ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂଆ କୋର୍ଟ; ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ସୂଚନା

 ରାଜ୍ୟ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟରେ ନୂଆ କୋର୍ଟ ପ୍ରତିଷ୍ଠା କରିବା ନେଇ ବଡ ଘୋଷଣା କରିଛନ୍ତି | ବିଭିନ୍ନ ଜିଲ୍ଲାରେ ୩୪ ଟି ନୂଆ କୋର୍ଟ ପ୍ରତିଷ୍ଠା କରିବା ନେଇ ସୂଚନା ଦେଇଛନ୍ତି । ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ ଏହି ଅଦାଲତ ପ୍ରତିଷ୍ଠା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ।ଏନେଇ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଅନୁମୋଦନ ପାଇବା ପରେ ବିଜ୍ଞପ୍ତି ପ୍ରକାଶ ପାଇବ । କମିଟିରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା, ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଏବଂ ଆଇନ୍ ସଚିବ ପ୍ରତାପ କୁମାର ପାତ୍ର ପ୍ରମୁଖ ରହିଛନ୍ତି ।

ତେବେ ଏହି କମିଟି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଥିବା ବେଳେ ଅନ୍ୟ ୭ଟି ଜିଲ୍ଲା ଏବଂ ସେସନ କୋର୍ଟ ପ୍ରତିଷ୍ଠାକୁ ମଞ୍ଜୁରୀ ଦେଇଛନ୍ତି । ଏଥିମଧ୍ୟରେ ଭୁବନେଶ୍ୱରରେ ଦୁଇଟି, ବାଲେଶ୍ୱର ଜିଲ୍ଲାର ସୋରୋ ଓ ଜଳେଶ୍ୱରରେ ଗୋଟିଏ କରି ରହିବ ।

ସେହିପରି ଅନୁରୂପ ଭାବେ ୫ଟି ସିଭିଲ ଜଜ କୋର୍ଟ(ସିନିଅର ଡିଭିଜନ)କୁ ଅନୁମୋଦନ କରାଯାଇଛି । ଏଗୁଡିକ ନୟାଗଡ ଜିଲ୍ଲାର ରଣପୁର, କଟକ ଜିଲ୍ଲାର ନରସିଂହପୁର ଏବଂ ବଡମ୍ବା, ଗଞ୍ଜାମ ଜିଲ୍ଲାର ସୋରଡା ଏବଂ ସୋନପୁର ଜିଲ୍ଲାର ରାମପୁର ଠାରେ ହେବ । ଏଗାରଟି ସ୍ଥାନରେ ସିଭିଲ ଜଜ କୋର୍ଟ (ଜୁନିଅର ଡିଭିଜନ) ସ୍ଥାପନ ହେବ । ଏଗୁଡିକ ବଲାଙ୍ଗିର ଜିଲ୍ଲାର ତୁଷୁରା, ଢେଙ୍କାନାଳ, ବାଲେଶ୍ୱର ଜିଲ୍ଲାର ସୋରୋ, ସିମୁଳିଆ, ବାହାନାଗା ଏବଂ ଜଳେଶ୍ୱର, ଯାଜପୁର ଜିଲ୍ଲାର ଚଣ୍ଡିଖୋଲ, ଦେବଗଡ ଜିଲ୍ଲାର ବାରକୋଟ, ଜଗତସିଂହପୁର ଜିଲ୍ଲାର ନାଉଗାଁ ଏବଂ କନ୍ଧମାଳ ଜିଲ୍ଲାର କେ.ନୂଆଗାଁ ଏବଂ ଖଜୁରୀପଡାରେ ପ୍ରତିଷ୍ଠା ହେବ । ଏଥି ସହିତ ୧୦ଟି ବାଣିଜ୍ୟିକ ଅଦାଲତ ପ୍ରତିଷ୍ଠା ପାଇଁ ସ୍ଥିର କରିଛନ୍ତି । ଏଗୁଡିକ ମଧ୍ୟରେ କଟକ ସଦର, ଭୁବନେଶ୍ୱର, ପୁରୀରେ ଦୁଇଟି, ବାଲେଶ୍ୱର ସଦର, ବଲାଙ୍ଗିର ସଦର, କେନ୍ଦ୍ରାପଡା ସଦର, ଜୟପୁର, ରାଉରକେଲା ଏବଂ ଗୋଟିଏ ଲିଭ୍ ରିଜର୍ଭ ଅଦାଲତ ହେବ । ବୈଠକରେ ଏହିସବୁ ଅଦାଲତ ପ୍ରତିଷ୍ଠା ପାଇଁ ୨୧.୨୬ କୋଟି ଟଙ୍କାର ବଜେଟ୍‌କୁ ଅନୁମୋଦନ କରାଯାଇଛି । ଅତିରିକ୍ତ ଜିଲ୍ଲା ଓ ସେସନ ଅଦାଲତ ପାଇଁ ୫.୨୦ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସିଭିଲ ଜଜ୍ ଅଦାଲତ (ସିନିଅର ଡିଭିଜନ) ପାଇଁ ୩.୬୦କୋଟି, ସିଭିଲ ଜଜ୍ (ଜୁନିଅର ଡିଭିଜନ) ବାଣିଜ୍ୟିକ ଅଦାଲତ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର ହୋଇଛି । ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ୪ଟି ବାଣିଜ୍ୟିକ ଅଦାଲତ ଭୁବନେଶ୍ୱର, କଟକ, ସମ୍ବଲପୁର ଏବଂ ବ୍ରହ୍ମପୁର ଠାରେ ପ୍ରତିଷ୍ଠାକୁ ଅନୁମୋଦନ କରିଥିବାବେଳେ ନୟାଗଡ ଜିଲ୍ଲାର ଓଡଗାଁ ଠାରେ ସିଭିଲ ଜଜ୍ କୋର୍ଟ (ସିନିଅର ଡିଭିଜନ) କୁ ଅନୁମୋଦନ କରାଯାଇଛି ।

ଵିଦ୍ୟାଧର ସାହୁଙ୍କ(ସଂଗୃହୀତ) ରିପୋର୍ଟ….

Related posts

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Sunil Chandra Nayak

ଏସ ଇଲେଭେନ ଟାଇଟନସ୍ କଲଚୁରାଲ କ୍ଲବ ଆନୁକୁଲ୍ୟରେ ଆନ୍ତଃ ବିଦ୍ୟାଳୟ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ଶହୀଦ ମିନାରର ମାଟି ଓ ଟୁରୀ ନଦୀର ପବିତ୍ର ଜଳ ପଠା ଗଲା ରାଜଧାନୀ

Sunil Chandra Nayak

Leave a Comment

error: Content is protected !!