ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୭୯ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି  , ୨- ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କାର ପାଇଲେ କୁଇଜ ବିଭାଗରେ ବାଲାସିଙ୍ଗ ଦେବୀପ୍ରିୟା 

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୭୯ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି 

ବନ୍ଧୁଗାଁ ତା, ୧୫/୮/୨୫ ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଆଜି ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହିତ ସ୍ୱାଧୀନତା ପାଇଁ ଶହୀଦ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବ୍ଲକର କାର୍ଯ୍ୟାଳୟ ର ମୁଖ୍ୟମନ୍ତ୍ରୀ ଅଧିକାରୀ ଗଣ । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟା|ଳୟ ରେ ତହସିଲ ଦାରଙ୍କ ଦ୍ୱାରା , ଥାନାରେ ଆଇ ଆଇ ସିଙ୍କ ଦ୍ୱାରା,ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତ ରେ ପଞ୍ଚାୟତ କାର୍ଯ୍ୟାଳୟ ର ସରପଞ୍ଚ ଙ୍କ ଦ୍ୱାରା ପୋଷ୍ଟ ଅଫିସ, ସାମ୍ବାଦିକ ସଂଘ, ବ୍ଲକ ଶିଶୁ ବିକାଶ କାର୍ଯ୍ୟାଳୟରେ ସି. ଡ଼ି.ପି.ଓ ଙ୍କ ଦ୍ୱାରା ମୋଟର ସାଇକେଲ ମେକାନିକଲ ସଙ୍ଘ ଏଵଂ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ରେ ଓ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି | ଏହି ଶୁଭ ଅବସରରେ ବିଭିନ୍ନ ସରକାରୀ କାର୍ଯ୍ୟାଳରେ ମଧ୍ୟ ଦାୟିତ୍ୱରେ ଥିବା ଅଧିକାରୀମାନେ ପତକା ଉତଲନ କରିଥିଲେ। ଆଜିର କାର୍ଯ୍ୟକ୍ରମଟି ସୁରୁଖୁରୁରେ ଅନୁଷI ଠିତ ହେଲା। ବନ୍ଧୁଗାଁ ବ୍ଲକର ତୋହସିଲ ଦାର ଶ୍ରୀମତି ସୋନାଲି ପାତ୍ର ତୋହସିଲ କାର୍ଯ୍ୟାଳୟର ପତାକା ଉତ୍ତଳନ କରିଥିବା ବେଳେ ଶିଶୁ ବିକାଶ ଅଧିକାରୀ ଶ୍ରୀମତି ଗୀତାଞ୍ଜୋଲି ମହାରଣା ନିଜ କାର୍ଯ୍ୟାଳୟ ଓ ପରେ ଆଲମଣ୍ଡା ସ୍ଥିତ ଡାକ ବଙ୍ଗଳା ଠାରେ କେନ୍ଦ୍ରୀୟ କାର୍ଯ୍ୟାଳୟ ଡାକ ଘର ତରଫରୁ ସେଠାରେ ଉପସ୍ଥିତ ରହି ପତାକା ଉତଳନ କରିଥିଲେ I ବିଦ୍ୟାଳୟ ମାନଙ୍କରେ ପ୍ରଧାନ ଶିକ୍ଷଙ୍କ ଙ୍କ ଦ୍ୱାରା ପତାକା ଉତୋଳନ ପରେ ପିଲାଙ୍କୁ ବିସ୍କୁଟ, ଚକଲେଟ ଇତି ବାଣ୍ଟିଥିବାର ଦେଖିବା ମିଳିଥିଲା, ଏଥିସହ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ବାଧୀନତା ଦିବସ ଧୂମଧାମ ସହ ସୁରୁଖୁରରେ ପାଳିତ ହୋଇଯାଇଛି I 

 

ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କାର ପାଇଲେ କୁଇଜ ବିଭାଗରେ ବାଲାସିଙ୍ଗ ଦେବୀପ୍ରିୟା 

