ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜ୍ରାଘାତରେ ଗାଦିମନ୍ଦିର ପୂର୍ବପାର୍ଶ୍ଵ ମୁଖଶାଳା ଭାଙ୍ଗିଲା ,  ୧୫ ବର୍ଷ ମଧ୍ୟରେ ୩ୟ ଥର ବଜ୍ରାଘାତ

ବଜ୍ରାଘାତରେ ଗାଦିମନ୍ଦିର ପୂର୍ବପାର୍ଶ୍ଵ ମୁଖଶାଳା ଭାଙ୍ଗିଲା ,  ୧୫ ବର୍ଷ ମଧ୍ୟରେ ୩ୟ ଥର ବଜ୍ରାଘାତ

ଢେଙ୍କାନାଳ (ମନିସ )23/6/25 — ଢେଙ୍କାନାଳ ଜିଲ୍ଲା ବିଶ୍ବପ୍ରସିଦ୍ଧ ଯୋରନ୍ଦା ମହିମାଗାଦି ଠାରେ ରବିବାର ବିଳମ୍ବିତ ରାତ୍ରରେ ବଜ୍ରାଘାତ ହୋଇ ଗାଦିମନ୍ଦିର ପୂର୍ବ ମୁଖଶାଳା ଦଧିନଉତିଟି ସମ୍ପୁର୍ଣ୍ଣ ଭାଙ୍ଗି ଯାଇଛି।ଆଜି ଗାଦି ମନ୍ଦିରରେ ବଜ୍ରାଘାତ ହୋଇଥିବା ଖବର ପ୍ରଚାରିତ ହେବା ପରେ ବହୁସଂଖ୍ୟାରେ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଗାଦିମନ୍ଦିରକୁ ଯାଇ ଘଟଣାସ୍ଥଳ ଦେଖିଥିଲେ । ଏ ସମ୍ପର୍କରେ ବିଭିନ୍ନ ଲୋକ ବିଭିନ୍ନ କଥା ଆଲୋଚନା କରୁଛନ୍ତି। ଏ ସମ୍ପର୍କରେ ବକ୍କଳଧାରୀ ମହିମା ସମାଜ ସମ୍ପାଦକ ବାବା ନିତ୍ୟାନନ୍ଦ ଦାସ ଓ ବରିଷ୍ଠ ସନ୍ୟାସୀ ଦୀନବନ୍ଧୁ ଦାସ କହିଛନ୍ତି ଗାଦି ମନ୍ଦିର ଦୀର୍ଘ ୧୫ ବର୍ଷ ହେଲା ଆର୍ଥିଙ୍ଗ ହୋଇଥିଲା। ତେଣୁ ଆଜି ଘଟଣା ପରେ ଇଞ୍ଜିନିୟରଙ୍କୁ ଡକାଯାଇ ମରାମତି କରାଯିବ।ସୂଚନା ଅନୁସାରେ ଗତ କାଲି ରାତି ପ୍ରାୟ ସାଢେ଼ ୧ ଟା ସମୟରେ ପ୍ରବଳ ଘଡଘଡି ସହିତ ବର୍ଷା ହୋଇଥିଲା । ଏହି ସମୟରେ ଅତି ଯୋରରେ ବଜ୍ରାଘାତ ହୋଇ ଥିଲା। ଏହି ବଜ୍ରାଘାତ ଶବ୍ଦ ବହୁତ ଯୋରରେ ଶୁଭିଥିଲା। ଆଜି ସକାଳେ ଜଣା ପଡିଥିଲା ଯେ ଗାଦି ମନ୍ଦିର ପୂର୍ବ ପାର୍ଶ୍ୱ ମୁଖଶାଳା ଦଧିନଉତିଟି ବଜ୍ରାଘାତରେ ସମ୍ପୂର୍ଣ ଭାଙ୍ଗି ଯାଇଛି। ଏହି ଥରକୁ ମିଶାଇ ଗାଦି ମନ୍ଦିରରେ ତ୍ରୃତୀୟ ଥର ପାଈଁ ବଜ୍ରାଘାତ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳର ଜନସାଧାରଣ କହିଛନ୍ତି। ଏଠାରେ ସୂଚନା ଥାଉକି ଗାଦି ମନ୍ଦିର ଦ୍ୱିତୀୟ ବେଢା ଚତୁଃପାର୍ଶ୍ଵରେ ୪ ଟି ମୁଖଶାଳା ଓ ଚତୁଃପାର୍ଶ୍ଵରେ ଉଚ୍ଚ ପଥର ପ୍ରାଚୀର କାର୍ଯ୍ୟ ୧୯୨୨ରୁ ୧୯୨୬ ମସିହା ମଧ୍ୟରେ ଶେଷ ହୋଇଥିଲା। ଦୀର୍ଘ ବର୍ଷ ହେଲା ନିର୍ମାଣ ହୋଇଥିଲେ ମଧ୍ୟ କୈ।