ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆମ୍ବାଦଳା ପୋଲିସକୁ ମିଳିଛି ବଡ ସଫଳତା, ଗଞ୍ଜେଇ ଓ ଗାଡି ଜଵତ, ଡ଼୍ରାଇଭର ଫେରାର 12ଦିନ ପରେ କୋର୍ଟକୁ ଗଲା କେଶ୍

ଆମ୍ବାଦଳା ପୋଲିସକୁ ମିଳିଛି ବଡ ସଫଳତା, ଗଞ୍ଜେଇ ଓ ଗାଡି ଜଵତ, ଡ଼୍ରାଇଭର ଫେରାର 12ଦିନ ପରେ କୋର୍ଟକୁ ଗଲା କେଶ୍

ରାୟଗଡା :- ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ସଦରମହକୁମାରେ ଖୁଲମଖୁଲା ଦେଶୀ ବିଦେଶୀ ମଦ କାରବାର ସାଙ୍ଗକୁ ଗୋରୁ ଚାଲାଣ ଓ ଗଞ୍ଜେଇ ଚାଲାଣ, ବେଦାନ୍ତ କମ୍ପାନୀର ଆଲୁମିନିୟମ ପାଉଡର ଓ ଲୁହା ସ୍କ୍ରାଫ ଚୋରା ଚାଲାଣ ନିତିଦିନିଆ ଘଟଣା ଘଟୁଛି। ପୋଲିସ ଜାଣି ଅଜଣା ଅଭିନୟର ସ୍ଥାନୀୟ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ଆମ୍ଵାଦଳା ଥାନା ପୋଲିସ୍ ଟିମ୍ ରାତିରେ ପେଟ୍ରୋଲି କରୁଥିବା ବେଳେ ତା4.6.025ରିଖ ଭୋର୍ ସମୟରେ ମୁନିଗୁଡା ଦେଇ ଭବାନୀପାଟଣା,ରାୟପୁରୁ ଅଭିମୁଖେ ଘରୋଇ ସମନ ଲୋଡକରି ଯାଉଥିବା DL1LAM 2995 ନମ୍ଵର‌ ଭ୍ୟାନ କୁ ପୋଲିସ୍ ପେଟ୍ରୋଲିଂ‌ଟିମ୍ ଦହିଖାଲ ନିକଟରେ ଅଟକାଇ ଚେକିଂ କରିଥିଲେ।ସେଥିରେ ଚତୁରତାର ସହିତ ପ୍ରାୟ ଏକ କୁଇଣ୍ଟାଲ ପାଖା ପାଖି ଗଞ୍ଜେଇ ଲୁକାଇତ ଭାଵେ ରଖାଯାଇଥିଲା। ପୋଲିସ୍ ଟିମ୍ ‌ଉକ୍ତ ଗାଡ଼ିକୁ ଓ ଗଞ୍ଜେଇ ଜବତ କରି ଥାନାକୁ ନେଇଥିଲେ।ଶୁଣିବାକୁ ମିଳୁଛି ଜଣେ ହୋମଗାର୍ଡ ଙ୍କ ଭୂମିକା ଥାଇ ଆଇଆଇସି ମାଡାମ କେଶ୍ ନ କରି କି ସ୍ବାର୍ଥରେ ନିରବ ରହି ଛୁଟିରେ ଚାଲିଗଲେ। ହେଲେ ଛୁଟିର ଧାର୍ଯ୍ୟ ଦିନ ପର୍ଯ୍ୟନ୍ତ ନରହି ଫେରି ଆସିଥିଲେ। କିନ୍ତୁ ଡ୍ରାଇଭରକୁ ଫେରାର ଦର୍ଶାଇଥିଲେ ମଧ୍ୟ ଗଞ୍ଜେଇ ଓ ଜବତ ଗାଡି ଉପରେ କେଶ୍ ନ କରିବା ପୋଲିସର ସ୍ବଛତା ଉପରେ ଆଙ୍ଗୁଳି ନିର୍ଦେଶ ହେଉଛି।ଏତେ ଘଟଣା ଘଟିଥିଲେ ମଧ୍ୟ ଏସଡିପିଓ ଜାଣିନପାରିବା ତାହା କ୍ଷୋଭର ବିଷୟ ପାଲଟିଛି। ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ‌ଗଞ୍ଜେଇ ଓ ଭ୍ୟାନ ଜବତ ହେବାର 12ଦିନ ପର୍ଯ୍ୟନ୍ତ କେଶ କରାଗଲା ନାହିଁ କାହିଁକି,ଆଇଆଇସି ମାଡାମ କଣ ପାଇଁ ଏତେ ଦିନ ହେବ କେଶ୍ କରୁନଥିଲେ,ଯାହାକୁ ନେଇ ନାନା ପ୍ରକାର ବାଟରେ ଘାଟରେ ଆଲୋଚନା ହେଉଛି। ହେଲେ ଶୁଣିବାକୁ ମିଳୁଛି