ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଜିବି ପକ୍ଷରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ

ଓଜିବି ପକ୍ଷରୁ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରା.ପ. ର ସାନଡୁଙ୍ଗୁରିଗୁଡ଼ା ଗ୍ରାମରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଥିଲା l ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ତେରେସିଂହା ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ଶାଖା ପରିଚାଳକ ଦୀନମଣି ନାଏକ, ତେରେସିଂହା ସରପଞ୍ଚ ପ୍ରମୋଦ ସୁନା, ଲଛମନ ସୁନା ଉପସ୍ଥିତ ରହିଥିଲେ l ଶାଖା ପରିଚାଳକ ଶ୍ରୀ ନାଏକ ବ୍ୟାଙ୍କର ବିଭିନ୍ନ ଯୋଜନା ଯଥା- ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଅଟଳ ପେନସନ ଯୋଜନା, ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ ଇତ୍ୟାଦି ଯୋଜନା ସମ୍ପର୍କରେ ଉପସ୍ଥିତ ସଦସ୍ୟାମାନଙ୍କୁ ଅବଗତ କରାଇଥିଲେ l ଉକ୍ତ ଶିବିରରେ ଆମ୍ବେଦକର ସ୍ୱୟଂ ସହାୟିକା ଗୋଷ୍ଠୀ ସଭାନେତ୍ରୀ କୈବତୀ ସୁନା, ସମ୍ପାଦିକା ବନିତା ସୁନାଙ୍କ ସମେତ ସ୍ଥାନୀୟ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ଯୋଗ ଦେଇଥିଲେ l ଏଥିରେ ବ୍ୟାଙ୍କ କର୍ମଚାରୀ ସୁଶାନ୍ତ ରଣା ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଯୋରନ୍ଦା ର ଉଭୟ ଗୋଷ୍ଠୀ ସନ୍ୟାସୀ ମାନଙ୍କ ସହିତ ଆଲୋଚନା 

Sunil Chandra Nayak

ସାଂସଦ ଓ ବିଧାୟକ ଙ୍କ ମିଳିତ ଗସ୍ତ : ଅଞ୍ଚଳର ବିକାଶ, ଶିକ୍ଷା ଓ ଭିତ୍ତିଭୂମି ସମ୍ପର୍କରେ ବିଭିନ୍ନ ଘୋଷଣା ଓ ପ୍ରତିଶ୍ରୁତି

Sunil Chandra Nayak

ଦୁର୍ଘଟଣାର ଆହତମାନଙ୍କୁ ଭେଟିଲେ ସାଂସଦ ଜୁଏଲ ଓରାମ

Sunil Chandra Nayak

Leave a Comment

error: Content is protected !!