ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଟପାଡ ବିଧାୟକଙ୍କ ଅଣ୍ଟା ମଡା ଗୋଷ୍ଟି,, ଆଜି ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ

କଟପାଡ ବିଧାୟକଙ୍କ ଅଣ୍ଟା ମଡା ଗୋଷ୍ଟି,, ଆଜି ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ 

ବନ୍ଧୁଗାଁ ତା ୨୧/୬/୨୫ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଜାଗୁଗୁଡା ପଞ୍ଚାୟତ ଅଣ୍ଟାମଡ଼ା ଗାଁରେ ୪ ଜଣ ପରିବାର ଙ୍କ ଧର୍ମ ପରିବର୍ତ୍ତନ କୁ ନେଇ ଗ୍ରାମର କିଛି ଲୋକ ୪ ଜଣ ଙ୍କ ଘର ଓ କୁଡ଼ିଆ ଘର ଭାଙ୍ଗିବା ସହ ମାଡ ମାରି ଥିବା ନେଇ ଆକ୍ରମଣ ର ଶିକାର ହୋଇ ଗାଁ ଛାଡି ଥିଲେ। ପରିବାରଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ କରି ଥାନାର ଆଶ୍ରୟ ନେଇ ଥିଲେ। ଘର ଭାଙ୍ଗିବା ଘଟଣା ରେ ପୁଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଘଟଣାଟି ଚଳିତ ମାସ ୯ ତାରିଖରେ ଘୋଟି ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପୁଲିସ ଏତେ ବଡ ଘଟଣାରେ ଗାଁ ରେ ଶାନ୍ତି ଫେରାଇ ଆଣି ପାରୁ ନାହିଁ। ଗାଁ ରେ ଯବାନ ମାନେ ରାତି ଦିନ ରହି ଘଟଣା ଉପରେ ନଜର ରଖୁ ଥିବା ଦେଖିବାକୁ ମିଳିଛି। ଯେଉଁ ୪ ଟି ପରିବାର ଆଜି ପର୍ଯ୍ୟନ୍ତ ଭୟରେ ବଣ ଜଙ୍ଗଲ ଲୁଚି ରହି ଥିବା ଜାଣିବାକୁ ମିଳିଛି। ଆଜି ବନ୍ଧୁଗାଁ ନାରାୟଣପାଟଣା ବ୍ଲକ ଆରଏସଏସ କର୍ମକର୍ତ୍ତା, କୀର୍ତ୍ତନ ମଣ୍ଡଳୀ, ବହୁ ସଂଖ୍ୟାରେ ଗାଁ ରେ ପହଞ୍ଚି ଥିବା ବେଳେ କଟପାଡ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ରୁକୁ ଭତ୍ରା ପହଞ୍ଚି ଥିବା ଜାଣିବାକୁ ମିଳିଛି। କିନ୍ତୁ ସ୍ଥାନୀୟ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପବିତ୍ର ସାଉନ୍ତା ଆଜି ପର୍ଯ୍ୟନ୍ତ ଏତେ ବଡ଼ ଘଟଣା ଘଟି ଥିଲେ ମଧ୍ୟ ଗାଁ ରେ ପହଞ୍ଚି ନାହାନ୍ତି। ସେ ଜଣେ ଧର୍ମ ନିରପେକ୍ଷ ଦଳର ବିଧାୟକ ଥିବାରୁ ଶାନ୍ତି ଫେରାଇ ଆଣିବା ପାଇଁ ଆଜି ପର୍ଯ୍ୟନ୍ତ ପଦକ୍ଷେପ ନେଇ ନ ଥିବା ଦେଖିବାକୁ ମିଳୁଛି। ଅଳ୍ପ ଦିନ ତଳେ ପୋଲିସ ବିଭାଗ ଓ ପ୍ରଶାସନ ୪ ଜଣ ପରିବାରଙ୍କୁ ଗାଁ ରେ ନେଇ ରଖି ଶାନ୍ତି ଫେରାଇ ଆଣିବା ପାଇଁ ଚେଷ୍ଟା କରିଥିଲେ। ପ୍ରାପ୍ତ ସୁଚନା ଅନୁଯାଇ ଆଜି ଆର ଏସ ଏସ କର୍ମୀ, କୀର୍ତ୍ତନ ମଣ୍ଡଳୀ ଓ ବିଜେପି ବିଧାୟକ ଙ୍କ ଗାଁ ରେ ପହଞ୍ଚି ବା ପୂର୍ବରୁ ୪ ପରିବାରଙ୍କୁ ମାଡ ମାରିବାକୁ ଆସୁଥିବା ଶୁଣି ୪ ପରିବାର ଏକ ଜଙ୍ଗଲରେ ଲୁଚି ରହି ଥିବା ଜାଣିବାକୁ ମିଳିଛି। ଗାଁରେ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବା ପାଇଁ ଆଜି ପର୍ଯ୍ୟନ୍ତ ଶାନ୍ତି କମିଟି ଗଠନ ହୋଇ ପାରି ନାହିଁ। ତେବେ କେମିତି, କିଏ,କେବେ ଫେରିବ ଗାଁରେ ଶାନ୍ତି ? ସ୍ଥାନୀୟ ପ୍ରଶାସନ ଘର ଭାଙ୍ଗି ମାଡ ଖାଇ ପ୍ରାଣ ଭୟରେ ଲୁଚି ଥିବା ପରିବାରଙ୍କୁ ବର୍ଷା ଋତୁରେ ଦୁଇ ଟି ଲେଖା ଏ ପଲିଥିନ ଦେଇ ନୀରବ ରହିଛନ୍ତି,। ପରିବାର ଙ୍କ ଘର ଭଙ୍ଗା ଯାଇଛି ସେ ମାନେ କଣ ଭୁଲ କରିଥିଲେ, ସେମାନଙ୍କୁ କାହିଁକି ଘର ତିଆରି ପାଇଁ ସରକାର ଘର ଖଣ୍ଡିକ ଯୋଗାଇବେ ନାହିଁ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I

Related posts

ସୂଚନା

masiha

Local Employment Crisis: Bissamcuttack MLA Slams Vedanta

masiha

ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଚାନ୍ଦିବାଉଁଶମୂଳ 2011 ମସିହାର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଅନ୍ନଛତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!