ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାଈ ବେକରେ ରେଡିୟମ ବେଲ୍ଟ ବାନ୍ଧିଲେ ବିଜେପି ଯୁବ ସଂଗଠକ

ଗାଈ ବେକରେ ରେଡିୟମ ବେଲ୍ଟ ବାନ୍ଧିଲେ ବିଜେପି ଯୁବ ସଂଗଠକ

କନ୍ଧମାଳ, ତା, ୨୩/୦୭:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ର ୫୯ନଂ.ଜାତୀୟ ରାଜପଥ ଉପରେ ଦିନ ରାତି ତମାମ କବଜା କରି ରଖିଥିବା ଗାଈ ଗୋରୁ ମାନେ ବିଭିନ୍ନ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି କରିବା ସହ ଦୁର୍ଘଟଣା ର ଶିକାର ହେଉଥିବା ବିଷୟ କୁ ନଜରରେ ରଖି ସ୍ଥାନୀୟ ବିଜେପି ଯୁବ ସଂଗଠକ ତଥା ୮ନଂ. ୱାର୍ଡ଼ ର ବୁଥ୍ ମଣ୍ଡଳ ସଭାପତି ଆଶିଷ କୁମାର ମହାପାତ୍ର ନିଜେ ଜାତୀୟ ରାଜପଥ ରେ ଶୋଇ ରହିଥିବା ପ୍ରାୟ ୨୦୦ରୁ ଉର୍ଦ୍ଧ ଗାଈ ଗୋରୁ ଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧି ପ୍ରଶଂସା ସାଉଁଟି ପାରିଛନ୍ତି l ବର୍ତ୍ତମାନ ଏହା ବାଲିଗୁଡା ଓ କ. ନୂଆଗାଁ ବ୍ଲକ ର ବିଭିନ୍ନ ଅଞ୍ଚଳ କାର୍ଯ୍ୟକାରୀ କରାଯାଇଥିବା ବେଳେ ଆଗାମୀ ଦିନରେ ଏହା ଅନ୍ୟ ବ୍ଲକ ଅଞ୍ଚଳ ରେ କାର୍ଯ୍ୟକାରୀ କରାଯିବା ସହ ଏହି ଅଞ୍ଚଳ ରେ ଏକ ଗୋ-ଶାଳା ନିର୍ମାଣ କରିବା ପାଇଁ ଯୋଜନା ରଖିଥିବା ଜଣାପଡିଛି l ଯାହାକି, ରାତ୍ର କାଳୀନ ସମୟରେ ଦ୍ରୁତ ଗତିରେ ଆସୁଥିବା ଯାନବାହାନ ଗୁଡିକୁ ଗାଈ ବେକରେ ବନ୍ଧା ଯାଇଥିବା ବେଲ୍ଟ ଯୋଗୁଁ ନିଶ୍ଟିତ ଭାବେ ଦୁର୍ଘଟଣା ରୁ କିଛି ଟା ବର୍ତ୍ତି ପାରିବେ ବୋଲି ଶ୍ରୀ ମହାପାତ୍ର ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l ସେ ଆହୁରି କହିଛନ୍ତି ଯେ, ଯେଉଁ ଗାଈ ଗୋରୁ ମାନେ ଆମ ଅଞ୍ଚଳ ର ଜାତୀୟ ରାଜପଥ ଉପରେ ଶୋଇ ରହୁଛନ୍ତି, ସେହି ଗାଈ ମାଲିକ ମାନେ ନିଜ ନିଜ ଘରେ ବାନ୍ଧି ରଖନ୍ତୁ, ନିଶ୍ଚିତ ଦୁର୍ଘଟଣା ରୁ ମୁକୁଳିପାରିବ l ଶ୍ରୀ ମହାପାତ୍ର ଙ୍କ ଏଭଳି ମହତ କାର୍ଯ୍ୟକ୍ରମ କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ସପ୍ତମ ଇଷ୍ଟୀଦୀପନା ମହୋତ୍ସବ ୨୦୨୪ ଆସନ୍ତା ଫେବୃୟାରୀ ୪ ରେ

masiha

ଡାବୁଗାଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ବିଦ୍ୟାଳୟରେ ମକ୍ ଡ୍ରିଲ ପ୍ରଦର୍ଶନ 

Sunil Chandra Nayak

କମଳାର୍ଜୁନ କଲେଜରେ ପରିମଳ ଅଭିଯାନ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!