ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ଶ୍ରୀରାମଲୀଳା ମହୋତ୍ସବ

ମହୋଦଧି ସ୍ନାନ ଓ ଜଗନ୍ନାଥ ଦର୍ଶନ କଲେ ରାବଣ

ମ.ରାମପୁର:୨/୫(ମସୀହା): କଳାହାଣ୍ଡି ଜିଲ୍ଲା ତଥା ଜିଲ୍ଲା ବାହାରେ ନିଜର ଏକ ସ୍ୱତନ୍ତ୍ର ପ୍ରସିଦ୍ଧିଲାଭ କରିଥିବା ମ.ରାମପୁର ପାଇକପଡ଼ାର ଶ୍ରୀରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନର ରାମଲୀଳା ଇତ୍ୟବସରରେ ଶେଷ ହେଇଛି । ରାବଣ ରାଜ୍ ଶେଷ ହେବା ପରେ ରାବଣ ବଧ ସହିତ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ପର୍ଵ ଅନୁଷ୍ଠିତ ହୋଇଥିଲା l ଗତକାଲି ରାବଣ ପୁରୀ ଯାଇ ମହୋଦଧିରେ ସ୍ନାନ କରିବା ପରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ନିଜ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରି ପ୍ରତ୍ୟାବର୍ତ୍ତନ କରିଥିଲେ । ଶ୍ରୀରାମଲୀଳା ନାଟକର ଲେଖକ ତଥା ନିର୍ଦ୍ଦେଶକ ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ସହିତ ରାବଣ ଭୂମିକାରେ ଅଭିନୟ କରିଥିବା କଳାକାର ସାଇପ୍ରସାଦ ମହାରଣା(ବଡ଼), କଳାକାର ଦିଲୀପ ତ୍ରିପାଠୀ ଏବଂ ସୁନୀଲ ବାରିକ ପୁରୀ ଯାଇ ଥିଲେ l

ମ. ରାମପୁରରୁ ପରାମାନନ୍ଦ ବିଶି ଙ୍କ ରିପୋର୍ଟ୍ l

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଏହିତ ବିଚିତ୍ର ସୃଷ୍ଟି

Sunil Chandra Nayak

ନବରଙ୍ଗପୁର ନିପା ତରଫରୁ ପାଷ୍ଟର କେୟାର ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ବାଇକ ଲୁଟେରାକୁ କାବୁକଲା ଟାଉନ ଥାନା ପୋଲିସ ,୬ଗିରଫ

Sunil Chandra Nayak

Leave a Comment

error: Content is protected !!