ବନ୍ଧୁଗାଁ ତା,୧୫/୮/୨୫, ଆଜି ଭାରତର ସବୁରାଜ୍ୟ ଓ ରାଜ୍ୟର ସମସ୍ତ ଜିଲ୍ଲା ଓ ସବୁ ବ୍ଲକର ଅନ୍ତର୍ଗତ ପଞ୍ଚାୟତ ଦ୍ୱରା ରହିଥିବା କଣେ କଣେ ୭୯ ତମ ସ୍ବାଧୀନତା ଦିବସ ପାଳନ କୋରାଯାଇଛି I ଏହି ସ୍ବାଧୀନତା ଦିବସ ଉପଲକ୍ଷେ ଭାରତ ବର୍ଷରେ ଶିକ୍ଷା ବିଭାଗ ଦ୍ୱାରା ଛାତ୍ରଛାତ୍ରୀଙ୍କ ଭିତରେ ଲୁକାୟତ ହୋଇ ରହିଥିବା କଳାକୁ ସରକାରଙ୍କ ଦ୍ୱାରା ଲୋକ ଲଚନକୁ ଆଣିବା ପାଇଁ ଅନେକ ପ୍ରକାରର ଖେଳକୁଦ ଓ ନାଚ, ଗିତ, ଢେମଶା, ବାଜା, କଳା ସଂସ୍କୃତି କୁ ନେଇ ଅଧିକ ଭାବରେ ପ୍ରଦର୍ଶନ କୋରାଯାଇ ଏହାକୁ ଏକ ପାରମ୍ଫାରିକ ଭାବରେ ଚାଲି ଆସୁଥିବା ଯୋଗୁଁ ଏହାକୁ ନେଇ ସାଧାରଣ ତନ୍ତ୍ର ଓ ସ୍ବାଧୀନତା ଦିବସ ଓ ପରବ, ଚାଇତି, ମଣ୍ଡେଇ, ମାଲ୍ୟଵନ୍ତ, ଏହି ପରି ଅନେକ ପ୍ରକାରର କାର୍ଯ୍ୟକ୍ରମ କୋରାଯାଇଥାଏ I ଏଥିରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀ ରେ ପାଠ ପଡୁଥିବା ଛାତ୍ରଛାତ୍ରୀଙ୍କୁ ନେଇ କୋରାଯାଇଥାଏ I ଏହିପରି ବନ୍ଧୁଗାଁ ବ୍ଲକର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ ବାଲାସିଙ୍ଗ ଦେବିପ୍ରିୟା ନାମକ ଛାତ୍ରୀ ଜିଲ୍ଲା ସ୍ତରୀୟ ରେ କୁଇଜ ବିଭାଗରେ ଅଂଶ ଗ୍ରହଣ କରି ଦ୍ୱିତୀୟ ସ୍ଥାନ ପାଇ ବନ୍ଧୁଗାଁ ବ୍ଲକର ନାମକୁ ଜିଲ୍ଲାରେ ମୋହତ୍ତ୍ୱ ଆଣି ଦେଇଚନ୍ତି I କୋରାପୁଟ ଜିଲ୍ଲାର ନୂତନ ଜିଲ୍ଲାପାଳ ଶ୍ରୀ ଯୁକ୍ତ ମନଜ ସତ୍ୟୱାନ ମହାଯନ ଓ କୋରାପୁଟ ନିର୍ବାଚନ ମଣ୍ଡଳିର ବିଧାୟଙ୍କ ଶ୍ରୀ ଯୁକ୍ତ ଅଭିରାମ ମାଛ ଙ୍କ ଦ୍ୱାରା ପୁରସ୍କାର ପାଇଥିବାର ଦେଖିବାକୁ ମିଳିଛି I ଏହି ଖୁସିରେ ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଶିକ୍ଷକଓ ଶିକ୍ଷୟତ୍ରି ଏବଂ ଅଭିଭାବକ ଓ ଅଞ୍ଚଳରେ ଖୁସି ସାବାସ ଜଣେଇବା ସହ ଅଞ୍ଚଳରେ ଖୁସିର ଛାୟା ପାଲିଟି ଥିବାର ଦେଖିବାକୁ ମିଳିଛି I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ମୁଖ୍ୟମନ୍ତ୍ରୀଙ୍କ ପୁରୀ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ କାର୍ଯ୍ୟକ୍ରମ ନେଇ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଭବ୍ୟ ଆୟୋଜନ 

masiha

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦର ବାର୍ଷିକ କାର୍ଯ୍ୟକାରିଣୀ ସଭା

masiha

କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କଲେ ଖଇରା ବ୍ଲକ ସମାଜସେବୀ

Sunil Chandra Nayak

Leave a Comment

error: Content is protected !!