ଆମ୍ବାଦଳାରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ରାୟଗଡ଼ା ଏସ୍ପି ମାଡାମଙ୍କୁ ଆମ୍ବାଦଳା ଆଇଆଇସି ମାଡାମ କି ବିଷମ କଟକ ଏସଡିପିଓ ଜଣାଇଲେ ନାହଁ କାହିଁକି ? ଯେତେବେଳେ ଏସ୍ପିଙ୍କ ନଜରକୁ ଆସିବାରୁ ଆଇଆଇସିଙ୍କୁ ତାଗିଦ୍ ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ 16.6.025 ରିଖ ଦିନ ଥାନା କେଶନଂ142/025 ପ୍ରକାର କେଶ କରି ତାପର ଦିନ କୋର୍ଟକୁ ପଠାଯାଇଥିବା ଶୁଣିବାକୁ ମିଳୁଛି। ଏନେଇ ଗଣମାଧ୍ୟମ ପ୍ରତିନିଧି ଆଇଆଇସି ମାଡାମଙ୍କୁ ପଚାରିବାରୁ କେଶ ହୋଇଛି ସମସ୍ତ ବିବରଣୀ ପଠାଇ ଦେବେ ବୋଲି କହି 16ତାରିଖ ଦିନ ରୁ ଆଜି ପର୍ଯ୍ୟନ୍ତ ପଠାଇ ପାରିଲେ ନାହିଁ। ଏନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏସ୍ପି ମାଡାମଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।24ଘଣ୍ଟା ମଧ୍ୟରେ କେଶ ନ କରି ଗାଡି ଚାଳକ ଗାଡି ଛାଡି ଚାଲିଯିବା ଏଵଂ 12ଦିନ ପରେ କେଶ୍ କରାଯିବା ପଛରେ କି ସ୍ବାର୍ଥ ରହିଥିଲା ଏବଂ ଏସ୍ପି ମାଡାମ ଏହା ଉପରେ କି ପଦକ୍ଷେପ ନେଇ ପୋଲିସ୍ ଉପରେ ବିଶ୍ଵାସ ତୁଟାଉଥିବା ଜନସାଧାରଣଙ୍କୁ ବିଶ୍ବାସ ଜନ୍ମାଇବେ ତାହା ଦେଖିବାକୁ ବାକି ରହିଲା।ପ୍ରକାଶ ଥାଉକି ଏଥିପୂର୍ବରୁ ଆକାଶ ସାହୁ ଏସଡିପିଓ ଥିବା ବେଳେ ଶହଶହ କୁଇଣ୍ଟାଲ ଗଞ୍ଜେଇ ଜବତ ସହ ବେପାରିଙ୍କୁ ଗିରଫ କରା ଯାଉଥିଲା,ତତ୍କାଳୀନ ଆଇଆଇସି ସୁଜ୍ଞାନୀ ସାହୁଙ୍କ ସମୟରେ ଵହୁ ଗଞ୍ଜେଇ ବେପାରୀ ବର୍ଷ ବର୍ଷ ଧରି ଜେଲ୍ ଭୋଗିଛନ୍ତି। କିନ୍ତୁ ମୁନିଗୁଡା ଆମ୍ବାଦଳା ଥାନାରେ ଏବେ କେତେକ କ୍ଷେତ୍ରରେ ଗଞ୍ଜେଇ ଧରାପଡୁଛି କିନ୍ତୁ ଆସାମି ଧରା ନପଡିବା ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି। ତେଣୁ ଏସ୍ପି ମାଡାମ କି ପଦକ୍ଷେପ ଗ୍ରହଣ କରିବେ ସେହି ସମୟକୁ ଅପେକ୍ଷ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମକା ବୋଝେଇ ଟ୍ରକ ଚୋରୀ ଅଭିଯୋଗ, ଟ୍ରକ ଜବତ

Sunil Chandra Nayak

ରାସ୍ତା କଡ଼ରୁ ଗୁରୁତର ଭାବେ ଉଦ୍ଧାର ମହିଳାଙ୍କର ଡାକ୍ତରଖାନାରେ ମୃତ୍ୟୁ 

Sunil Chandra Nayak

ଯୁବତୀ ନିଖୋଜ ପରିବାର ଲୋକେ ଚିନ୍ତାରେ

Leave a Comment

error: Content is protected !!