ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଉଙ୍କ ସହିତ ପବିତ୍ର ରଜ ଉତ୍ସବ ପାଳିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

କାଉଙ୍କ ସହିତ ପବିତ୍ର ରଜ ଉତ୍ସବ ପାଳିଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ 

କଟକ : ଓଡ଼ିଆ ଜାତିର ଗଣ ପର୍ବ ରଜ ପାଳିବା ପାଇଁ ଦେଶ ବିଦେଶରୁ ଗାଁକୁ ଛୁଟି ଆସିଥାନ୍ତି ଓଡ଼ିଆ ମାନେ। ପୁରାତନ ସଂସ୍କୃତିକୁ ଭୁଲି ଆଧୁନିକତାରେ ମତୁଆଲା ହୋଇ ମଦ ମାଂସର ଲାଳସାରେ ନିରୀହ ପଶୁ ପକ୍ଷୀଙ୍କୁ ବଳି ପକାଇ କେହି କେହି ଭୋଜି ଭାତରେ ମାତନ୍ତି ତ, ଆଉ କେହି କେହି ପାର୍କ ଓ ସମୁଦ୍ର କୁଳ ରେ ବୁଲି ସେଲ୍ଫି ନେବାରେ ବ୍ୟସ୍ତ ଥିବା ସମୟରେ କିନ୍ତୁ ଏକ ନିଆରା ଢଙ୍ଗରେ କାଉ ମାନଙ୍କ ସହ ମିଶି ଗାଁ ମୁଣ୍ଡ ବର ଗଛ ତଳେ ରଜ ମନାଇଛନ୍ତି ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମ କର୍ତା ମାନେ। ପଟାମୁଣ୍ଡାଇ ବ୍ଲକର ଖଡ଼ିଅଣ୍ଟା ଗ୍ରାମ ପଂଚାୟତ ଅନ୍ତର୍ଗତ ଆମ୍ବେର ଗାଁମୁଣ୍ଡ ବର ଗଛ ମୂଳରେ ଦେଖିବାକୁ ମିଳିଛି ଏଭଳି ବିରଳ ଦୃଶ୍ୟ। ଦୀର୍ଘଦିନ ଧରି ଏହି ବରଗଛରେ କାଉ ମାନେ ରହି ଆସୁଛନ୍ତି। ବାଟରେ ଯାଉଥିବା ଛେନା ବେପାରୀଙ୍କ ଠାରୁ ଛେନା ଖାଇ ବେଶ ଆନନ୍ଦ ଅନୁଭବ କରନ୍ତି ଏମାନେ। ଖବର ପାଇ ଟ୍ରଷ୍ଟର ସଭାପତି ଦମନ ମହାନ୍ତିଙ୍କ ପ୍ରଚେଷ୍ଟାରେ ଟ୍ରଷ୍ଟର କର୍ମକର୍ତା ଗଣ ପହିଲି ରଜରେ ସେଠାରେ ପହଂଚି କାଉଙ୍କ ପାଇଁ ଗଛ ଡାଳରେ ସ୍ଥାୟୀ ବସା ତୋଳିବା ସହ ଦୋଳି ବାନ୍ଧିଛନ୍ତି। ସେମାନଙ୍କ ପାଇଁ ରଜ ପିଠାର ଖାଦ୍ୟ ମଧ୍ୟ ବନ୍ଦୋବସ୍ତ କରିଛନ୍ତି। କୁଆ ମାନେ ପକ୍ଷୀ ହେଲେ ମଧ୍ୟ ମଣିଷଙ୍କଠାରେ ଥିବା ଏପରି ଭାବନାକୁ ବୁଝି ପାରି ରଜ ଦୋଳି ଗୀତ ଗାଇଲା ପରି କା କା ଶବ୍ଦ କରି ନିର୍ମାଣ କରାଯାଇଥିବା ଦୋଳିରେ ଝୁଲିବା ଆରମ୍ଭ କରିଦେଇଛନ୍ତି। ରଜ ପିଠାକୁ ଖାଇ ରଜ ମନାଇଛନ୍ତି କାଉ ମାନେ। ଜୈବ ବିବିଧତା ନଷ୍ଟ ହେବା ଯୋଗୁ ବିଭିନ୍ନ ପ୍ରଜାତିର ପକ୍ଷୀ କୂଳ ବିଲୁପ୍ତ ହେବାକୁ ବସିଥିବା ବେଳେ ପକ୍ଷୀ କୁଳଙ୍କର ବଂଶ ରକ୍ଷା ପାଇଁ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ନିଆରା ପଦକ୍ଷେପ ଗ୍ରହଣ କରାଯଇଛି। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି,ଟ୍ରଷ୍ଟର ସଂସ୍କୃତି ବିଭାଗୀୟ ଅଧିକାରୀ ସଂଜୀବ କୁମାର ତରାଇ,ଖଡ଼ିଅଙ୍କ ଗ୍ରାମ ପଂଚାୟତର ସରପଞ୍ଚ ଜୀବନ କୃଷ୍ଣ ରାୟ, ନୟନ କୁମାର ଗିରି, ସୁରେନ୍ଦ୍ର ପରିଡା,ସୁମିତ କୁମାର ମଲ୍ଲିକ, ଜ୍ଞାନରଂଜନ ରାଉତ,ଜଗନ୍ନାଥ ପାଣିଗ୍ରାହୀ,ରାକେଶ ବଳ,ଚିକୁ ମଲ୍ଲିକ,ମଦନ କୁମାର ଦାସ, ଦେବାଶିଷ ପରିଡା,ହେମନ୍ତ କୁମାର ସାମଲ ଏବଂ କାଳନ୍ଦୀ ମଲ୍ଲିକ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିବା ବେଳେ ଅନୁଷ୍ଠାନର ଏଭଳି ପ୍ରୟାସକୁ ଅଞ୍ଚଳ ବାସି, ପଥଚାରି ଏବଂ ବୁଦ୍ଧିଜୀବୀ ମାନେ ହୁରି ହୁରି ପ୍ରଶଂସା କରିଛନ୍ତି। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରେଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Sunil Chandra Nayak

ଚଇତି ଓ ପଲ୍ଲିଶ୍ରୀ ମେଳା ୨୦୨୩ ଉଦ୍ଘାଟିତ, ରାୟଗଡ ଜିଲ୍ଲାର ବିକାଶ ଓ ବିକଶିତ ଜିଲ୍ଲା ଗଠନ ପାଇଁ ଅତିଥି ଗଣଙ୍କ ଆହ୍ବାନ

masiha

ଭାଗିରଥୀ ପାଣିଗ୍ରାହୀଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ

Sunil Chandra Nayak

Leave a Comment

error: Content is protected !!