ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଦ୍ଵାରା ବୀମା ରାଶି ପ୍ରଦାନ

ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ଦ୍ଵାରା ବୀମା ରାଶି ପ୍ରଦାନ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ୍ ବଣାଇଗଡ ଶାଖା ଦ୍ଵାରା ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ବୀମା ରାଶି ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ବ୍ୟାଙ୍କ୍ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗଦେଇ ଲ୍ୟାମ୍ପସ୍ ର ପ୍ରତେକ ରୂଣୀ ଏହାର ଲାଭ ଉଠାଇବା ପାଇଁ କହିଥିଲେ । ସମ୍ମାନିତ ଅତିଥି ଭାବେ ସହ ନିବନ୍ଧକ ବଣାଇ ଅଜୟ ସେଠୀ ଯୋଗଦେଇ ବ୍ୟାଙ୍କ୍ ଓ ଲ୍ୟାମ୍ପସ ର ଏହି ଜେପିଏ ଯୋଜନା ବଳରେ ମୃତ ରୁଣି ଙ୍କ ପରିବାର ଙ୍କୁ ସହାୟତା ମିଳୁଥିବା ଉପରେ ଆଲୋକପାତ କରିଥିଲେ । ବ୍ୟାଙ୍କ୍ ପରିଚାଳକ ସିଦ୍ଧାର୍ଥ ଲେଙ୍କା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବଣାଇ ଲ୍ୟାମ୍ପ୍ସ୍ ସଭାପତି ଭାସ୍କର କିସାନ , ରୁଗୁଡ଼ା ଲ୍ୟାମ୍ପାସ ଖଗେଶ୍ବର କିସାନ୍ , ସରସରା ଲ୍ୟାଂପ୍ସ୍ ସଭାପତି ନବୀନ ନାଏକ ଏବଂ ଅଗ୍ରଣୀ ଚାଷୀ ମାନେ ଉପସ୍ଥିତ ଥିଲେ । ମୃତ ଟଙ୍କଧର ସାହୁ ଗ୍ରାମ ବଡଗୋଗୁଆ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବାବେଳେ ତାଙ୍କ ପତ୍ନୀ ମିନା ସାହୁ , ସନ୍ତୋଷ କୁମାର କିଷାନ ସ ବଲାଙ୍ଗ ଙ୍କ ସୋଲାର କରେଣ୍ଟ ରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ସଂଜୁଲତା କିଶାନ , ରୁଗୁଡା ଗ୍ରାମର ରାଜେଶ କୁମାର ପ୍ରଧାନ ଙ୍କ ଗାଁ ପୋଖରୀରେ ବୁଡିଯିବା ଦ୍ଵାରା ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ସରିତା ସାହୁ ଙ୍କୁ ଯଥାକ୍ରମେ ୫ ଲକ୍ଷ ଟଙ୍କା ଲେଖାଁଏ ବୀମା ରାଶି ବୀମା କମ୍ପାନୀ ଇଫକୋ ଟୋକିଓ ଙ୍କ ଦ୍ଵାରା ବ୍ୟାଙ୍କ୍ ମାଧ୍ୟମରେ ପ୍ରଦାନ କରାଯାଇଛି ବୋଲି ସୂଚନା ମିଳିଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୁଡିପଟାରେ ଅଂଶୁଘାତ ଜନିତ ମୃତ୍ୟୁ ଘଟଣା, ଗଣମାଧ୍ୟମର ରେ ଖବର ପ୍ରକାଶିତ ହେବାପରେ ମେଡିକାଲ ଟିମ୍ ଓ ରାଜସ୍ବ ବିଭାଗ ତରଫରୁ ସମ୍ପୃକ୍ତ ପରିବାର ବର୍ଗଙ୍କୁ ସାକ୍ଷାତ ଓ ଆଲୋଚନା

ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀକୁ ଦୁଇଜଣ ଶିକ୍ଷକ: କିପରି ଚାଲିବ ଶିକ୍ଷାଦାନ ?

masiha

ପୁଅକୁ ପାଇବା ପାଇଁ ଥାନାରେ ଅଭିଯୋଗ କଲା ଜନ୍ମଦାତ୍ରୀ ମା’

Sunil Chandra Nayak

Leave a Comment

error: Content is protected !!