ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦଯାପିତ ହେଲା ଜିଲ୍ଲା ସ୍ତରୀୟ ବିକାଶ ମେଳା ବିଭିନ୍ନ ବିଭାଗର ଆଇ ଇ ସି ସହିତ ପାରମ୍ପରିକ ଖାଦ୍ୟ ମେଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଲା

ଉଦଯାପିତ ହେଲା ଜିଲ୍ଲା ସ୍ତରୀୟ ବିକାଶ ମେଳା

ବିଭିନ୍ନ ବିଭାଗର ଆଇ ଇ ସି ସହିତ ପାରମ୍ପରିକ ଖାଦ୍ୟ ମେଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେଲା

ସୁନ୍ଦରଗଡ଼, ୧୮/୦୬/୨୫: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜୁନ ୧୨ ରୁ ୧୮ ତାରିଖ ସାତ ଦିନ ଧରି ସ୍ଥାନୀୟ  ଯତରା ପଡ଼ିଆ ଠାରେ ଆୟୋଜିତ ହୋଇଥିଲା ଜିଲ୍ଲା ସ୍ତରୀୟ ବିକାଶ ମେଳା। ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଏବଂ ତାହାର ସଫଳ କାର୍ଯ୍ୟାନ୍ୱୟନ ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସାତ ଦିନ ଧରି ଚାଲିଥିବା ଏହି ଜିଲ୍ଲା ସ୍ତରୀୟ ବିକାଶ ମେଳା ଆଜି ଉଦଯାପିତ ହୋଇଯାଇଛି।

 ଉଦଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୂରଞ୍ଜନ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହେନ୍ଦ୍ର ନାଥ ମୁର୍ମୁ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ମହାଜନ ସଫଳ ଭାବେ ବିକାଶ ମେଳା ସମାପନ ହୋଇଥିବାରୁ ସମସ୍ତ ବିଭାଗ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏଥିରେ ଅଂଶ ଗ୍ରହଣ କରିଥିବା ସ୍ଵୟଂ ସହାୟକ ଗୋଷ୍ଠୀ ମାନଂକୁ ମଧ୍ୟ ଏକ ବଜାର ବ୍ୟବସ୍ଥା ଉପଲବ୍ଧ ହୋଇଥିଲା ଯେଉଁଥିରେ କି ସେମାନେ ତାଙ୍କର ଉତ୍ପାଦିତ ଦ୍ରବ୍ୟ କୁ ବିକ୍ରୟ କରିପାରିଥିଲେ । ବିଭିନ୍ନ କୃଷି ଉପକରଣ ମଧ୍ୟ ବିକ୍ରୟ ହୋଇଥିଲା। ଏହି ବିକାଶ ମେଳା ପ୍ରତ୍ୟେକଙ୍କୁ ଅନ୍ତର୍ଭୁକ୍ତ କରି ବିକାଶ ଦିଗରେ ଆଗଭର ହୋଇଅଛି ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। 

ଏହି ଅବସରରେ ବିକାଶ ମେଳାରେ ଭାଗ ନେଇ ଭଲ ବ୍ୟବସାୟ କରିଥିବା ସ୍ଵୟଂ ସହାୟକ ଗୋଷ୍ଠୀ, ବିଭାଗ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଜିଲ୍ଲା କୃଷି ବିଭାଗ, ସ୍ବାସ୍ଥ୍ୟ ବିଭାଗ, ସୁନ୍ଦରଗଡ଼ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ହସ୍ତଶିଳ୍ପ ବିଭାଗ ଆଦି ହିତାଧିକାରୀ ମାନଙ୍କୁ ଭଲ ପ୍ରଦର୍ଶନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ବିଭିନ୍ନ ଯୋଜନା ଅନ୍ତର୍ଗତ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଥିଲା। ସେହିଭଳି ମେଳାରେ ଅତ୍ୟାବଶ୍ୟକୀୟ ସେବା ଯୋଗାଇଥିବା ବିଭାଗ ଗୁଡ଼ିକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ବିକାଶ ମେଳାରେ ଜିଲ୍ଲା ପରିଷଦ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଜଙ୍ଗଲ ଏବଂ ପରିବେଶ , ଯୋଜନା ଓ ସଂଯୋଜନ, କୃଷି ଏବଂ କୃଷକ ସଶକ୍ତିକରଣ, ଶିକ୍ଷା ବିଭାଗ, ଉଦ୍ୟାନ କୃଷି, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ନଗର ଉନ୍ନୟନ ବିଭାଗ, ସୁନ୍ଦରଗଡ଼ ପୌରପାଳିକା , ଓଡ଼ିଶା ଜୀବିକା ମିଶନ, ହସ୍ତଶିଳ୍ପ , ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ଜଳସମ୍ପଦ ଏବଂ ଅନ୍ୟାନ୍ୟ ବିଭାଗ ଦ୍ଵାରା ସୂଚନା ଶିକ୍ଷା ଯୋଗାଯୋଗ ଷ୍ଟଲ ସ୍ଥାନିତ ହୋଇଥିଲା ଏବଂ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ନିଜର ଉତ୍ପାଦିତ ଦ୍ରବ୍ୟ ସାମଗ୍ରୀ ଗୁଡ଼ିକ ବିକ୍ରୟ କରିଥିଲେ। ସେହିଭଳି ବିଭିନ୍ନ ଶିଳ୍ପ ସଂସ୍ଥା ଯଥା ଏମ ସି ଏଲ, ଜି ଏମ ଡି ସି, ଜିନ୍ଦଲ ଫାଉଣ୍ଡେସନ, ଡାଲମିଆ, ଟାଟା ଷ୍ଟିଲ, ସେଲ ଆଦି ମଧ୍ୟ ଏଥିରେ ଭାଗ ନେଇଥିଲେ । ଏଥିରେ ଜଳ ବିଭାଜିକା, ଓଡ଼ିଶା କୃଷି ଶିଳ୍ପ ନିଗମ ଆଦି ବିଭାଗ ଦ୍ଵାରା ଉପକରଣ ମଧ୍ୟ ପ୍ରଦର୍ଶିତ ହୋଇଥିଲା। 

   ଏହି ସାତ ଦିନିଆ ବିକାଶ ମେଳାରେ ସ୍ଵୟଂ ସହାୟକ ଗୋଷ୍ଠୀ ସଭ୍ୟା ମାନଙ୍କ ଦ୍ଵାରା ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ବିଭିନ୍ନ ପ୍ରକାରର ପିଠା ପଣା ସହିତ ବିଭିନ୍ନ ପ୍ରକାରର ପାରମ୍ପରିକ ଖାଦ୍ୟ ବ୍ୟଞ୍ଜନ ଉପଲବ୍ଧ ହୋଇଥିଲା। ସେହିଭଳି ପ୍ରତ୍ୟେକ ସନ୍ଧ୍ୟାରେ ଜିଲ୍ଲାର ବିଭିନ୍ନ କଳାକାର, ସାଂସ୍କୃତିକ ଅନୁଷ୍ଠାନ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । 

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଜୀବିକା ପାଇଁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ତାଲିମ ଓ କର୍ମଶାଳା

Sunil Chandra Nayak

ଗଛକୁ ପିଟିଲା ଲୁହା ପଥର ବୋଝେଇ ଟ୍ରକ ;ଚାଳକ ମୃତ

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ସର୍ଭେ ନେଇ ପ୍ରଚାର

masiha

Leave a Comment

error: Content is protected !!