍ୟ ସେମାନଙ୍କର କିପରି ସମ୍ପୂର୍ଣ୍ଣ ଦରମା ମଞ୍ଜୁର କରାଯାଉଛି ତାହା ନଜରକୁ ଆସିଛି ।(୩) ଡିଇଓ ନିଯୁକ୍ତିରେ ପାତରଅନ୍ତର — କଲେଜରେ ଡିଇଓ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରାନଯାଇ ପରିଚାଳନା କମିଟିର ବିନା ସୁପାରିଶରେ କିପରି ଜଣକୁ ନିଯୁକ୍ତି ଦିଆଯାଇଛି ତାହା ସମସ୍ତଙ୍କୁ ଚକିତ କରିଛି ।(୪) ଅନୁଷ୍ଠାନର ବିକାଶ ମୂଳକ କାର୍ଯ୍ୟ ଅନିୟମିତତା — କଲେଜ ପରିସରରେ ପୂର୍ବରୁ ନିର୍ମାଣ ହୋଇଥିବା କୋଠାବାଡ଼ି ଓ ଗାର୍ଡେନ ପାର୍କର ସୌନ୍ଦର୍ଯ୍ୟ କରଣକୁ ପୁନର୍ବାର ୫ ଟି କାର୍ଯ୍ୟରେ ଦର୍ଶାଇ ଅର୍ଥ ଆତ୍ମସାତ ଅଭିଯୋଗ ଆଣିଛନ୍ତି ଏହା ସମେତ ଅନ୍ୟ କାର୍ଯ୍ୟ ଗୁଡିକରେ ବ୍ୟାପକ ଅନିୟମିତତା ରହିଥିବା ସନ୍ଦେହ ପରିସରକୁ ଆସିଛି ।ସମସ୍ତ ତଥ୍ୟକୁ ଆଧାର କରି ଏହାର ବିଧିବଦ୍ଧ ଭାବେ ତଦନ୍ତ ପରିସରକୁ ନେବା ପାଇଁ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସ୍ଥାନୀୟ ବିଧାୟକଙ୍କୁ ଲିଖିତ ଆକାରରେ ଜଣାଇଥିବା ଜଣାପଡ଼ିଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନବୋଦୟ ପରୀକ୍ଷାରେ ଦୁଇଜଣ କୃତକାର୍ଯ୍ୟ ଛାତ୍ର

masiha

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ରେ +୩ ନାମଲେଖା ଛାତ୍ର ଛାତ୍ରୀଙ୍କୁ ସହଯୋଗ କରିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଏକ ସହାୟତା କେନ୍ଦ୍ର ଆରମ୍ଭ 

Sunil Chandra Nayak

କନ୍ଧମାଳ ଜିଲ୍ଲାରେ ଆଠଟି ଏକଲବ୍ୟ ବିଦ୍ୟାଳୟ ସ୍ଥାପନ ହେବ

Sunil Chandra Nayak

Leave a Comment

error: Content is protected !!