ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗନ୍ନାଥ ସେବା ସମିତି ପକ୍ଷରୁ ଆଜି ଗରିବ ମହିଳା ଙ୍କୁ ମାଗଣାରେ ୧୭୧ ଖଣ୍ଡ ଶାଢୀ ବଣ୍ଟନ

ଜଗନ୍ନାଥ ସେବା ସମିତି ପକ୍ଷରୁ ଆଜି ଗରିବ ମହିଳା ଙ୍କୁ ମାଗଣାରେ ୧୭୧ ଖଣ୍ଡ ଶାଢୀ ବଣ୍ଟନ

ଧର୍ମଗଡ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ଅସହାୟ ଗରିବ ମହିଳାଙ୍କୁ ମାଗଣାରେ ଶାଢୀ ବଣ୍ଟନ କରାଯାଉଛି। ଆସନ୍ତା ନୂଆଖାଇ ରେ ଗରିବ ମହିଳାମାନେ ନୂଆ ଶାଢ଼ୀ ପିନ୍ଧି ଯେପରି ନୂଆଁ ଖାଇ ପାରିବେ ତାହାକୁ ଦୃଷ୍ଟିରେ ରଖି ଜଗନ୍ନାଥ ସେବା ସମିତି ର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଏଭଳି ଜନ କଲ୍ୟାଣ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଆଜି ଧର୍ମଗଡ ବ୍ଲକ ଅନ୍ତର୍ଗତ ବିକ୍ରମଗୁଡା ଗ୍ରାମଠାରେ ପ୍ରାୟ ୭୧ଜଣ ମହିଳାଙ୍କୁ ଶାଢୀ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବିଡ଼ିଓ ସଦାଶିବ ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଘନଶ୍ୟାମ ଅଗ୍ରୱାଲ, ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ, ସ୍ବେଚ୍ଛାସେବୀ ମମତା କାଶ୍ୟପ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗରିବ ମହିଳା ମାନଙ୍କୁ ଶାଢୀ ପ୍ରଦାନ କରିଥିଲେ।ଆଇନଜୀବୀ ପ୍ରେମଲାଲ ସାଗର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଆଜି ଗଡିଆ ଯୋର ଗ୍ରାମରେ ୭୫ ଓ ଇଚ୍ଛାପୁର ଗ୍ରାମରେ ୨୫ ଖଣ୍ଡ ଶାଢୀ ଗରିବ ମହିଳା ମାନଙ୍କୁ ବିତରଣ କରାଯାଇଥିଲା।

ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ ଅବସରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଗରୀବ ମହିଳାଙ୍କୁ ମାଗଣାରେ ଶାଢୀ ବଣ୍ଟନ କରାଯିବା ପାଇଁ ଲକ୍ଷ ରଖା ଯାଇଛି ବୋଲି ଜଗନ୍ନାଥ ସେବା ସମିତି ର ଅଧକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି। 

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

ଅଜଣା ବୃଦ୍ଧାଙ୍କୁ ସହାୟତାର ହାତ ବଢାଇଲେ ୪ ଯୁବ ସମାଜସେବୀ 

masiha

ଡକାୟତ ମାମଲାରୁ ୯ ଜଣ ଗ୍ରାମବାସୀନ୍ଦା ଖଲାସ 

masiha

ରାଉରକେଲା ମହାବିଦ୍ୟାଳୟରେ ତିନି ଦିନିଆ ଜିଲ୍ଲା ସ୍ତରୀୟ ରେଡକ୍ରସ୍ ଶିବିର ଉଦଯାପିତ

Sunil Chandra Nayak

Leave a Comment

error: Content is protected !!