ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟର ଵିଭିନ୍ନ ଜିଲ୍ଲାରେ ୨୧ ରୁ ଉର୍ଦ୍ଧ୍ଵ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପଦବୀ ନିଯୁକ୍ତି ଦାବି;ରାଇରଙ୍ଗପୁର ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ୬ ମାସରୁ ଉର୍ଦ୍ଧ୍ବ ଖାଲି

. ରାଜ୍ୟର ଵିଭିନ୍ନ ଜିଲ୍ଲାରେ ୨୧ ରୁ ଉର୍ଦ୍ଧ୍ଵ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପଦବୀ ନିଯୁକ୍ତି ଦାବି;ରାଇରଙ୍ଗପୁର ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ୬ ମାସରୁ ଉର୍ଦ୍ଧ୍ବ ଖାଲି

 ମୟୂରଭଂଜ – ୨୨/୦୭ — ରାଜ୍ୟ ସରକାରଙ୍କର ଗୁରୁତ୍ବ ପୁର୍ଣ ବିଭାଗ ସୂଚନା ଓ ଲୋକସମ୍ପର୍କ ଅଟେ ।ଏହି ବିଭାଗ ସରକାରଙ୍କ ଅଣଦେଖା ରେ ଚାଲିଛି ।ସରକାରଙ୍କ ଯୋଜନା,ଗଣମାଧ୍ଯମ ସମ୍ମିଳନୀ,ଲୋକମାନଙ୍କ ପାଖରେ ଫହଞ୍ଚାଇବା ସହ ରାଜ୍ୟର ପଲ୍ଲୀ ରୁ ସହରର ଦୈନନ୍ଦିନ ସମସ୍ତ ଖବର ଏହି ବିଭାଗ ଦ୍ଵାରା ରାଜ୍ୟ ସରକାର ଜାଣିପାରନ୍ତି ଓ ତାହାର ସମାଧାନ ବ୍ୟବସ୍ଥା କରାନ୍ତି ।କିନ୍ତୁ ଏହି ବିଭାଗ ଏବେ ଗୁରୁତ୍ଵହୀନ ହୋଇପଡିଛି ।ସରକାରଙ୍କ ଅଣଦେଖା ରୁ ଵିଭିନ୍ନ ଜିଲ୍ଲାରେ ଜିଲ୍ଲା ଏବଂ ଉପଖଣ୍ଡର ସୂଚନା ଲୋକସମ୍ପର୍କ ଅଧିକାରୀ ପଦବୀ ଖାଲି ପଡିଛି ।ଯାହା ଫଳରେ ପ୍ରଶାସନ ନିଜେ ଅସୁବିଧାରେ ପଡୁଥିବାବେଳେ ସାଧାରଣ ଜନତା ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ବିଷୟରେ ଅବଗତ ହୋଇ ପାରୁ ନାହାଁନ୍ତି । କଳା,ସଂସ୍କୃତି, ଭାଷା ,ସାହିତ୍ୟ ଉପରେ ବିପରୀତ ପ୍ରଭାବ ପଡିଛି ।ସୂଚନାଯୋଗ୍ଯ ମୟୂରଭଂଜ ଜିଲ୍ଲାରେ ଜିଲ୍ଲା ଲୋକ ସୂଚନା ଓ ସମ୍ପର୍କ ଅଧିକାରୀ ଅବିନାଶ ପାଣି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚାଲିଯିବା ଫଳରେ ତାଙ୍କ ସ୍ଥାନରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଦିର୍ଘ ମାସ ହେଲା ଦାୟିତ୍ଵ ତୁଲାଉଛନ୍ତି ।ତେଣୁ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଲୋକ ସମ୍ପର୍କ କାର୍ଯ୍ୟାଳୟ ଜଣେ ପିଅନ ଏବଂ ଭାରାପ୍ରାପ୍ତ ଗ୍ରାନ୍ଥକାରିକ ଦ୍ଵାରା କେବଳ ଅଫିସ ଖୋଲା କାମ ଚାଲିଛି ।ଏହି ଅଂଚଳ ମହାମହିମ ରାଷ୍ଟ୍ରପତିଙ୍କ ଅଂଚଳ ଏବଂ ଏହା ରାଇରଙ୍ଗପୁର ପୋଲିସ ଜିଲ୍ଲାଭାବେ ଘୋଷଣା କରାଯାଇଛି ।ତେଣୁ ଏହା ଏକ ଗୁରୁତ୍ବପୁର୍ଣ ଅଂଚଳ ।ଏହାର ଭୌଗଳିକ ମାନଚିତ୍ର ମଧ୍ୟ ବିଚିତ୍ର ।ଏହାର ଚାରିପାଖେ ନଦୀ,ନାଳ,ଜଙ୍ଗଲ,ଏବଂ ପଡୋଶୀ ସିମାନ୍ତ ଝାଡ଼ଖଣ୍ଡ,ପଶ୍ଚିମବଙ୍ଗ ଅଛି ।ସୂଚନା ମିଳୁଛି ଖୁବ ଶିଘ୍ର ୩୯ ଜଣ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଜିଲ୍ଲାରେ ନୂତନ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିଯୁକ୍ତି କରାଯାଇ ଯଥା ଶିଘ୍ର ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କୁ ପୁନଃ ମୂଳ ସ୍ଥାନକୁ ଫେରାଇ ଅଣାଯିବା ପାଇଁ ସାମ୍ବାଦିକ ମହଲରୁ ଉପ ଜିଲ୍ଲାପାଳ ଶ୍ରୀ ସୌମ୍ଯ ରଞନ ପ୍ରଧାନଙ୍କୁ ଜଣାଇଛନ୍ତି

 ମୟୂୟଭଂଜରୁ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ଆନ୍ତର୍ଜାତୀୟ ସମବାୟ ବର୍ଷ – ୨୦୨୫ ପାଳନ : ସଶକ୍ତ ସମବାୟ,ସୁଦୃଢ଼ ସମାଜ,ସମୃଦ୍ଧ ଜୀବନ:

masiha

ଭର୍ଚୁଆଲ ମାଧ୍ୟମରେ ଆମ ବ୍ୟାଙ୍କ୍ ଉଦ୍ଘାଟନ ରାଜ୍ୟ ସରକାର

masiha

ଆଜାଦୀ କା ଅମୃତ ମହୋତ୍ସବ ଏବଂ ମିଶନ ଲାଇଫ ଉଜ୍ଜାପିତ

Sunil Chandra Nayak

Leave a Comment

error: Content is protected !!