ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଓଡିଆ ଚଳଚ୍ଚିତ୍ର ପ୍ରଦର୍ଶିତ 

ଓଡିଆ ଚଳଚ୍ଚିତ୍ର ପ୍ରଦର୍ଶିତ 

ରାଉରକେଲା ୧୬.୬.୨୫ : ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ୧୨ ଜୁନରୁ ରାଜ୍ୟ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି l ଏହି ପରିପ୍ରେକ୍ଷୀରେ ସୋମବାର ଦିନ ଓଡିଆ ଚଳଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଓଡ଼ିଆ ଚଳଚ୍ଚିତ୍ରର ବହୁଳ ପ୍ରଚାର ପ୍ରସାର କରିବା ତଥା ଓଡ଼ିଶାର ଚଳଚ୍ଚିତ୍ର ଜଗତର ଗୌରବମୟ ଇତିହାସକୁ ମନେ ପକାଇବା ନିମନ୍ତେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ  ‘ଦମନ’ , ‘ସ୍ତ୍ରୀ’ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।

ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ ଓ ଉପ ପୌରାୟୁକ୍ତ ଶ୍ରୀମତୀ ଅନୀତା ନାଏକଙ୍କ ସମେତ ଆରଏମସିର ବରିଷ୍ଠ ଅଧିକାରୀ, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏସଏଚଜି ମହିଳାଙ୍କ ଉପସ୍ଥିତ ରହି ଚଳଚ୍ଚିତ୍ରର ଉପଭୋଗ କରଥିଲେ l  ସୂଚନା ଯୋଗ୍ୟ ଯେ ସରକାରୀ ଯୋଜନା ଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ  ‘ବିକାଶ ବାହନ’ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଉଛି। ଏଥିସହ  ବିଭିନ୍ନ ଓ୍ବାର୍ଡ ରେ ୨୧ ଜୁନ ପର୍ଯ୍ୟନ୍ତ ‘ବିକାଶ ମେଳା’ ର ଆୟୋଜନ କରାଯାଉଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଜୀ-ସାର୍ଥକ ପ୍ରସ୍ତୁତ ଚଳଚ୍ଚିତ୍ର “ଧୋକା” (ଦ ଗେମ୍‌ ଅଫ୍‌ ଲଭ୍‌)’ର ଅଡିଓ ଲୋକାର୍ପିତ

Sunil Chandra Nayak

ଷଷ୍ଠ ରାଜ୍ଯସ୍ତରୀୟ ନାଟକ ମହୋତ୍ସବରେ ଅଧ୍ଯାପକ ଗୋପାଳ ମହାରଣାଙ୍କ ଚାରିଗୋଟି ନାଟକ ହେଲା ପ୍ରଦର୍ଶନ 

Sunil Chandra Nayak

ଫିଲ୍ମ ନବୀନର ହେଲା ଶୁଭ ମହୁରତ

Sunil Chandra Nayak

Leave a Comment

error: Content is protected !!