ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବର୍ଗତ ନିତ୍ୟାନନ୍ଦ ନାୟକଙ୍କ କାବ୍ୟାକୃତି କଳିଙ୍ଗର ବୀରାଙ୍ଗନା ଉନ୍ମୋଚିତ 

ସ୍ବର୍ଗତ ନିତ୍ୟାନନ୍ଦ ନାୟକଙ୍କ କାବ୍ୟାକୃତି କଳିଙ୍ଗର ବୀରାଙ୍ଗନା ଉନ୍ମୋଚିତ 

ରାଉରକେଲା: ସହରର ଜଣେ ଜଣାଶୁଣା ସାହିତ୍ୟିକ,କବି ନିତ୍ୟାନନ୍ଦ ନାୟକ (କାଶ୍ୟପ)ଙ୍କ ବିୟୋଗ ପରେ, ତାଙ୍କର ଗଙ୍ଗାଭୋଜି ଅବସରରେ ତାଙ୍କ ଦ୍ବାରା ରଚିତ କାବ୍ୟାକୃତି “କଳିଙ୍ଗର ବୀରାଙ୍ଗନା” ସେକ୍ଟର ୧୮ ସ୍ଥିତ ସୋସିଆଲ ହୋମ୍ ଠାରେ ଉନ୍ମୋଚିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ ସ୍ବର୍ଗତ ନାୟକ ଆରଏସପି ରେ ଚାକିରି କରୁଥିବା ସମୟରେ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇ ଇସ୍ପାତ ସାହିତ୍ୟ ସଂସଦର ଜଣେ ପ୍ରତିଷ୍ଠାତା ସଦସ୍ୟ ଓ ପରେ ସାଧାରଣ ସମ୍ପାଦକ ଦାୟିତ୍ଵ ତୁଲାଇଥିଲେ। ତାଙ୍କ ଦ୍ବାରା ରଚିତ ସାଗିନା ବେଗମ୍, ତପସ୍ୟାର ବାଲୁଚର,କୁହୁକ ଫୁଲର ବାସ୍ନା, ଛଦ୍ମଛାୟା, ଚନ୍ଦ୍ରସେଣାର ପ୍ରୀତି,ରାହୁ ଗ୍ରସ୍ତ ସୂର୍ଯ୍ୟ ପ୍ରଭୁତି ପ୍ରକାଶିତ ହୋଇ ଆମ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି। ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଅତିଥି ଭାବେ ଯୋଗଦେଇ ତାଙ୍କର କାବ୍ୟାକୃତି କଳିଙ୍ଗର ବୀରାଙ୍ଗନା ସହ ସ୍ମୃତିରେ ନିତ୍ୟାନନ୍ଦ ପୁସ୍ତକ କୁ ଉନ୍ମୋଚିତ କରି ତାଙ୍କ ସାରସ୍ଵତ ଓ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡା କୃପାସିନ୍ଧୁ ନାୟକ, କବି ରଘୁବର ଧଳ, କବି ରାଜୀବ ପାଣି, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ତ୍ରିଲୋଚନ ସ୍ବାଇଁ, ତୃପ୍ତି ମହାନ୍ତି, ବିଷ୍ଣୁପ୍ରିୟା ମହାପାତ୍ର,ବ୍ରଜବିହାରୀ ଦାଶ, ଅଙ୍ଗୁରବାଳା ପରିଡ଼ା, ପୁତ୍ର ଇଂ ଶୁଭେନ୍ଦୁ କୁମାର ନାୟକ, କନ୍ୟା ନିତିକା ନାୟକ ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ପରିବାର ବର୍ଗଙ୍କ ସହ ବହୁ ସାହିତ୍ୟିକ, କବି ଓ ଶୁଭେଚ୍ଛୁ ମାନେ ଉପସ୍ଥିତ ଥିଲେ। ଶେଷରେ ପୁତ୍ର ଇଂ ନାୟକ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମରଣଯନ୍ତା ପାଲଟିଛି ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକାରେ ଅବହେଳିତ ଅବସ୍ଥାରେ ରାସ୍ତା

ଭୁବନ ଉପ ଡାକଘରେ ମାସେ ହେଲା କମ୍ପ୍ୟୁଟର ଅଚଳ

Sunil Chandra Nayak

୧୦୦ଦିନ ବ୍ୟାପି ସଘନ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ

masiha

Leave a Comment

error: Content is protected !!