ଣସି କ୍ଷତି ହୋଇନଥିଲା। କିନ୍ତୁ ଗତ କିଛି ବର୍ଷ ହେଲା ବଜ୍ରାଘାତ ଯୋଗୁଁ ଗାଦି ମନ୍ଦିର ପରିସରରେ ୩ ଥର ବଜ୍ରପାତ ହେଲାଣି। ୨୦୧୫ ମସିହାରେ ବଜ୍ରାଘାତରେ ଗାଦି ମନ୍ଦିର ସପ୍ତଫେଣି କ୍ଷତିଗ୍ରସ୍ତ ହୋଇଥିଲା । ବକ୍କଳଧାରୀ ମହିମା ସମାଜ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ମୂଖ୍ୟମନ୍ଦିର ଆର୍ଥିଙ୍ଗ କରାଯାଇଥିଲା । ପୁ୍ନଶ୍ଚ ଦୁଇବର୍ଷ ପରେ ଗାଦି ମନ୍ଦିରର ପଶ୍ଚିମ ମୂଖ୍ୟ ଦ୍ୱାର ମୁଖଶାଳାର ଦଧିନଉତି ଆଂଶୀକ କ୍ଷତି ହୋଇଥିଲା । ।ମହିମା ସନ୍ୟାସୀ ଙ୍କ ସୂତ୍ରରୁ ଜଣାଯାଇଛି ଯେ ଘଟଣା ସମୟରେ ଏତେ ଯୋରରେ ଆବାଜ ହୋଇଥିଲା ଯେ ଗାଦି ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ରାମ ଦାସଙ୍କର ଗୋଟିଏ କାନକୁ ଠିକ୍ ରେ ଶୁଭୁନାହିଁ। ମହିମାଗାଦିର ଛୋଟ ଛୋଟ ମନ୍ଦିର ଓ ମୁଖଶାଳା ଗୁଡ଼ିକୁ ସରକାରଙ୍କ ପକ୍ଷରୁ ଆର୍ଥିଙ୍ଗ ବ୍ୟବସ୍ଥା କରାଯିବା ପାଇଁ ମହିମା ଧର୍ମ ଧାମ ବିକାଶ ପରିଷଦ, ମହିମା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ମାନ୍ୟବର ଯୋଗାଣ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକଙ୍କ ଦ୍ରୃଷ୍ଠି ଆକର୍ଷଣ କରାଯାଉଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପ୍ରଶଂସାର ପାତ୍ର ଓଡ଼ିଆପୁଅ ନୂତନ ନିର୍ଦ୍ଧେଶକ ରୋହିତ କୁମାର-ଖଣିବାସୀ

masiha

ଆଜି ଦିବସର ଅନୁଚିନ୍ତା: ୨୦ ଫେବୃଆରୀ

Sunil Chandra Nayak

ଟିଟିଲାଗଡ଼ର ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିରକୁ ଜାତୀୟ ଐତିହ୍ୟ ମାନ୍ୟତା ଘୋଷଣା ପାଇଁ ଦାବି କଲେ ସାଂସଦ ଶ୍ରୀ ନିରଞ୍ଜନ ବିଶି

Sunil Chandra Nayak

Leave a Comment

error: Content is protected !!